ETV Bharat / sports

Asian Games Hockey: ବାଂଲାଦେଶ ବିପକ୍ଷରେ ବିଶାଳ ବିଜୟ ସହ ସେମିରେ ଭାରତୀୟ ପୁରୁଷ ଦଳ - ଏସୀୟ କ୍ରୀଡା 2023

19ତମ ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଲଗାତାର ଚରୁର୍ଥ ବିଜୟ ସହ ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛି । ଅଧିକ ପଢନ୍ତୁ

Asian Games Hockey
ବାଂଲାଦେଶ ବିପକ୍ଷରେ ବିଶାଳ ବିଜୟ ସହ ସେମିରେ ଭାରତୀୟ ପୁରୁଷ ଦଳ
author img

By ETV Bharat Odisha Team

Published : Oct 3, 2023, 7:23 AM IST

ହଙ୍ଗଝୌ: ଚୀନରେ ଚାଲିଥିବା ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳର ଜଲୱା ଜାରି ରହିଛି । ଉଜବେକିସ୍ତାନ, ସିଙ୍ଗାପୁର, ଜାପାନ ଓ ପାକିସ୍ତାନ ବିପକ୍ଷରେ ବିଜୟ ପରେ ଏବେ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି ଭାରତ । ଚତୁର୍ଥ ମ୍ୟାଚରେ ବାଂଲାଦେଶକୁ 12-0 ଗୋଲରେ ମାତ୍ ଦେଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଦଳ । ଅଧିନାୟକ ହର୍ମନପ୍ରୀତ ସିଂହ ଓ ମନଦୀପ ସିଂହ ହ୍ୟାଟ୍ରିକ ଗୋଲ କରି ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଏହି ବିଜୟ ସହ ଭାରତ ପୁଲ-ଏର ଶୀର୍ଷ ସ୍ଥାନରେ ରହିଛି । ଆସନ୍ତାକାଲି (ବୁଧବାର) ସେମିଫାଇନାଲ ରାଉଣ୍ଡରେ କୋରିଆକୁ ଭେଟିବ ଭାରତ ।

ବାଂଲାଦେଶ ବିପକ୍ଷରେ 4ଟି କ୍ବାର୍ଟରରେ ଭାରତୀୟ ଖେଳାଳି ଆଧିପତ୍ୟ ବିସ୍ତାର କରିଥିଲେ । ବାଂଲାଦେଶ ଗୋଟିଏ ବି ଗୋଲ ପରିଶୋଧ କରି ପାରିନଥିଲା । ପ୍ରଥମ କ୍ବାର୍ଟରରେ ହର୍ମନପ୍ରୀତ ସିଂହ ଡବଲ ଗୋଲ ଦେଇ ଭାରତକୁ 2-0 ଗୋଲରେ ଆଗୁଆ କରିଥିଲେ । ଦ୍ବିତୀୟ କ୍ବାର୍ଟରରେ ଦଳ 4ଟି, ତୃତୀୟ କ୍ବାର୍ଟରରେ 2ଟି ଏବଂ ଚତୁର୍ଥ କ୍ବାର୍ଟରରେ ଆଉ 4ଟି ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା । ବାଂଲାଦେଶ ଗୋଲ ପରିଶୋଧ କରିବାକୁ ପ୍ରାୟସ କରିଥିଲେ ବି ଭାରତ ଆଟକରେ ସେ ବିଫଳ ହୋଇଥିଲା । ଦଳ ପକ୍ଷରୁ ହର୍ମନପ୍ରୀତ 3ଟି (2,4,32 ମିନିଟରେ), ମନଦୀପ 3ଟି (18,24,46ମିନିଟ), ଅଭିଷେକ 2ଟି (41, 57ମିନିଟ), ଲଳିତ ଉପାଧ୍ୟାୟ (23ମିନିଟ), ଅମିତ ରୋହିଦାସ (28ମିନିଟ)ରେ ଗୋଲ ସ୍କୋର କରିଥିବାବେଳେ ନୀଳକାନ୍ତ ଶର୍ମା (47ମିନିଟ), ଗୁରୁଜନ୍ତ ସିଂହ (56ମିନିଟ)ରେ ଗୋଟିଏ ଲେଖାଏଁ ଗୋଲ କରିଥିଲେ ।

ଏହା ବି ପଢନ୍ତୁ...Asian Games 2023: ହକିରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୧୦-୨ ଗୋଲରେ ଏକତରଫା ବିଜୟୀ

ପ୍ରକାଶ ଥାଉକି, ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳ ଉଜବେକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା । ଉଜବେକିସ୍ତାନକୁ 16-0 ଗୋଲରେ ପରାସ୍ତ କରି ବିରାଟ ବିଜୟ ହାସଲ କରିଥିଲା । ଏହାପରେ ସିଙ୍ଗାପୁରୁ ବିପକ୍ଷରେ 16-1 ଗୋଲରେ ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚରେ ଜାପାନ ବିପକ୍ଷରେ 4-2 ଗୋଲରେ ବିଜୟ ହାସଲ କରିଥିଲା । ଏହାପରେ ଚତୁର୍ଥ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଧୂଳି ଚଟାଇ 10-2 ଗୋଲରେ ବାଜି ମାରିଥିଲା ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ପୁରୁଷ ହକି ଦଳ । ଏସୀୟ କ୍ରୀଡାରେ ଏ ପର୍ଯ୍ୟନ୍ତ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛି ଭାରତ ।

ଏହା ବି ପଢନ୍ତୁ...Asian Games 2023: ହକିରେ ଜାରି ରହଛି ଜଲ୍‌ୱା, 16-1ରେ ସିଙ୍ଗାପୁରକୁ ହରାଇଲା ଭାରତ

ଏହା ବି ପଢନ୍ତୁ...Asian Games 2023: ଭାରତୀୟ ହକି ଦଳର ବିଜୟ ଅଭିଯାନ, 16-0ଗୋଲରେ ହାରିଲା ଉଜବେକିସ୍ତାନ

ଚୀନରେ ହଙ୍ଗଝୌରେ ଚାଲିଥିବା 19ତମ ଏସୀୟ କ୍ରୀଡାରେ ପ୍ରାୟ ସମସ୍ତ ଇଭେଣ୍ଟରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 60ରେ ପହଞ୍ଚିଛି । ସେଥିରେ 13ଟି ସ୍ବର୍ଣ୍ଣ ପଦକ ରହିଥିବା ବେଳେ 24ଟି ରୌପ୍ୟ ପଦକ ଓ 23ଟି ବ୍ରୋଞ୍ଜ୍‌ ପଦକ ରହିଛି । ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ନବମ ଦିନରେ ଭାରତକୁ 7ଟି ପଦକ ମିଳିଛି । ସୁଟିଂରେ ଶ୍ରେଷ୍ଠ ସଫଳତା ସହ ଏଯାବତ ମୋଟ 15 ପଦକ ଭାରତକୁ ମିଳିଛି । ସର୍ବାଧିକ 269 ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଦକ୍ଷିଣ କୋରିଆ ଓ ତୃତୀୟରେ ଜାପାନ ରହିିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.