ହାଇଦ୍ରାବାଦ: ଗତବର୍ଷ ନଭେମ୍ବର ମାସରେ ଚୀନରେ ମିଡ୍-ପ୍ରିମିୟମ iQOO Neo 10 ସିରିଜ ଲଞ୍ଚ ହୋଇଛି । ଏଥିରେ ଦୁଇଟି ମଡେଲ Vanilla Neo 10 ଓ Neo 10 Pro ଲଞ୍ଚ କରାଯାଇଛି । ଏହାର ବିଶ୍ବ ବଜାରରେ ଲଞ୍ଚ ହେବା ପୂର୍ବରୁ କମ୍ପାନୀ ଏହି ସିରିଜରେ କାମ କରୁଥିବା ଏକ ନୂଆ ଭାରିଏଣ୍ଟ 'iQOO Neo 10R' ଓ ମେମୋରୀ ଅପସନ ଲିକ୍ ହୋଇଛି । ଏହି ଲିକ୍ ରିପୋର୍ଟରେ ଭାରତରେ ନୂଆ ଭାରିଏଣ୍ଟର ଲଞ୍ଚ ସମୟ, ଦାମ ଓ ପ୍ରମୁଖ ସ୍ପେଶିଫିକେସନର ଖୁଲାସା ହୋଇଛି ।
iQOO Neo 10R: ଭାରତ ଲଞ୍ଚ ସମୟ
- କମ୍ପାନୀର Neo ଲାଇନଅପ୍ରେ 'ଆଇକୁ ନିଓ 10ଆର' ସ୍ମାର୍ଟଫୋନ ପ୍ରଥମ ଫୋନ ହେବାକୁ ଯାଉଛି ।
- ଟିପଷ୍ଟର ପାରସ ଗୁଗଲାନି ଦାବି ଅନୁସାରେ, ନୂଆ ଆଇକୁ ସ୍ମାର୍ଟଫୋନ ଭାରତରେ ଫେବୃଆରୀରେ ଲଞ୍ଚ ହୋଇପାରେ । କିନ୍ତୁ ପ୍ରକୃତ ତାରିଖ ସମ୍ପର୍କରେ ଜଣାପଡ଼ିନାହିଁ ।
Xclusive: IQOO NEO 10R 5G (India)
— Paras Guglani (@passionategeekz) January 20, 2025
I2221
6.78" amoled 144hz
8s gen 3
8gb+256gb, 12gb+256gb
50mp sony lyt-600, 8mp wide, 16mp front
6400 mah ="" 80w
blue white slice, lunar titanium
under 30k
feb 2025#IQOO #IQOONeo10R #IQQNEO10R5G
iQOO Neo 10R: ଦାମ ଓ ସ୍ପେଶିଫିକେସନ
- ଡିସପ୍ଲେ: ଗୁଗଲାନିଙ୍କ ତଥ୍ୟ ଅନୁସାରେ, ଏହି ହ୍ୟାଣ୍ଡସେଟ୍ 144Hz ରିଫ୍ରେସ ରେଟ୍ ସହିତ 6.78-ଇଞ୍ଚ AMOLED ଡିସପ୍ଲେ । ଯଦି ଏହି ସ୍କ୍ରିନ ଆକାର ସହ ଆସେ ତେବେ ଏହା iQOO Neo 10 ଓ Neo 10 Pro ସହିତ ସମାନ ।
- ଚିପସେଟ୍: ଏଥିରେ କ୍ବାଲକମର ସ୍ନାପଡ୍ରାଗନ 8ଏସ ଜେନ 3 ସହ ଆସିପାରେ ।
- ମେମୋରୀ: ଏଥିରେ ଦୁଇଟି କନଫିଗିରେସନ 8GB + 256GB ଓ 12GB + 256GB ସହ ଆସିପାରେ ।
- କ୍ୟାମେରା: ଏହାର ମେନ୍ କ୍ୟାମେରା 50MP Sony LYT-600 ଓ ଫ୍ରଣ୍ଟ କ୍ୟାମେରା 8MP କିମ୍ବା 16MP ହୋଇପାରେ ।
- ବ୍ୟାଟେରୀ: ଏହାର ବ୍ୟାଟେରୀ 6,400mAh ହୋଇପାରେ ଯାହାକି 80W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ । ଯଦି ଏହା ହୁଏ ତେବେ ଏହାର ବ୍ୟାଟେରୀ Neo 10 ମଡେଲଠାରୁ (6,100mAh) ବଡ଼ ହେବ ।
- କଲର ଅପସନ: ଟିପଷ୍ଟରଙ୍କ ସୂଚନା ଅନୁସାରେ ଏହା Lunar Titanium ଓ Blue White Slice ରଙ୍ଗରେ ଉପଲବ୍ଧ ହୋଇପାରେ ।
ଦାମ କେତେ ରହିପାରେ ?
ଲିକ୍ ତଥ୍ୟ ଅନୁସାରେ, iQOO Neo 10Rର ଦାମ Rs 30,000 ତଳେ ରହିପାରେ । ଯଦି ଏହି ମୂଲ୍ୟରେ ଫୋନଟି ଲଞ୍ଚ ହୁଏ ତେବେ ଏହାର ମୁକାବିଲା ପୋକୋ ଏକ୍ସ7 ପ୍ରୋ, ୱାନପ୍ଲସ ନର୍ଡ 4 ଏବଂ ମୋଟୋରୋଲା ଏଜ୍ 50 ପ୍ରୋ ସହ ହୋଇପାରେ । କହି ରଖୁଛୁ କି, ଚୀନରେ iQOO Neo 10ର ଦାମ CNY 2399 (ପାଖାପାଖି 28,400 ଟଙ୍କା) ରହିଛି ।