ETV Bharat / state

ମଙ୍କିପକ୍ସ ଭୟ: ଜଳ-ସ୍ଥଳ-ଆକାଶପଥକୁ ଆଲର୍ଟ - Mpox Fear

author img

By ETV Bharat Odisha Team

Published : Sep 9, 2024, 6:15 PM IST

Mpox Fear: ମଙ୍କିପକ୍ସକୁ ନେଇ ଘାରିଲା ଚିନ୍ତା । ସବୁ ପଥକୁ ଆଲର୍ଟ ଜାରି । ବିଦେଶୀ ଫେରନ୍ତାଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗର ନଜର । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ମଙ୍କିପକ୍ସ ଭୟ
ମଙ୍କିପକ୍ସ ଭୟ (ETV Bharat Odisha)

ଭୁବନେଶ୍ବର: ଦେଶକୁ ଘାରିଲାଣି ମଙ୍କିପକ୍ସ ଭୟ । ଗତକାଲି ଜଣେ ସନ୍ଦିଗ୍ଧ ଚିହ୍ନଟ ହେବା ପରେ ଆଲର୍ଟ ମୋଡରେ ସରକାର । ମଙ୍କିପକ୍ସ ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସ୍କ୍ରିନିଂ, ଟେଷ୍ଟିଂ ଓ ବେଡ ପ୍ରସ୍ତୁତ ରଖିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ । ଆଉ ରାଜ୍ୟରେ ମଧ୍ୟ ମଙ୍କିପକ୍ସକୁ ନେଇ ସଜାଗ ରହିଛି ସ୍ବାସ୍ଥ୍ୟ ବିଭାଗ । ମଙ୍କିପକ୍ସକୁ ନେଇ ଜଳ, ସ୍ଥଳ, ଆକାଶ ସମସ୍ତ ଅନ୍ତର୍ଜାତୀୟ ଏଣ୍ଟ୍ରି ପଏଣ୍ଟରେ ଆଲର୍ଟ ଜାରି କରାଯାଇଛି ।

ମଙ୍କିପକ୍ସ ଭୟ (ETV Bharat Odisha)

ଜଳ-ସ୍ଥଳ-ଆକାଶ ପଥକୁ ଆଲର୍ଟ:

ମଙ୍କିପକ୍ସ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ‘ଏନେଇ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବରେ ସଜାଗ ରହିଛି । ରାଜ୍ୟର ସମସ୍ତ ପ୍ରବେଶ ପଥକୁ ଆଲର୍ଟ କରାଯାଇଛି । ବିଶେଷ କରି ଜଳପଥ ଆକାଶ ପଥ ଆଦିକୁ ଆଲର୍ଟ କରାଯାଇଛି । ଭୁବନେଶ୍ବର ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର । ତେଣୁ ଆଲର୍ଟ କରାଯାଇଛି । ପ୍ରଭାବିତ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କୁ ଆଇସୋଲେଟ ରଖାଯାଉଛି । ଦେଶରେ ଏପର୍ଯ୍ୟନ୍ତ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି ।’ ସେପଟେ ମଙ୍କିପକ୍ସକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଏହା ମଧ୍ୟ ପଢନ୍ତୁ: ବିଶ୍ବକୁ ଫେରିଲା Mpox, ଗ୍ଲୋବାଲ ହେଲ୍ଥ ଏମରଜେନ୍ସି ଘୋଷଣା କଲା ହୁ

ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର:

ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆହୁରି କହିଛନ୍ତି, ଟ୍ରାଭେଲର ୱଥ ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରି ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ସରକାର ତୀକ୍ଷ୍ଣ ନଜର ରଖାଯାଇଛି । ମଙ୍କିପକ୍ସ ସନ୍ଦିଗ୍ଧ ରୋଗୀଙ୍କୁ ଇଣ୍ଟରନ୍ୟାସନାଲ କ୍ବାରେଣ୍ଟଇନରେ ରଖାଯାଇଛି । ପରୀକ୍ଷା ନିରୀକ୍ଷା କରାଯାଉଛି। ଆମର ଯଦି ସିମଟୋମେଟିକ ଆସିଲା ଆଇସଲେସନ କରାଯିବାର ବ୍ୟବସ୍ଥା ମଧ୍ୟ କରାଯିବ’ । ସେ ଆହୁରି ମଧ୍ୟ କହିଛନ୍ତି, " ବିଶେଷ ଭାବରେ ସଂସ୍ପର୍ଶରେ ନଆସିବାକୁ ଧ୍ୟାନ ଦିଆଯାଉଛି । ଏଭଳି ମାମଲା ଆସିଲେ ସେମାନଙ୍କୁ ଅନବୋର୍ଡ କରିବାକୁ ଦିଆଯିବ ନାହିଁ । ଏହା ସିଧା ଭାରତ ସରକାର ଦ୍ବାରା ତଦାରଖ କରାଯାଉଛି । ଯଦି କେହି ସ୍ଲିପ ହୋଇକି ଆସିଲେ ତାଙ୍କୁ ଆଇସଲେସନ କରାଯିବ । ଅନବୋର୍ଡିଂରେ ଇଣ୍ଟରନ୍ୟାସନାଲ କ୍ବାରେଣ୍ଟାଇନରେ ଫିଲଟରେସନ ହେଉଛି । ଫ୍ଲାଇଟ ଏଣ୍ଟ୍ରି ପଏଣ୍ଟରେ ଭାରତ ସରକାରଙ୍କ ହେଲଥ ଟିମ ଅଛି । ସେହି ଟିମ ସହ ଆମର ସମନ୍ଵୟ ରହିଛି । ଏହି ମାମଲା ଛଡା ଆଉ କିଛି ନୂଆ ମାମଲା ନାହିଁ ତେଣୁ କେହି ଆତଙ୍କିତ ହୁଅନ୍ତୁ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଭାରତରେ ଏଣ୍ଟ୍ରି ମାରିଲା ମଙ୍କିପକ୍ସ ! ସଙ୍ଗରୋଧରେ ସନ୍ଦିଗ୍ଧ ଆକ୍ରାନ୍ତ, ଚିନ୍ତିତ ନହେବାକୁ କେନ୍ଦ୍ରର ପରାମର୍ଶ

ମଙ୍କିପକ୍ସର ରହିଛି ଏପରି ଲକ୍ଷଣ:

ମଙ୍କିପକ୍ସ ହେଲେ ଶରୀରରେ କଣ ଦେଖାଯାଏ ଲକ୍ଷଣ ? ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, "ବିଶେଷ ଭାବରେ ଘିମିରି ଭଳି ରାସେସ ହୋଇ ସେଥିରେ ପାଣି ହୋଇଯିବ। ବିନ୍ଧା ବିନ୍ଧି ହେବାର ସମ୍ଭାବନା ରହିଛି। ଏଭଳି ହେଲେ ଆଇସୋଲେଟ ହେବେ ଓ ଭାରତ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଚିକିତ୍ସା ହେବ । ପୂର୍ବରୁ କୋଭିଡ ଭଳି ଯେଉଁ ଚିକିତ୍ସା ଦିଆଯାଉଥିଲା ସମାନ ଧରଣର ଚିକିତ୍ସା କରାଯିବ। ପାରାସିଟାମଲ ସହ କୋଭିଡ ଭଳି ଆଣ୍ଟି ଭାଇରାଲ ଦିଆଯିବ। କୋଭିଡରେ ବି ଆଇସଲେସନ ହେଉଥିଲା। ଘିମିରି ଭଳି ଫୋଟକା ପାଣିରୁ ଅଧିକ ଇନଫେକସନ ହୋଇଥାଏ ।’

ଏହା ମଧ୍ୟ ପଢନ୍ତୁ:Jynneos ଟିକାର ଗୋଟିଏ ଡୋଜ୍ Mpox ବିରୋଧରେ 78% ପ୍ରଭାବୀ: ଲାନସେଟ୍

ମଙ୍କିପକ୍ସରେ ନିମୋନିଆ ଓ ବ୍ରେନକୁ ମଧ୍ୟ ଧରିପାରେ:

ମଙ୍କିପକ୍ସ ବ୍ୟାପିବା ଅଧିକ ହେବାର ସମ୍ଭାବନା ରହିଛି। ନିମୋନିଆ ଓ ବ୍ରେନକୁ ବି ଧରିପାରେ। ଯାହା ଅଧିକ ମାତ୍ରାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏବେ ସମସ୍ତ ପ୍ରବେଶ ପଥ ଉପରେ ନଜର ରଖାଯାଇଛି। ଇଣ୍ଟରନ୍ୟାସନାଲ କ୍ବାରେଣ୍ଟଇନରେ ଚିହ୍ନଟ ହେବେ। ଭାରତ ସରକାରଙ୍କ ଏକ ୟୁନିଟ ଏହାକୁ ନିୟନ୍ତ୍ରଣ କରୁଛି। ଅନଲାଇନରେ ସବୁ ରାଜ୍ୟ ସହ ଯୋଗାଯୋଗରେ ରହିଛି ୟୁନିଟ। ଅନବୋର୍ଡ ଏବଂ ଅଫବୋର୍ଡିଂରେ ନଜର ରହିଛି ।

ବଢୁଛି ଏମ-ପକ୍ସ ଆତଙ୍କ: ଭାରତ ପାଇଁ ସତର୍କ ଘଣ୍ଟି, କେମିତି ରହିବେ ସତର୍କ ?

ଇଟିଭି ଭାରତ ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.