ETV Bharat / bharat

ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ଓ ଟ୍ରିପଲ ମର୍ଡର: ୫ ଜଣକୁ ଫାଶୀ - CHHATTISGARH GANGRAPE

ନାବାଳିକାଙ୍କୁ ଗଣଦୁଷ୍କର୍ମ ସହ ଜଙ୍ଗଲରେ ବାପା ଓ ସାନ ଭଉଣୀକୁ ପଥରରେ ଛେଚି ମାରିଥିଲେ । ହସ୍ପିଟାଲରେ ଆଖି ବୁଜିଥିଲେ ପୀଡିତା । କୋର୍ଟ କହିଲେ ମୃତ୍ୟୁ ଦଣ୍ଡ ବ୍ୟତୀତ ବିକଳ୍ପ ନାହଁ ।

Chhattisgarh Gangrape
Chhattisgarh Gangrape (ETV Bharat)
author img

By ETV Bharat Odisha Team

Published : Jan 21, 2025, 7:07 PM IST

ରାୟପୁର: ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଓ ପୀଡିତା ସମେତ ତାଙ୍କ ବାପା ଓ ସାନ ଭଉଣୀଙ୍କୁ ମିଶାଇ ଟ୍ରିପଲ ମର୍ଡର ମାମଲାରେ ୫ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ ଫାଷ୍ଟ ଟ୍ରାକ କୋର୍ଟ । ଅନ୍ୟ ଜଣେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଛତିଶଗଡର କୋର୍ବା ଜିଲ୍ଲାରେ ୨୦୨୧ ମସିହାରେ ଏହି ବର୍ରବ କାଣ୍ଡ ଘଟିଥିଲା । ଜଣେ ଆଦିବାସୀ ସମ୍ପ୍ରଦାୟର ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯିବା ସହ ତାଙ୍କ ବାପା ଏବଂ ସାନ ଭଉଣୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଗତକାଲି (ସୋମବାର) ମାମଲା ରାୟ ଶୁଣାଇ 5 ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ଥାନୀୟ କୋର୍ଟ ।

  • ୫ ଜଣଙ୍କୁ ଫାଶୀ, ଜଣଙ୍କୁ ଆଜୀବନ :

ଦୋଷୀମାନେ ୨୦୨୧ ମସିହାରେ ପାହାଡି କୋରୱା ଆଦିବାସୀ ସମ୍ପ୍ରଦାୟର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା କରିଥିଲେ । ଅଭିଯୁକ୍ତମାନେ ନାବାଳିକା ସହ ତାଙ୍କ ବାପା ଓ ସାନ ଭଉଣୀଙ୍କୁ ମଧ୍ୟ ହତ୍ୟା କରିଥିଲେ । ପରେ ଘଟଣାରେ 5 ଜଣଙ୍କୁ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିଲା । ଗତକାଲି (ସୋମବାର) ସନ୍ଧ୍ୟାରେ ସ୍ଥାନୀୟ ଫାଷ୍ଟ-ଟ୍ରାକ୍ କୋର୍ଟ ଏହି ମାମଲାକୁ ବିରଳରୁ ବିରଳତମ ବୋଲି ଦର୍ଶାଇବା ସହ 5 ଦୋଷୀଙ୍କ ମଧ୍ୟରୁ 4 ଜଣଙ୍କୁ ମୃତ୍ୟୁଦଣ୍ଡ ଓ ଅନ୍ୟଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

  • ଦୋଷୀମାନେ ହେଲେ...

ତେବେ ମୃତ୍ୟୁଦଣ୍ଡ ପାଇଥିବା ଦୋଷୀମାନେ ହେଉଛନ୍ତି ଛତିଶଗଡ଼ କୋରବା ଲେମରୁ ଅଞ୍ଚଳର ବାସିନ୍ଦା ସନ୍ତରାମ ମାଞ୍ଜୱାର (୪୫ ବର୍ଷ, ଅପରାଧ ସମୟରେ ), ଅନିଲ କୁମାର ସାରଥି (୨୦), ପରଦେଶୀ ଦାସ (୩୫), ଆନନ୍ଦ ଦାସ (୨୬) ଏବଂ ଅବଦୁଲ ଜବାର ଓରଫ ଭିକି ମେମନ (୨୯) । ସେହିପରି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀ ହେଉଛି ଉମାଶଙ୍କର ଯାଦବ (୨୨) ।

ଏନେଇ ରାୟ ଶୁଣାଇବା ସମୟରେ ବିଚାରପତି ମମତା ଭୋଜୱାନୀ କହିଛନ୍ତି, "ଏହା ଏକ ଅମାନବୀୟ ଏବଂ ନିଷ୍ଠୁର କାର୍ଯ୍ୟ । କାମନା ପୂରଣ ପାଇଁ ନିର୍ଦ୍ଦୋଷ ଏବଂ ଦୁର୍ବଳ ଲୋକଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାକୁ ନେଇ ସାରା ସମାଜ ସ୍ତବ୍ଦ ହୋଇଯାଇଛି । ଏଥିପାଇଁ ଆଜୀବନ କାରାଦଣ୍ଡ ପରିବର୍ତ୍ତେ ମୃତ୍ୟୁଦଣ୍ଡ ବ୍ୟତୀତ କୋର୍ଟଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।"

  • ଏମିତି ଥିଲା ଘଟଣା:

ସ୍ବତନ୍ତ୍ର ସରକାରୀ ଓକିଲ ସୁନିଲ କୁମାର ମିଶ୍ରଙ୍କ କହିବା ଅନୁସାରେ, ପୀଡ଼ିତା ଜଣଙ୍କ ପାହାଡି କୋରୱା ଆଦିବାସୀ ସମ୍ପ୍ରଦାୟର ଜଣେ ୧୬ ବର୍ଷୀୟା ନାବାଳିକା । ନାବାଳିକାଙ୍କ ପରିବାର ଲେମରୁ ଅଞ୍ଚଳ ସତରଙ୍ଗ ଗାଁର ସନ୍ତରାମ ମାଞ୍ଜୱାର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଗାଈ ଚରାଇବା କାମ କରୁଥିଲେ । ଏହି ବାବଦକୁ ନାବାଳିକାଙ୍କ ପରିବାରକୁ ମାସକୁ ୮ ହଜାର ଟଙ୍କା ଓ ୧୦ କେଜି ଚାଉଳ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା ସନ୍ତରାମ । କିନ୍ତୁ ମାସ ଶେଷକୁ ସନ୍ତରାମ ସେମାନଙ୍କୁ ୬୦୦ ଟଙ୍କା ଓ ୧୦ କିଗ୍ରା ଚାଉଳ ଦେଇଥିଲା । ଯାହାକୁ ନେଇ ନାବାଳିକାଙ୍କ ପରିବାର ୨୯ ଜାନୁଆରୀ ୨୦୨୧ରେ ସନ୍ତରାମଙ୍କ ଗାଈ ଚରାଇବା କାମ ଛାଡି ଦେଇଥିଲେ । ପରେ ସେମାନେ ସନ୍ତରାମଙ୍କ ଘର ଛାଡ଼ି ନିଜ ଘରକୁ ଯିବା ପାଇଁ ସତରଙ୍ଗ ବସଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ । ଏତିକି ବେଳେ ସେଠାରେ ସନ୍ତରାମ ତାଙ୍କ ସାଙ୍ଗମାନଙ୍କ ସହ ପହଞ୍ଚି ନାବାଳିକା ସହ ତାଙ୍କ ବାପା ଓ ୪ ବର୍ଷୀୟା ସାନ ଭଉଣୀଙ୍କୁ ନେଇ ଘରେ ଛାଡ଼ିଦେବା ପାଇଁ କହିଥିଲା ।

  • ଜଙ୍ଗଲ ମଝିରେ ଗଣଦୁଷ୍କର୍ମ:

ତେବେ ସନ୍ତରାମଙ୍କ କଥାରେ ବିଶ୍ବାସ କରି ନାବାଳିକା, ତାଙ୍କ ବାପା ଓ ଭଉଣୀ ସନ୍ତରାମ ସହ ବାଇକରେ ଯାଇଥିଲେ । କିଛି ବାଟ ଯିବା ପରେ ଗଡ଼ ଉପରୋଡା ଜଙ୍ଗଲ ମଝିରେ ସନ୍ତରାମ ସେମାନଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲା । ପରେ ସନ୍ତରାମ ଓ ତାର ୫ ଜଣ ସାଙ୍ଗ ମିଶି ସେମାନଙ୍କୁ ମାଡ଼ ମାରିବା ସହ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପରେ ନାବାଳିକା ସହ ତାଙ୍କ ବାପା ଓ ଭଉଣୀକୁ ଅମାନୁଷିକ ଭାବରେ ପଥରରେ ଆକ୍ରମଣ କରି ସେଠାରୁ ଚାଲିଯାଇଥିଲେ ।

  • ପୀଡିତାଙ୍କ ଭାଇ ଦେଇଥିଲେ ନିଖୋଜ ଏତଲା:

ସେପଟେ ମୃତ ନାବାଳିକାଙ୍କ ଭାଇ ଫେବୃଆରୀ ୨ ତାରିଖରେ ତାଙ୍କ ବାପା ଓ ଭଉଣୀ ନିଖୋଜ ଥିବା ନେଇ ଲେମରୁ ଥାନାରେ ଏତଲା ଦେଇଥିଲେ । ନିଖୋଜ ରିପୋର୍ଟ ଦାଖଲ ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ​​ଏବଂ ସେହିଦିନ ପଚରାଉଚରା ପରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନଙ୍କ ବୟାନ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରୁ ପୀଡ଼ିତାଙ୍କ ବାପା ଓ ଉଭଣୀଙ୍କ ମୃତଦେହ ଜବତ କରିଥିଲା ପୋଲିସ । ଏହାସହ ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କୁ ଜୀବତ ଅବସ୍ଥାରେ ଉଦ୍ଧାର କରିଥିଲା । ତୁରନ୍ତ ନାବାଳିକାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବୟ ଫ୍ରେଣ୍ଡକୁ ବିଷ ଦେଇ ମାରିଥିଲେ, ଫାଶୀ ଦଣ୍ଡ ଦେଲେ କୋର୍ଟ

ଏହା ମଧ୍ୟ ପଢ଼ନ୍ତୁ...କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଦୋଷୀ ସଞ୍ଜୟ ରାୟକୁ ଆଜୀବନ ଜେଲ୍‌

ଏନେଇ IPC ଧାରା 302 (ହତ୍ୟା), 376 (2)G (ଗଣବଳାତ୍କାର) ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଏବଂ ପୋସ୍କୋ (POCSO) ଆଇନ ଅନୁଯାୟୀ, ଅପରାଧୀମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ଶୁଣାଣି କୋରବାର ଫାଷ୍ଟ-ଟ୍ରାକ୍ କୋର୍ଟରେ ହୋଇଥିଲା । ସୋମବାର ଯାହାର ରାୟ ଶୁଣାଇଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.