ETV Bharat / state

ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା, ଫିଲ୍ଡ ଅଧିକାରୀଙ୍କୁ ସଜାଗ ରହିବାକୁ CSଙ୍କ ନିର୍ଦ୍ଦେଶ - Special Relief Commissioner

author img

By ETV Bharat Odisha Team

Published : Sep 9, 2024, 6:23 PM IST

IMD Predicts Heavy Rainfall: ରାଜ୍ୟରେ ଆହୁରି ବଢ଼ିବ ବର୍ଷା । ଏହା ପ୍ରଭାବରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଏଭଳି ପଦକ୍ଷପ ନେଇଛନ୍ତି ଏସଆରସି । ଅଧିକ ପଢ଼ନ୍ତୁ

SPECIAL RELIEF COMMISSIONER
SPECIAL RELIEF COMMISSIONER (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଲାଗି ରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ଆସନ୍ତାକାଲି ବର୍ଷା ସାରା ରାଜ୍ୟକୁ କବଳିତ କରିବାକୁ ଥିବା ବେଳେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ବିଭିନ୍ନ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏପଟେ ପ୍ରବଳ ବର୍ଷା ପ୍ରଭାବରେ ଆସନ୍ନ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଥିବା ବେଳେ ଆଗୁଆ ତତ୍ପର ହୋଇଛି ଏସଆରସି । ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଥିବା ବେଳେ ସ୍ଥିତି ଉପରେ ନଜର ରଖିବାକୁ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମସ୍ତ ଫିଲ୍ଡ ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ ।

୭ ଜିଲ୍ଲାରେ ୧୮ ଓଡ୍ରାଫ ଟିମ ନିୟୋଜିତ:

ଏସଆରସି ଦେଓରଞ୍ଜନ କୁମାର ସିଂଙ୍କ ସୂଚନା ଅନୁସାରେ, ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ବିଭିନ୍ନ ଜିଲ୍ଲାରେ ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି । ରାଜ୍ୟର ୭ ଜିଲ୍ଲାରେ ୧୮ ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି । ମାଲକାନଗିରିରେ ୬, କୋରାପୁଟରେ ୨, ରାୟଗଡାରେ ୨, ଗଞ୍ଜାମରେ ୨, କନ୍ଧମାଳରେ ୨, ବୌଦ୍ଧରେ ୨ ଓ ବଲାଙ୍ଗୀରରେ ୨ ଓଡ୍ରାଫ ଟିମଙ୍କୁ ନିୟୋଜିତ କରାଯାଇଛି । ସେହିପରି ୫ ଉପକୂଳ ଜିଲ୍ଲାରେ ୧୨ ଟିମ ପ୍ରସ୍ତୁତ ହୋଇ ରଖାଯାଇଛି । ସେଗୁଡିକ ହେଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବୌଦ୍ଧ । ସେହିପରି ୬ଟି ଏନଡିଆରଏଫ ଟିମ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ପଠାଯାଇଛି । ୨ଟି ଟିମ ପ୍ରସ୍ତୁତ କରି ରଖାଯାଇଛି ।

ମାଲକାନଗିରିରେ ବର୍ଷା ସ୍ଥିତି
ମାଲକାନଗିରିରେ ବର୍ଷା ସ୍ଥିତି (ETV Bharat Odisha)

ଜଳ ନିଷ୍କାସନ ଲାଗି ଅତିରିକ୍ତ ପମ୍ପ ମହଜୁଦ :

ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ପାହାଡିଆ ସ୍ଥାନରେ ଭୂସ୍କଳନ ହେବାର ସମ୍ଭାବନା ରହିଛି । ସେଥିପାଇଁ ପ୍ରସାଶନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ସେହିପରି ଦୁର୍ବଳ ନଦୀ ବନ୍ଦ ଉପରେ ନଜର ରଖିବାକୁ ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ନିୟନ୍ତ୍ରଣ ଯନ୍ତ୍ରପାତି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମହଜୁଦ ରଖାଯାଇଛି । ସହରାଞ୍ଚଳରେ ଜଳ ନିଷ୍କାସନ ଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି । ସହରାଞ୍ଚଳ ଜଳ ନିଷ୍କାସନ ଲାଗି ଭୁବନେଶ୍ୱରରେ ୩୦, କଟକରେ ୧୦, ପୁରୀରେ ୧୦ ସେଟ ଅତିରିକ୍ତ ପମ୍ପ ମହଜୁଦ ରଖାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ବାହ୍ୟ ଜଗତରୁ ବିଛିନ୍ନ ମାଲକାନଗିରି - Red Alert by IMD

ମାଲକାନଗିରି ଗଲେ 3 ଅଧିକାରୀ:

ଏସଆରସି ଦେଓରଞ୍ଜନ କୁମାର ସିଂ କହିଛନ୍ତି, "ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ପ୍ରଭାବିତ ହୋଇଛି । ବିଶେଷ କରି କୋରାପୁଟ ଓ ମାଲକାନଗିରି ଜିଲ୍ଲା ପ୍ରଭାବିତ ହୋଇଛି । କୋରାପୁଟ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାବେଳେ ମାଲକାନଗିରି ଏବେ ଫୋସକରେ ରହିଛି । ସ୍ଥିତିର ମୁକାବିଲା ପାଇଁ ୩ ବରିଷ୍ଠ ଅଧିକାରୀ ମାଲକାନଗିରି ଜିଲ୍ଲା ଯାଇଛନ୍ତି । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ଦକ୍ଷିଣାଞ୍ଚଳ ଡିଆଇଜି ଚରଣ ମିନା ମାଲକାନଗିରି ଜିଲ୍ଲା ଯାଇଛନ୍ତି । ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ ।"

ବର୍ଷାରେ ବେହାଲ ମାଲକାନଗିରି
ବର୍ଷାରେ ବେହାଲ ମାଲକାନଗିରି (ETV Bharat Odisha)
କୋରାପୁଟରେ ଭାଙ୍ଗିଛି ୧୫୦ ଘର :ପ୍ରବଳ ବର୍ଷା ଯୋଗୁଁ କୋରାପୁଟ ଓ ମାଲକାନଗିରି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । କୋରାପୁଟ ଜିଲ୍ଲାର ୬ ବ୍ଲକ ପ୍ରଭାବିତ ହୋଇଛି । ପ୍ରଭାବିତ ବ୍ଲକ ହେଉଛି ଜୟପୁର, ବୈପାରିଗୁଡା, କୁନ୍ଦ୍ରା, ବୋରିଗୁମା, ସେମିଳିଗୁଡା ଓ କୋରାପୁଟ । ଜିଲ୍ଲାର ୩୬ ଗାଁର ୭୫୩ ଲୋକ ପ୍ରଭାବିତ ହୋଇଥିବାବେଳେ ୧୫୦ ଘର ଭାଙ୍ଗିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଗୋଟିଏ ଓଡ୍ରାଫ ଟିମ ନିୟୋଜିତ ହୋଇଥିବା ବେଳେ ୫୬ ଲୋକ ୨ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହୋଇଛନ୍ତି । ଜିଲ୍ଲାରେ ୬ଟି ସ୍ଥାନରେ ରାସ୍ତା ସେବା ବାଧାପ୍ରାପ୍ତ ହୋଇଛି । ବିରିନାଡୀ ବ୍ରିଜ ଉପରେ ଜଳ ପ୍ରବାହିତ ହେଉଥିବାରୁ ଦିଗାପୁର- କୁନ୍ଦ୍ରା ରାସ୍ତା ସେବା ବାଧାପ୍ରାପ୍ତ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...Odisha Heavy Rain: ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା, ୬ ଜିଲ୍ଲାରେ ୱେଲୋ ୱାର୍ଣ୍ଣିଂ, ଆଲର୍ଟରେ SRC - Deep Depression Rain Alert

ମାଲକାନଗିରି ଜିଲ୍ଲାରେ ସ୍ଥାନାନ୍ତର ହେଲେ ୫୦୪ ଲୋକ:

ସେହିପରି ପ୍ରବଳ ବର୍ଷା ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ୨ଟି ବ୍ଲକ ପ୍ରଭାବିତ ହୋଇଛି । ମାଲକାନଗିରି ଓ କାଲିମେଳା ବ୍ଲକର ପ୍ରଭାବିତ ୬ ଗାଁର ୫୦୪ ଲୋକଙ୍କୁ ୪ଟି ରିଲିଫ ସେଣ୍ଟର ସ୍ଥାନାନ୍ତରିତ କରାଯାଇଛି । ୮ଟି ସ୍ଥାନରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ମାଲକାନଗିରି ବ୍ଲକରେ ସର୍ବାଧିକ ୨୫୩ ମିଲିମିଟର ବର୍ଷା ରେକର୍ଡ:

ଗତ ୫ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲା । ଗତକାଲି ଉକ୍ତ ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇଛି । ଏହା ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ମଧ୍ୟରେ ଅଗ୍ରସର ହେଉଛି । ଗତ ୬ ଘଣ୍ଟା ହେଲା ଏହା ଘଣ୍ଟାକୁ ପ୍ରାୟ ୧୦ କିଲୋମିଟର ବେଗରେ ପ୍ରଭାବିତ ହେଉଛି । ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲାର ୩ ବ୍ଲକରେ ପ୍ରବଳ ବର୍ଷା ହୋଇଛି । ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଇରପୁଟରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ସର୍ବାଧିକ ମାଲକାନଗିରି ବ୍ଲକରେ ୨୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ମାଲକାନଗିରି ଓ କୋରାପୁଟ ଜିଲ୍ଲାର ୩ ବ୍ଲକରେ ୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡା, ମାଥିଲି ଓ କାଲିମେଳା ଏବଂ କୋରାପୁଟ ଜିଲ୍ଲାର ବୋରିଗୁମା, ବୈପାରିଗୁଡା ଓ ଲମତାପୁରରେ ୧୦୦ ମିଟରରୁ ଅଧିକ ବର୍ଷା ହୋଇଛି । ସାରା ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୩୦.୪ ମିଲିମିଟର ବର୍ଷା ହୋଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା :

ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେଥିପାଇଁ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବଲାଙ୍ଗୀର, ବୌଦ୍ଧ, କୋରାପୁଟ, ପୁରୀ ଓ ନବରଙ୍ଗପୁର ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି କଟକ, ଅନୁଗୋଳ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, ସୋନପୁର, ବରଗଡ଼, ନୂଆପଡା, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, ଗଜପତି ଓ ସମ୍ବଲପୁରର ବିଭିନ୍ନ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେଥିପାଇଁ ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ଭଦ୍ରକ, କେନ୍ଦୁଝର, ଯାଜପୁର, ଦେଓଗଡ଼, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ତେଣୁ ଏହି ଜିଲ୍ଲାରେ ୟେଲୋ ଚେତାବନୀ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବର୍ଷାରେ ବେହାଲ କୋରାପୁଟ: ମାଛକୁଣ୍ଡ ପାୱାର ହାଉସରେ ପସିଲା ପାଣି, ବିଦ୍ୟୁତ୍‌ ଉତ୍ପାଦନ ଠପ୍‌ - Koraput Heavy Rain

ସମୀକ୍ଷା ବୈଠକ:

ସମୀକ୍ଷା ବୈଠକ
ସମୀକ୍ଷା ବୈଠକ (ETV Bharat Odisha)

ରାଜ୍ୟରେ ପ୍ରବଳ ବର୍ଷା ପ୍ରଭାବରେ ସୃଷ୍ଟି ହୋଇଥିବା ସମସ୍ୟା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା । ରାଜୀବ ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଏସଆରସି ଦେଓରଞ୍ଜନ କୁମାର ସିଂ, ଅତିରିକ୍ତ ଏସଆରସି ପଦ୍ମନାଭ ବେହେରା, ଆଇନ ଶୃଙ୍ଖଳା ଡିଜି ସଞ୍ଜୟ କୁମାର, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଉପସ୍ଥିତ ଥିଲେ । ବର୍ତ୍ତମାନର ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ନଜର ରଖିଥିବା ଏସଆରସି ଦେଓରଞ୍ଜନ କୁମାର ସିଂ କହିଛନ୍ତି ।

CM Mohan Majhi
CM Mohan Majhi (ETV Bharat Odisha)

କୋରାପୁଟ ଓ ମାଲକାନଗିରି ସ୍ଥିତି ବିସୟରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ:

କୋରାପୁଟ ଓ ମାଲକାନଗିରି ଜିଲ୍ଲରେ ପ୍ରବଳ ବର୍ଷା ଜନିତ କ୍ଷୟକ୍ଷତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମସ୍ୟାର ସମାଧାନ ପାଇଁ ଏସଆରସିଙ୍କ ସମେତ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଜିଲ୍ଲାପାଳଙ୍କୁ ପ୍ରାକ୍ ପ୍ରସ୍ତୁତି ସହ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରିର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବା ସହ ଜିଲ୍ଲା ପ୍ରଶାସନକୁ ସହଯୋଗ ଦେବା ପାଇଁ ବରିଷ୍ଠ ଅଧିକାରୀ ଜିଲ୍ଲା ଯାଇଛନ୍ତି । ଅଗ୍ନିଶମ ସେବା ଓ ଗୃହରକ୍ଷୀ ବାହିନୀ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.