ETV Bharat / sports

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ, ଯୁବ ବାହିନୀ ଉପରେ ନଜର

author img

By

Published : Jul 18, 2021, 9:28 AM IST

ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ । ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଦିନ ୩ରେ ପ୍ରସାରିତ ହେବ ମ୍ୟାଚ । ଅଧିକ ପଢନ୍ତୁ...

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ଆଜି, ଯୁବ ବାହିନୀ ଉପରେ ନଜର

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ ଟିମ୍ । ଆଜି ଦୁଇ ଦଳ ଭାରତ ଓ ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ । କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ ଦୁଇ ଦଳ । ଅପରାହ୍ନ ୩ଟାରେ ଆରମ୍ଭ ହେବ ମ୍ୟାଚ ।

୧୩ରେ ହେବାକୁ ଥିବା ଏହି ମ୍ୟାଚ୍ କୋଭିଡ୍ କାରଣରୁ ସ୍ଥଗିତ ରହିଥିଲା । ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟେଷ୍ଟ ଦଳ ଇଂଲଣ୍ଡ ଗସ୍ତରେ ଥିବାରୁ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ ଅଲଗା ହୋଇ ଖେଳିବାକୁ ପଡୁଛି । ତଥାପି ଶିଖର ଧାୱନଙ୍କ ନେତୃତ୍ବାଧୀନ ଦିନିକିଆ ଟିମରେ ଅନେକ ନବାଗତ ସ୍ଥାନ ପାଇଛନ୍ତି । ନବାଗତଙ୍କୁ ନେଇ ଭାରତୀୟ ଟିମ୍ ପ୍ରଥମ ବିଜୟ ଆଶାରେ ପଡିଆକୁ ଓହ୍ଲାଇବ ।

ଇଂଲଣ୍ଡ ମ୍ୟାଚ ସମୟରେ ଶ୍ରୀଲଙ୍କାର କୁସାଲ ମେଣ୍ଡିଜ୍ ଓ ନିରୋଶାନ ଡ୍ବିକୱାଲା ବାୟୋ ବବଲ୍ସ କାରଣରୁ ନିଲମ୍ବିତ ହୋଇ ଥିବାବେଳେ କୁସାଲ ପେରେରା ଆହତ ହୋଇ ମ୍ୟାଚରୁ ବାଦ୍ ପଡିଛନ୍ତି । ଏ ଦୃଷ୍ଟିରୁ ଭାରତକୁ ମ୍ୟାଚ୍ ଅକ୍ତିଆର କରିବା ପାଇଁ ସହଜ ହେବ ବୋଲି ଆକଳନ କରାଯାଉଛି । ସେପଟେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିବା ଶ୍ରୀଲଙ୍କା ଟିମ୍ ଅନ୍ୟୁନ ଗୋଟିଏ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ଜୋରଦାର୍ ପ୍ରଦର୍ଶନ କରିବ ।

ତେବେ ଚାପଶୂନ୍ୟ ଭାରତୀୟ ଯୁବ ଦଳ କିପରି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.