ETV Bharat / state

ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ - Native Bird Census

author img

By ETV Bharat Odisha Team

Published : Sep 9, 2024, 5:52 PM IST

Native Bird Census: ଭିତରକନିକାରେ ଦେଶୀୟ ପକ୍ଷୀ ଭିଡ଼ଙ୍କ ଗଣନା ଆଜିଠାରୁ ଆରମ୍ଭ ହୋଇଛି । ୫ଦିନ ପର୍ଯ୍ୟନ୍ତ ୪ଟି ଟିମ କରିବେ ଗଣନା । ଅଧିକ ପଢ଼ନ୍ତୁ

Native Bird Census
Native Bird Census (ETV Bharat Odisha)

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତିବର୍ଷ ପରି ଚଳିତ ବର୍ଷ ୯ ତାରିଖ ଅର୍ଥାତ ଆଜି (ସୋମବାର) ଠାରୁ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା । ପକ୍ଷୀ ଗଣନା ଆଜିଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ଅର୍ଥାତ ୫ ଦିନ ଧରି ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଚାଲିବ । ପକ୍ଷୀ ଗଣନା ପାଇଁ ୪ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୪ଜଣରୁ ଊର୍ଦ୍ଧ୍ବ ବନ କର୍ମଚାରୀଙ୍କୁ ରଖାଯାଇଛି । ଏମାନେ ମଠଆଡିଆ, ଲକ୍ଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆରେ ୩ଟି ଟିମ ଏବଂ ରାଜନଗର ରେଞ୍ଜ ଅଧୀନରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଏକମାଣିଆ ଡିଆ ଠାରେ ଅନ୍ୟ ଏକ ଟିମ ପକ୍ଷୀ ଗଣନା କରିବ ।

Native Bird Census (ETV Bharat Odisha)

ଦେଶୀୟ ପକ୍ଷୀ ଗଣନା:

ତେବେ ସକାଳ ୭ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏହି ଦେଶୀୟ ପକ୍ଷୀମାନଙ୍କ ଗଣନା କରାଯିବ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଗଣନା କରାଯିବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । ବର୍ଷା ଋତୁର ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ସୁରକ୍ଷିତ ମନେକରି ଭିତରକନିକା ଜାତୀୟ ଉଦ୍ୟାନକୁ ବାଛିଥାନ୍ତି ଦେଶୀୟ ପକ୍ଷୀ । ଖୋଳା ନଦୀ ମୁହାଣ, ବ୍ରାହ୍ମଣୀ ନଦୀ ପଠା ଆଦିରେ ଏହି ଦେଶୀୟ ପକ୍ଷୀ ବସବାସ କରୁଥିବା ବେଳେ ବନି, ଗୁଆ, କେରୁଅ, ଓରୁଅ ଭଳି ଗଛର କୋରଡରେ ଏହି ଦେଶୀୟ ପକ୍ଷୀ ବସା ବାନ୍ଧିଥାନ୍ତି । ଗତ ୨୦୨୧ ମସିହା ଠାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଦେଶୀୟ ପକ୍ଷୀଙ୍କ ଗଣନା ସମୟରେ ସଂଖ୍ୟା ଯଥେଷ୍ଟ ଅଧିକ ରହିଥିବା ଦେଖାଯାଇଛି । ଅନ୍ୟପଟେ ଜାନୁଆରୀ ମାସରେ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଥିବା ବେଳେ ସେପ୍ଟେମ୍ବର ମାସରେ ଦେଶୀୟ ପକ୍ଷୀ ଗଣନା କରାଯାଇଥାଏ ।

Bhitarkanika Native Bird Census
Bhitarkanika Native Bird Census (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଭିତରକନିକାରେ କମିଲା କୁମ୍ଭୀର ବସା - CROCODILE NEST COUNTING

ଏସବୁ ଜାଗାରେ ହେବ ପକ୍ଷୀ ଗଣନା:

ପକ୍ଷୀ ଗଣନା ନେଇ ସୂଚନା ଦେଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କୁହିଛନ୍ତି, "ଆମର ପ୍ରତିବର୍ଷ ଭିତରକନିକାରେ ଯେଉଁ ରେସିଡେନ୍ସିଆଲ ବାର୍ଡ ଅଛନ୍ତି ସେମାନେ ଯେଉଁ ବସା କରିଛନ୍ତି ସେହି ନେଷ୍ଟିଂର କାଉଂଟିଂ ପ୍ରତିବର୍ଷ ହୁଏ । ସେହି ଅନୁଯାୟୀ ଆମେ ଚଳିତବର୍ଷ ୯ ସେପ୍ଟେମ୍ବରରୁ ୧୩ ସେପ୍ଟେମ୍ବର ମଧ୍ୟରେ ଏହି ପ୍ରକ୍ରିୟା ସାରିବୁ ଏବଂ ଏହା ପୂର୍ବଦିନ ଆମର ଟିମ ଗଠନ ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ମଠଆଡିଆ, ରିଭର ଆଇଲ୍ୟାଣ୍ଡ ଲକ୍ଷ୍ମୀପ୍ରସାଦ ଡିଆ ଓ ରାଜନଗର ବାହାରେ ଥିବା ବାଲି ଜୋରରେ ଦେଶୀୟ ପକ୍ଷୀ ଗଣନା କରାଯିବ । ଯେଉଁଠାରେ କି ଗତବର୍ଷ ପର୍ଯ୍ୟାପ୍ତ ପରିମାଣରେ ଦେଶୀୟ ପକ୍ଷୀଙ୍କ ବସା ଚିହ୍ନଟ କରାଯାଇଥିଲା ।"

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବ ହାତୀ ଦିବସ: ବଢ଼ୁଛି ସଂଖ୍ୟା, ହେଉଛନ୍ତି ଜନବସତି ମୁହାଁ, ହାତୀ-ମଣିଷ ଲଢେଇରେ ଦେଶରେ ଆଗରେ ଓଡ଼ିଶା - World Elephant Day 2024

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.