ETV Bharat / entertainment

ଶାଶୁଙ୍କୁ ଖୁଆଇଦେଲେ ମମତା, ମନୋଜ କହିଲେ 'ମା' ଖୁସି ତ ଭଗବାନ ଖୁସି' - Mamata Nanda

author img

By ETV Bharat Entertainment Team

Published : Sep 9, 2024, 1:50 PM IST

Manoj Mishra Praise Wife Mamata Share a Post: ମମତା ନନ୍ଦଙ୍କୁ ଦ୍ୱିତୀୟ ବିବାହ କରି ଏବେ ଚର୍ଚ୍ଚାରେ ମନୋଜ ମିଶ୍ର । ଗତକାଲି ଉଭୟ ଗଣମାଧ୍ୟମରେ ପ୍ରଥମ ଥର ସାମ୍ନାକୁ ଆସି ନୂଆଖାଇର ଶୁଭେଚ୍ଛା ଜଣାଇଥିବା ବେଳେ ବର୍ତ୍ତମାନ ଅଭିନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପତ୍ନୀଙ୍କ ପ୍ରଶଂସା କରିଛନ୍ତି । ଯେଉଁଥିରେ ମମତା ତାଙ୍କ ଶାଶୁଙ୍କୁ ଖୁଆଉଥିବାର ନଜର ଆସିଛନ୍ତି । ଦେଖନ୍ତୁ ମନୋଜଙ୍କ ପୋଷ୍ଟ....

ଶାଶୁଙ୍କୁ ଖୁଆଇଦେଲେ ମମତା, ମନୋଜ କହିଲେ 'ମା' ଖୁସି ତ ଭଗବାନ ଖୁସି'
ଶାଶୁଙ୍କୁ ଖୁଆଇଦେଲେ ମମତା, ମନୋଜ କହିଲେ 'ମା' ଖୁସି ତ ଭଗବାନ ଖୁସି' (Instagram)

ହାଇଦ୍ରାବାଦ: ଦ୍ୱିତୀୟ ବିବାହକୁ ନେଇ ଏବେ ଶିରୋନାମାରେ ରହିଛନ୍ତି ଓଲିଉଡ ଅଭିନେତା ମନୋଜ ମିଶ୍ର । ନିକଟରେ ଅଭିନେତା ମନୋଜ ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ କରିଛନ୍ତି । ଯାହା ପରେ ଉଭୟ ବେଶ ଚର୍ଚ୍ଚାରେ ରହିଆସିଛନ୍ତି । ବିବାହ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଏକାଠି ଆସି ନୂଆଖାଇର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଉଭୟ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିବା ବେଳେ ବର୍ତ୍ତମାନ ମନୋଜ ମିଶ୍ର ପତ୍ନୀଙ୍କ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଶାଶୁ ବୋହୂଙ୍କ ଯୋଡି ଦେଖିବାକୁ ମିଳିଛି । ଏହା ସେୟାର କରି ସେ ମମତାଙ୍କ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ହେଉଛି ଏବଂ ଫ୍ୟାନ୍ସ ସମେତ ସେଲିବ୍ରିଟି ଏଥିରେ କମେଣ୍ଟ ବର୍ଷା କରୁଛନ୍ତି ।

ଶାଶୁଙ୍କୁ ଖୁଆଇଦେଲେ ମମତା

ମନୋଜ ମିଶ୍ର ନିଜ ସୋସିଆଲ ମିଡିଆ ଫେସବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ମମତା ତାଙ୍କ ଶାଶୁ ଅର୍ଥାତ୍ ମନୋଜଙ୍କ ମାଆଙ୍କୁ ଖୁଆଉଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ମନୋଜ ମମତାଙ୍କ ପ୍ରଶଂସାରେ ଲେଖିଛନ୍ତି, ''ମାଆର ଖୁସି ଠାରୁ ଅଧିକ କ'ଣ ଦରକାର । ମା' ଖୁସି ତ ଭଗବାନ ବି ଖୁସି ।'' ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ଫ୍ୟାନ୍ସ ମଧ୍ୟ ମମତାଙ୍କ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୁଣି ହାତକୁ ଦି'ହାତ ହେଲେ ମନୋଜ ମିଶ୍ର, ଅଭିନେତ୍ରୀ ମମତା ନନ୍ଦଙ୍କୁ କଲେ ସାତ ଜନ୍ମର ସାଥୀ

ବିବାହ ପରେ ପ୍ରଥମ ଥର ନୂଆଖାଇ ପାଳିଲେ ମମତା

ସୂଚନା ଥାଉ କି, ବିବାହ ପରେ ଶାଶୁ ଘରେ ପ୍ରଥମ ଥର ପାଇଁ ନୂଆଖାଇ ପାଳନ କରିଛନ୍ତି ମମତା । ଏହି ଅବସରରେ ଉଭୟ ପ୍ରଥମ ଥର ପାଇଁ ଏକାଠି ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । 'ଆଇ ଲଭ ୟୁ 2' ପିଲ୍ମ ରିଲିଜ ସମୟରେ ଉଭୟ ଏକାଠି ଫିଲ୍ମ ଦେଖିବା ସହ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମସ୍ତଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇଥିଲେ । ମମତା ସମ୍ୱଲପୁରୀ ଭାଷାରେ ଶୁଭକାମନା ଜଣାଇଥିଲେ । ତେବେ ଶାଶୁଙ୍କ ସହ ଏହା ତାଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଉଭୟଙ୍କ ଦୃଢ ସମ୍ପର୍କ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା ଟୁଟୁ ନାୟକଙ୍କ ଫିଲ୍ମ 'ଆଇ ଲଭ ୟୁ ୨', ରିଭ୍ୟୁ ଦେଲେ ମନୋଜ ମିଶ୍ର, କହିଲେ 'ମାଇନ୍ସ ୫ ମାର୍କ ଦେବି'

ମମତା ନନ୍ଦଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ମନୋଜ

କହିରଖୁଛୁ କି, ଅଭିନେତା ମନୋଜ ମିଶ୍ର ପ୍ରଥମେ ମାନା ମିଶ୍ରଙ୍କୁ ବିବାହ କରିଥିଲେ । ପରେ ପାରିବାରିକ ବିବାଦ କାରଣରୁ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା । ମାନା ଏବଂ ମନୋଜଙ୍କର ଏକ ଝିଅ ମଧ୍ୟ ରହିଛନ୍ତି । ପ୍ରଥମ ପତ୍ନୀ ମାନାଙ୍କ ଠାରୁ ଛାଡପତ୍ର ପରେ ମନୋଜ ମିଶ୍ର ଅଭିନେତ୍ରୀ ମମତା ନନ୍ଦଙ୍କ ପ୍ରେମରେ ପଡିଥିଲେ । ଦୀର୍ଘ ଦିନର ଡେଟିଂ ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଦମ୍ପତି କୋର୍ଟ ମ୍ୟାରେଜ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.