ETV Bharat / technology

ଇନଷ୍ଟାଗ୍ରାମ ଆଣିଲା ସ୍ବତନ୍ତ୍ର Editing ଆପ୍‌; କଣ ମିଳିବ ସୁବିଧା - INSTAGRAM BRINGS EDITING APP

ଇନଷ୍ଟାଗ୍ରାମ କ୍ରିଏଟରଙ୍କ ଲାଗି ସ୍ବତନ୍ତ୍ର ଏକ ଏଡିଟିଂ ଆପ୍‌ ଆଣିଛି, ଯେଉଁଥିରେ କ୍ରିଏଟରମାନେ ନିଜର ଭିଡିଓ ଏଡିଟ୍‌ କରିପାରିବେ । ଏଥିରେ କଣ ସୁବିଧା ମିଳିବ ଜାଣନ୍ତୁ...

Instagram Announces New Editing App
Instagram Announces New Editing App (Image Credit- Instagram)
author img

By ETV Bharat Tech Team

Published : Jan 21, 2025, 1:00 PM IST

ହାଇଦ୍ରାବାଦ: ରିଲ୍ସର ସମୟ ସୀମା 90 ସେକେଣ୍ଡରୁ 180 ସେକେଣ୍ଡକୁ ବୃଦ୍ଧି କରିବା ପରେ କ୍ରିଏଟରଙ୍କୁ ଆଉ ଏକ ସୁବିଧା ମିଳିବାକୁ ଯାଉଛି । ଭିଡିଓ ଏଡିଟ୍‌ କରିବା ଲାଗି ଏହି ପ୍ଲାଟଫର୍ମ ଏକ ସ୍ବତନ୍ତ୍ର ଏଡିଟିଂ ଆପ୍‌ ଆଣିଛି । ୟାହାର ନାଁ 'Edits' ବୋଲି ରଖାଯାଇଛି । ଏ ସମ୍ପର୍କରେ ଇନଷ୍ଟାଗ୍ରାମ ମୁଖ୍ୟ ଏଡମ୍‌ ମୋସେରୀ ୟୁଜରଙ୍କୁ ସୂଚନା ଦେଇଛନ୍ତି । ତେବେ ଏହି ଆପ୍‌ରେ ଏଡିଟିଂ କଲେ କଣ ଅତ୍ୟାଧୁନିକ ସୁବିଧା ମିଳିବ ଜାଣିବା ।

  • କଣ ଏହି ସ୍ବତନ୍ତ୍ର Edits ଆପ୍‌ ?

ଇନଷ୍ଟାଗ୍ରାମ ନିଜର ୟୁଜରଙ୍କ ଲାଗି ଆହୁରି ଉନ୍ନତ ସୁବିଧା ଲାଗି ଏହି ଆପ୍‌କୁ ଲଞ୍ଚ କରିଛି । ଏହି ଆପ୍‌ରେ ୟୁଜର ପୂର୍ବାପେକ୍ଷା ଅଧିକ କ୍ରିଏଟିଭ ଭାବରେ ନିଜର ଭିଡିଓକୁ ଏଡିଟ୍‌ କରିପାରିବେ । ଏହି ଆପ୍‌ରେ ଭିଡିଓ ଏଡିଟ୍‌ କରିବା ଲାଗି ଇନଷ୍ଟାଗ୍ରାମ ଆପ୍‌ ବ୍ୟତୀତ ବିଭିନ୍ନ ପ୍ରକାର ଏଡିଟ୍‌ ଟୁଲ୍ସ ଦିଆଯାଇଛି । ଏହା ଏଖ ପ୍ରକାର ମୋବାଇଲ ଭିଡିଓ ଏଡିଟିଂ ଆପ୍‌, ଯେଉଁଥିରେ ହାଇ-କ୍ବାଲିଟି ଭିଡିଓ କ୍ୟାପଚର, ଡ୍ରାଫ୍ଟସ୍‌ ଓ ଭିଡିଓ ଲାଗି ଡେଡିକେଟେଡ୍‌ ଟ୍ୟାବ୍ସ, ରିଜୋଲ୍ୟୁସନ ଲାଗି କ୍ୟାମେରା ସେଟିଙ୍ଗ, ଫ୍ରେମ ରେଟ୍‌ ଓ ଡାଇନାମିକ୍‌ ରେଞ୍ଜ ସମେତ ବହୁ ଖାସ୍‌ ଫିଚର ଅଛି । ଏହାବ୍ୟତୀତ ଇନଷ୍ଟାଗ୍ରାମର ଏହି ନୂଆ ଭିଡିଓ ଏଡିଟିଂ ଆପ୍‌ରେ କୃତ୍ରିମ ବୁଦ୍ଧିମତା (AI) ଫିଚର ମଧ୍ୟ ଅଛି, ଯାହା ସାହାଯ୍ୟରେ ୟୁଜର ଚମତ୍କାର ଆନିମେସନ ସହିତ ଭିଡିଓ ଏଡିଟ୍‌ କରିପାରିବେ ।

Instagram 'Edits' App
Instagram 'Edits' App (Credit- ETV Bharat via Apple App Store)
  • କଣ ଉନ୍ନତ ସୁବିଧା ମିଳିବେ ?

ଇନଷ୍ଟାଗ୍ରାମ ମୁଖ୍ୟ ଏଡମ୍‌ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ଓ ଥ୍ରେଡସ୍‌ରେ ଏକ ଭିଡିଓ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, "ଆମେ ଆଜି ଏକ ନୂଆ ଆପ୍‌ Edits ଲଞ୍ଚ କରିଛୁ । ଏହି ଆପ୍‌ ସେହି ବ୍ୟକ୍ତିଙ୍କ ଲାଗି ଯେଉଁମାନେ ନିଜ ଫୋନରେ ଭିଡିଓ ଏଡିଟ୍‌ କରନ୍ତି । ଆଜିକାଲି ବହୁତି କିଛି ହେଉଛି, କିଛି ଯାହା ବି ହେଉ ଆମେ ଆମ କ୍ରିଏଟରଙ୍କ ଲାଗି ଯଥାସମ୍ଭବ ଉନ୍ନତ ଟୁଲ୍‌ ଆଣିବାକୁ ଉଦ୍ୟମ ଜାରି ରଖିଛୁ । Edits କେବଳ ଏକ ସାଧାରଣ ଏଡିଟିଂ ଆପ୍‌ ନୁହେଁ, ବରଂ କ୍ରିଏଟିଭ୍‌ ଟୁଲ୍‌ ପରି କାମ କରିବ । ଯେଉଁଥିରେ କ୍ରିଏଟରମାନଙ୍କୁ ସବୁକିଛି ମିଳିବ ।"

ସେ ଆହୁରି କହିଛନ୍ତି, "ଏହି ଆପ୍‌ରେ ଇନସ୍ପିରେସନ ଲାଗି ଡେଡିକେଟେଡ୍‌ ଟ୍ୟାବ୍‌ ଅଛି । ଏଥିରେ ଭିଡିଓ ରେକର୍ଡିଂ କରିବା ଲାଗି ଏଥିରେ ହାଇ-କ୍ବାଲିଟିର କ୍ୟାମେରା ଦିଆଯାଇଛି । ଏହାବ୍ୟତୀତ ଏଥିରେ ଉନ୍ନତମାନର ଏଡିଟିଂ ଟୁଲ୍‌ ଦିଆଯାଇଛି । ଏଥିରେ ଆପଣ ଡ୍ରାଫ୍ଟସକୁ ଅନ୍ୟ ବନ୍ଧୁ ବା କ୍ରିଏଟରଙ୍କୁ ସେୟାର କରିପାରିବେ । ଯଦି ଆପଣ ଏଡିଟ୍‌ କରିଥିବା ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରୁଛନ୍ତି ତେବେ ଏହି ଆପ୍‌ରେ ମଧ୍ୟ ଉକ୍ତ ପୋଷ୍ଟକୁ ଦେଖିପାରିବେ ।"

  • ପ୍ରଥମେ iOS, ପରେ ଆଣ୍ଡ୍ରଏଡ୍‌

ଏହି ଭିଡିଓ ଏଡିଟିଂ ଆପ୍‌ରେ ଏଡିଟ୍‌ ହୋଇଥିବା ଭିଡିଓକୁ ଆପଣ ଇନଷ୍ଟାଗ୍ରାମ ବ୍ୟତୀତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଅପଲୋଡ୍‌ କରିପାରିବେ । ଇନଷ୍ଟାଗ୍ରାମ ମୁଖ୍ୟଙ୍କ କହିବାନୁସାରେ, ଏବେ ଆପଲ୍‌ ୟୁଜର ଏହି ଆପ୍‌କୁ iOS ଆପ୍‌ଷ୍ଟୋରରେ ପ୍ରି-ଅର୍ଡର କରିପାରିବେ, ଆଣ୍ଡ୍ରଏଡ ଡିଭାଇସରେ ବି ଏହି ଆପ୍‌ ଖୁବଶୀଘ୍ର ଉପଲବ୍ଧ ହେବ । ଏହି ଆପ୍‌ ଆସନ୍ତା ମାସ ପର୍ଯ୍ୟନ୍ତ ଡାଉନଲୋଡ କରିବା ଲାଗି ଉପଲବ୍ଧ ହେବ ।

ଏହା ବି ପଢନ୍ତୁ
  1. ଏଣିକି 3ମିନିଟ ରିଲ୍ସ ସୁଟ୍‌ କରିପାରିବେ କ୍ରିଏଟର; ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର
  2. ଏବେ ମ୍ୟୁଜିକ୍‌ ସହ ଲଗାଇପାରିବେ WhatsApp ଷ୍ଟାଟସ୍‌; କେମିତି ଜାଣନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.