ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କଲା କଂଗ୍ରେସ ପ୍ରତିିନିଧି ଦଳ - anugul latest news
ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତକଲା କଂଗ୍ରେସ ପ୍ରତିିନିଧି ଦଳ । ଅନୁଗୋଳ ଜିଲ୍ଲାରେ ମହାନଦୀର ବନ୍ୟା ଜନିତ କ୍ଷୟକ୍ଷତି ଅଞ୍ଚଳ ଗ୍ରସ୍ତ କରିଛନ୍ତି କଂଗ୍ରେସ ପ୍ରତିନିଧି ମଣ୍ଡଳୀ । ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଅନୁଗୋଳ: ବନ୍ୟା ବିପନ୍ନଙ୍କ ପାଖକୁ ଗଲା କଂଗ୍ରେସ ପ୍ରତିନିଧି ଦଳ । ଅନୁଗୋଳ ଜିଲ୍ଲାରେ ମହାନଦୀର ବନ୍ୟାରେ ଟିକରପଡା ପଞ୍ଚାୟତରେ ହୋଇଥିବା ବନ୍ୟା ଜନିତ କ୍ଷୟକ୍ଷତି ଅଞ୍ଚଳ ଗ୍ରସ୍ତ କରିଛନ୍ତି କଂଗ୍ରେସ ପ୍ରତିନିଧି ମଣ୍ଡଳୀ । ରାଜ୍ୟ କଂଗ୍ରେସର ପ୍ରତିନିଧି ମଣ୍ଡଳୀ କ୍ଷତିଗ୍ରସ୍ତଙ୍କ ପାଖରେ ଯାଇ ଆଲୋଚନା କରିଛନ୍ତି ।
ରାଜ୍ୟର ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟ କଂଗ୍ରେସ ନିର୍ଦେଶରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବନ୍ୟା ପ୍ରଭାବିତ ଅଞ୍ଚଳ ଗାଇନ୍ଦି, ବେହେରା ସାହି, ଘାଟ ସାହି ମଝିପଡା ଆଦି ଗାଁକୁ ଗସ୍ତ କରିଥିଲେ। ଶରତଙ୍କ ସହ ମହିଳା ନେତ୍ରୀ ସସ୍ମିତା ବେହେରା, ଜିଲ୍ଲା ସଭାପତି ବିପ୍ଲବ ଜେନା, ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ଜିତେନ୍ଦ୍ର ସାହୁ, ଅନୁଗୋଳ ପୌରପାଳିକାର ପୂର୍ବତନ ନଗରପାଳ ଅକ୍ଷୟ ସାମନ୍ତ ପ୍ରମୁଖ ପୁରା ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ଗାଇନ୍ଦି ବେହେରା ସାହି ଆଦି ଗାଁରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ ଘାଟ ସାହିରେ ବନ୍ୟା ପାଣିରେ କିଭଳି କ୍ଷତି ହୋଇଛି ତାର ତଦାରଖ କରିଛନ୍ତି ।

କଂଗ୍ରେସର ଏହି ପ୍ରତିନିଧି ଦଳ ଘରକୁ ଘର ବୁଲି ବିପନ୍ନଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଘାଟ ସାହିର ପ୍ରାୟ 90 ରୁ ଅଧିକ ପରିବାରଙ୍କ ଘର ସମୂର୍ଣ୍ଣ ଭାଙ୍ଗି ଯାଇଛି । କିନ୍ତୁ କୌଣସି ସରକାରୀ ସହାୟତା ମିଳିନାହିଁ । କିଭଳି ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ, ସେ ନେଇ କଂଗ୍ରେସ ନେତାମାନେ କହିଛନ୍ତି । ଏହାସହ ଲୋକଙ୍କୁ ରିଲିଫ ମଧ୍ୟ ପ୍ରଦାନ କରିଥିଲେ । ଏନେଇ ଜିଲ୍ଲାପାଳଙ୍କୁ ଭେଟି ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଦାବି କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ