ETV Bharat / state

ଅସହାୟଙ୍କ ସାହାରା ସାଜିଛନ୍ତି ସରପଞ୍ଚ, ୬୦ ଥର ରକ୍ତଦାନ କରି ଚର୍ଚ୍ଚାରେ ସଞ୍ଜୟ - SARPANCH AND SOCIAL WORKER SANJAY

ବେଉସା ରାଜନୀତି, ନିଶା କିନ୍ତୁ ସମାଜସେବା । କରିସାରିଲେଣି ୬୦ ଥର ରକ୍ତଦାନ ବୃକ୍ଷରୋପଣରୁ ଆରମ୍ଭ କରି ଅସହାୟଙ୍କୁ ସହାୟତାର ହାତ ବଢାଉଛନ୍ତି ସଞ୍ଜୟ । କଣ୍ଟାପଡାରୁ ଉମେଶ ଚନ୍ଦ୍ର ମଲ୍ଲିକଙ୍କ ରିପୋର୍ଟ...

Sarpanch And Social Worker Sanjay
Sarpanch And Social Worker Sanjay (ETV Bharat Odisha)
author img

By ETV Bharat Odisha Team

Published : Jan 21, 2025, 6:49 PM IST

Updated : Jan 21, 2025, 7:36 PM IST

ନିଆଳି: ଚାକିରି ଛାଡି ରାଜନୀତିକୁ ଆସିଥିଲେ । ନିର୍ବାଚନ ଜିତି ଜନପ୍ରତିନିଧି ମଧ୍ୟ ହେଲେ । କିନ୍ତୁ ପିଲାଟି ଦିନରୁ ସମାଜ ପ୍ରତି ଥିଲା ସମ୍ବେଦନଶୀଳତା । ଆବଶ୍ୟକ ସମୟରେ ନିଜ ଅଞ୍ଚଳର ଲୋକଙ୍କୁ ସାହାଯ୍ୟ କରିବା ହେଉ, କିମ୍ବା ପରିବେଶ ପ୍ରତି ସଚେତନତା, ବୃକ୍ଷ ରୋପଣ ଓ ପୁଣି ନିୟମିତ ରକ୍ତଦାନ । ଜଣେ କାର୍ଯ୍ୟରତ ସରପଞ୍ଚ ସାଙ୍ଗକୁ ତାଙ୍କର ଏପରି ସମାଜସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ତାଙ୍କୁ ଚର୍ଚ୍ଚାକୁ ଆଣିବା ସହ ଯୁବପିଢି ପାଇଁ ପ୍ରେରଣା ସଜାଇଛି । 44 ବର୍ଷ ବୟସରେ ଏବେ ପର୍ଯ୍ୟନ୍ତ ସେ ପ୍ରାୟ 60 ଥର ରକ୍ତଦାନ କରିସାରିଲେଣି । ଏମିତି ଜଣେ ଯୁବ ରାଜନେତା ଓ ସମାଜସେବୀ ହେଉଛନ୍ତି, କଟକ ଜିଲ୍ଲା ବ୍ରାହ୍ମଣବାଟି ପଞ୍ଚାୟତର ସରପଞ୍ଚ ସଞ୍ଜୟ କୁମାର ରାଉତରାୟ ।‌

  • ସଞ୍ଜୟଙ୍କ ବିଷୟରେ...

କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ପଞ୍ଚାୟତର ଭିକାରୀ ଚରଣ ରାଉତଙ୍କ ତିନି ପୁଅଙ୍କ ମଧ୍ୟରୁ ସଞ୍ଜୟ ହେଉଛନ୍ତି ବଡ । ପିଲାଟି ଦିନରୁ ସଞ୍ଜୟ ସମାଜସେବା ସେବା ପ୍ରତି ସେ ଆକୃଷ୍ଟ ହୋଇଥିଲେ । ପରବର୍ତ୍ତୀ ସମୟ କ୍ରମେ ଚାକିରି ଛାଡି ସକ୍ରିୟ ରାଜନୀତିରେ ଯୋଗ ଦେଲେ । ନିର୍ବାଚନ ଜିତି ସରପଞ୍ଚ ଭାବେ ଜନ ପ୍ରତିନିଧି ମଧ୍ୟ ହେଲେ । ନିଜ ଅଞ୍ଚଳରେ କୌଣସି ଗରିବ ଲୋକଙ୍କ ଦେହ ଅସୁସ୍ଥ ହେଲେ ସଞ୍ଜୟଙ୍କ ଆଖିରୁ ସତେ ଯେମିତି ନିଦ ହଜିଯାଏ । 44 ବର୍ଷୀୟ ସଞ୍ଜୟ ବର୍ତ୍ତମାନ ସୁଦ୍ଧା ୬୦ ଥର ରକ୍ତଦାନ କରିସାରିଲେଣି । କେବଳ ସଞ୍ଜୟ ନୁହନ୍ତି ବରଂ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଧର୍ମପତ୍ନୀ ସ୍ବାଗତିକା ରାଉତରାୟ ମଧ୍ୟ ୬ ଥର ରକ୍ତଦାନ କରିସାରିଲେଣି ।

Sarpanch And Social Worker Sanjay (ETV Bharat Odisha)
  • ଚାକିରି ଛାଡି ସମାଜସେବା କଲେ ସଞ୍ଜୟ :

‘ଇଟିଭି ଭାରତ’ ସମ୍ବାଦଦାତା ଉମେଶ ଚନ୍ଦ୍ର ମଲ୍ଲିକ ସାକ୍ଷାତକାର ନେବା ସମୟରେ ସଞ୍ଜୟ କହିଛନ୍ତି," ୨୨ ବର୍ଷ ବୟସରୁ ସମାଜସେବା କ୍ଷେତ୍ରକୁ ଟାଣି ହୋଇଆସିଥିଲି । ପିଜି ପରେ ମେଡିସିନ କମ୍ପାନୀର ମ୍ଯାନେଜର ଭାବରେ କାର୍ଯ୍ୟ କରୁଥିଲି । ଚାକିରି ଛାଡି ଗାଁ ଗହଳିରେ ରହି ଲୋକମାନଙ୍କ ସେବା କରିବା ମୋର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।" ଲୋକଙ୍କ ସେବା ସହିତ ୬୦ ଥର ରକ୍ତଦାନ କରି ସଞ୍ଜୟ ଏବେ ଚର୍ଚ୍ଚାରେ । ଲୋକଙ୍କ ସେବା ସହିତ ସମାଜ ପାଇଁ ମଧ୍ୟ ସଞ୍ଜୟଙ୍କ ଯଥେଷ୍ଟ ଭୂମିକା ରହିଛି । ଉତ୍ତମ ପରିବେଶ ପାଇଁ ପ୍ରତିବର୍ଷ ବୃକ୍ଷରୋପଣ କରିଛନ୍ତି ସେ । ନିଜ ଅଞ୍ଚଳର କାହାରି ଦେହ ଖରାପ ହେଲେ ନିଜ ଉଦ୍ୟମରେ ମେଡିକାଲ ନେଇ ଚିକିତ୍ସା କରିଥାନ୍ତି ବୋଲି କହିଛନ୍ତି ସଞ୍ଜୟ । ସମାଜ ପାଇଁ କିଛି କରିବାର ନିଶା ରଖି ଆଜି ସମାଜସେବା ସହିତ ରକ୍ତଦାନ, ବୃକ୍ଷ ରୋପଣ ଏବଂ ୨୦୨୨ ମସିହାରେ ବ୍ରାହ୍ମାଣବାଟି ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ନିର୍ବାଚିତ ହୋଇ ଏବେ ସରପଞ୍ଚ ଦାୟିତ୍ୱ ତୁଲାଉଛନ୍ତି । କଣ୍ଟାପଡ଼ା ବ୍ଲକ ସରପଞ୍ଚ ସଂଘର ସଭାପତି ମଧ୍ୟ ଦାୟିତ୍ବ ତୁଲାଇଥିବା କଥା କହିଛନ୍ତି ସଞ୍ଜୟ । ଆଗକୁ ସମାଜ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି ମଧ୍ୟ କହିଛନ୍ତି ।

Sarpanch Sanjay Donated Blood 60 Times
Sarpanch Sanjay Donated Blood 60 Times (ETV Bharat Odisha)
Plantation By Sanjay
Plantation By Sanjay (ETV Bharat Odisha)

ଏହା ବି ପଢନ୍ତୁ...ସେବାରେ ସମର୍ପିତ 'ନରେନ୍ଦ୍ର', ଆମ୍ବୁଲାନ୍ସରୁ ଶୌଚାଳୟ ଯାଏଁ କରିଛନ୍ତି ସବୁ ବ୍ୟବସ୍ଥା

ଏହା ବି ପଢନ୍ତୁ...ରକ୍ତଦାନ ମହାପୂଣ୍ୟ; ମର୍ମେ ମର୍ମେ ବୁଝିଛନ୍ତି ଗ୍ରାମବାସୀ, ଗାଁରେ ଘରେ ଘରେ ରକ୍ତଦାତା - Blood donors village

  • ସଞ୍ଜୟଙ୍କୁ ପ୍ରଶଂସା:

ସଞ୍ଜୟଙ୍କ ଧର୍ମପତ୍ନୀ ସ୍ବାଗତିକା ରାଉତରାୟ କହିଛନ୍ତି," ବାହାଘରକୁ ୧୫ ବର୍ଷ ବିତିଗଲାଣି । ମୋ ସ୍ବାମୀ ମେଡ଼ିସିନ କମ୍ପାନୀରେ କାମ କରୁଥିଲେ, ୨୨ ବର୍ଷ ଧରି ସମାଜସେବା ସହିତ ଅଞ୍ଚଳର ଲୋକଙ୍କ ସେବା କରିବା ଯୋଗୁଁ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ସ୍ବାମୀଙ୍କଠାରୁ ଅନୁପ୍ରାଣିତ ହୋଇ ମୁଁ ୬ ଥର ରକ୍ତଦାନ କରିସାରିଛି । ଆଗାମୀ ଦିନରେ ଏହି କାର୍ଯ୍ଯ ଜାରି ରହିବ ।" ସଞ୍ଜୟଙ୍କ ବାପା ଭିକାରୀ ଚରଣ ରାଉତରାୟ କହିଛନ୍ତି," ସଞ୍ଜୟ ମୋ ପାଇଁ ଗର୍ବ । ସେ ସମାଜସେବା ପାଇଁ ନିଜକୁ ସମର୍ପଣ କରିଛି । ଘରେ ଆମର ସମସ୍ତଙ୍କ ସହଯୋଗ ରହିଛି । ଲୋକଙ୍କ ସେବା କରିବା ମୋ ପୁଅର ନିଶା । ଲୋକଙ୍କ ସେବା ସହିତ, ବୃକ୍ଷ ରୋପଣ, ରକ୍ତଦାନ ଆଦି କରୁଛି ।" ବ୍ରାହ୍ମଣବାଟି ଗ୍ରାମର ବାସିନ୍ଦା ଅଭିଜିତ ଆଚାର୍ଯ୍ୟ କହିଛନ୍ତି," ସଞ୍ଜୟ ସବୁ ସମୟରେ ଲୋକଙ୍କ ସୁଖଦୁଃଖରେ ଛିଡା ହୋଇଥାଆନ୍ତି । ତାଙ୍କ ସମାଜସେବା ଦେଖି ଆମେ ବି ଅନୁପ୍ରାଣିତ ହୋଇଛୁ ।"

Sanjay Awarded For His Social Work
Sanjay Awarded For His Social Work (ETV Bharat Odisha)

କଟକ ଜିଲ୍ଲା କଣ୍ଟାପଡାରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Jan 21, 2025, 7:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.