ETV Bharat / state

କମିବ ଶୀତ; କଲବଲ କରିବ ଘନକୁହୁଡ଼ି, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - WEATHER PREDICTION

ରାଜ୍ୟରେ କମିବ ଶୀତର ପ୍ରଭାବ । ଦୃଶ୍ୟମାନ ହେବ ଘନ କୁହୁଡ଼ି । ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ସକାଳ ସମୟ ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ ବିଭାଗ ।

Odisha Weather Latest Forecast
Odisha Weather Latest Forecast (ETV Bharat Odisha)
author img

By ETV Bharat Odisha Team

Published : Jan 21, 2025, 6:21 PM IST

ଭୁବନେଶ୍ବର: ସାରା ଓଡ଼ିଶାରେ କମିବ ଶୀତର ପ୍ରଭାବ, ବଢିବ ତାପମାତ୍ରା । ଆସନ୍ତା ୨ ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଶୀତ ଯଦିଓ ସାମାନ୍ୟ କମିବ, ମାତ୍ର ଘନକୁହୁଡି କଲବଲ କରିବ । ୨୩ ତାରିଖ ପର୍ଯ୍ୟନ୍ତ ଘନକୁହୁଡିର ସମ୍ଭାବନା ରହିଥିବା ବେଳେ ଏନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

  • ଘନକୁହୁଡ଼ି ୟେଲୋ ୱାର୍ଣ୍ଣିଂ:

ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲାଗୁଡ଼ିକରେ ତାପମାତ୍ରାରେ କୌଣସି ବେଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହାପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସହ ଶୀତର ପରିମାଣ ସାମାନ୍ୟ କମିବ । ଆସନ୍ତାକାଲି ପର୍ଯ୍ୟନ୍ତ ୪ ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବାକୁ ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ସେହିପରି ୨୩ ତାରିଖରେ ମଧ୍ୟ ଘନ କୁହୁଡ଼ି ଦେଖାଦେବ । ଏଥିପାଇଁ ୩ ଜିଲ୍ଲା କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Odisha Weather Latest Forecast (ETV Bharat Odisha)
  • ଭୋର ସମୟରେ ଅଧିକ ରହିବ କୁହୁଡ଼ି:

ସେହିପରି ଆଜି ଓ ଆସନ୍ତାକାଲି ସକାଳ ସମୟରେ ଜଗସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୁଶ୍ୟମାନ ହେବ । ଏହାସହ ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାନ ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ହାଲୁକା କୁହୁଡି ଦେଖାଯିବ । ସେହିପରି ୨୩ ତାରିଖ ଭୋର ସମୟରେ ଉପକୂଳ ଓଡ଼ିଶା ସହ କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଆହୁରି ୩ ଦିନ ଘନ କୁହୁଡ଼ି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏହା ମଧ୍ୟ ପଢ଼ନ୍ତୁ...ଆହୁରି ୨୪ ଘଣ୍ଟା ଘନକୁହୁଡ଼ି, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

  • କେଉଁଠି କେତେ ତାପମାତ୍ରା:

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ପାହାଡିଆ ଅଞ୍ଚଳ ଭାବରେ ଜି.ଉଦୟଗିରିରେ ସର୍ବନିମ୍ନ ୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୭.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କଟକ ଏବଂ ଭୁବନେଶ୍ବରରେ ୧୩.୨ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି । ପାରଳାଖେମୁଣ୍ଡିରେ ସର୍ବାଧିକ ୩୨.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା । ପାରାଦ୍ବୀପରେ ଅତିଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ କୋରାପୁଟ, ଫୁଲବାଣୀ ଏବଂ ଚାନ୍ଦବାଲିରେ ଘନକୁହୁଡି ଦୃଶ୍ୟମାନ ହୋଇଛି । ଏହି ସମୟରେ ବିଶେଷ କରି ରାତି ୨ଟାରୁ ସକାଳ ୧୦ ପର୍ଯ୍ୟନ୍ତ ଘାଟିରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.