ETV Bharat / technology

PVC Aadhaar Card: ନା ଚିରିବ ନା ଖରାପ ହେବ; 50ଟଙ୍କାରେ ଘରେ ପହଞ୍ଚିବ ଲଙ୍ଗ୍‌ ଲାଷ୍ଟିଂ ଆଧାର କାର୍ଡ, ଜାଣନ୍ତୁ କେମିତି ? - Long Lasting Aadhaar card

author img

By ETV Bharat Tech Team

Published : Sep 9, 2024, 12:59 PM IST

PVC Aadhaar Card Apply Process: ବ୍ୟାଙ୍କ ଆକାଉଣ୍ଟ ଖୋଲିବା ହେଉ କି ସରକାରୀ ଯୋଜନାର ଲାଭ ଉଠାଇବା, ପରିଚୟ ପତ୍ର ଭାବେ ଆଧାର କାର୍ଡର ନିହାତି ଆବଶ୍ୟକ । କିନ୍ତୁ ଅସାବଧାନତା ବଶତଃ ବେଳେବେଳେ ଆଧାର କାର୍ଡ ଚିରିଯାଏ ବା ନଷ୍ଟ ହୋଇଯାଏ । ଏବେ ଆସିଯାଇଛି PVC ଆଧାର କାର୍ଡ । ଯାହାକି ATM କାର୍ଡ ଭଳି ମଜଭୁତ ରହିବ । ଏହି କାର୍ଡ ତିଆରି କରି ଆଧାର କାର୍ଡ ଚିରିଯିବା ଭଳି ସମସ୍ୟାରୁ ବର୍ତ୍ତନ୍ତୁ । ଜାଣନ୍ତୁ କେମିତି କରିବେ ଏହି ଆଧାର କାର୍ଡ ଆପ୍ଲାଏ...

PVC Aadhaar Card Apply Process
PVC Aadhaar Card Apply Process (ETV Bharat Tech Team)

ହାଇଦ୍ରାବାଦ: ସମ୍ପ୍ରତି ଆପଣଙ୍କ ପରିଚୟ ଲାଗି ଆଧାର କାର୍ଡ ନିହାତି ଆବଶ୍ୟକ । ଅନେକ କାର୍ଯ୍ୟରେ ଏହା ବାଧ୍ୟତାମୂଳକ ଡକ୍ୟୁମେଣ୍ଟ ହୋଇଛି । ତେବେ ଆପଣ କଣ ଏବେ ବି ସେହି ପୁରୁଣା ଫର୍ମାଟର ଆଧାର କାର୍ଡ ବ୍ୟବହାର କରୁଛନ୍ତି, ଯାହାକୁ ପକେଟରେ ରଖି ରଖି ଏହା ମୋଡି ହୋଇଯାଇଛି କିମ୍ବା ଫାଟି ଯାଇଛି । କାରଣ ଏହି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ବି ଖରାପ ହେଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି ।

ଅନେକ ସମୟରେ ଏହି ଡକ୍ୟୁମେଣ୍ଟଟିକୁ ପକେଟରେ ରଖି ରଖି ଏହା ମୋଡି ହୋଇ ଫାଟିଯାଏ । ଏହି ସମସ୍ୟାରୁ ବର୍ତ୍ତିବା ଲାଗି ଏକ ଦୀର୍ଘକାଳୀନ ଆଧାର କାର୍ଡ ଏବେ ଆପଣ ତିଆରି କରିପାରିବେ । ଯାହାର ନାମ ରଖାଯାଇଛି 'PVC Aadhaar Card' । ଏଥିଲାଗି ଆପଣଙ୍କୁ ମାତ୍ର 50ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଭାରତର ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଆଧାର କାର୍ଡ ୟୁଜର୍ସଙ୍କୁ ଏହି ନୂଆ ଧରଣର କାର୍ଡ ତିଆରି କରିବାକୁ ସୁବିଧା ପ୍ରଦାନ କରିଛି । ଆପଣ ଘରେ ବସି ପିଭିସି ଆଧାର କାର୍ଡ ପାଇଁ ଆବେଦନ କରିପାରିବେ । ଯାହାକି ଲମ୍ବା ସମୟ ପର୍ଯ୍ୟନ୍ତ ଖରାପ ହେବ ନାହିଁ । ଏଥିଲାଗି ଆପଣଙ୍କୁ ମାତ୍ର 50ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

PVC ଆଧାର କାର୍ଡ କଣ ?

  • ଭାରତର ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ପକ୍ଷରୁ ପିଭିସି ଆଧାର କାର୍ଡ ଜାରି କରାଯାଏ ।
  • PVC ଆଧାର କାର୍ଡର ସାଇଜ 86 MM X 54 MM ରହିଥାଏ ।
  • ଏହା ଲ୍ୟାମିନେଟ୍‌ ଆଧାର କାର୍ଡ ପରି ନୁହେଁ, ବରଂ ପଲିଭିନାଇଲ କ୍ଲୋରାଇଡ (PVC) କାର୍ଡ ATM କାର୍ଡ ଓ Credit କାର୍ଡ ଭଳି ମଜଭୁତ ରହିବ ।
  • ପିଭିସି ଆଧାର କାର୍ଡର ସାଇଜ କ୍ରେଡିଟ କାର୍ଡ, ଡେବିଟ କାର୍ଡ ପରି ହୋଇଥାଏ । ଫଳରେ ଏହାକୁ ସହଜରେ ପକେଟରେ ରଖି ହେବ । ବର୍ଷାରେ ଓଦା ହେଲେ ବି ଏହା ଖରାପ ହୋଇଯିବାର ଭୟ ନାହିଁ ।
  • ପଲିଭିନାଇଲ କ୍ଲୋରାଇଡ (PVC) କାର୍ଡ ସିନ୍ଥେଟିକ ପ୍ଲାଷ୍ଟିକରେ ତିଆରି ହୋଇଥାଏ ।
  • ଏହା ରାସାୟନିକ ପଦାର୍ଥରେ ତିଆରି ହୋଇଥିବାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଖରାପ ହେବ ନାହିଁ ।
  • UIDAI ପକ୍ଷରୁ ଏହା ଜାରି ହୋଇଥିବାରୁ ଏହାର ପ୍ରାମାଣିକତା ଉପରେ କୌଣସି ସନ୍ଦେହ ନାହିଁ ।
  • ପାରମ୍ପରିକ ଆଧାର କାର୍ଡ ଓ ପିଭିସି ଆଧାର କାର୍ଡ ମଧ୍ୟରେ କୌଣସି ପ୍ରଭେଦ ନାହିଁ ।

ଗୋଟିଏ ନଂରେ ସମସ୍ତ ସଦସ୍ୟଙ୍କ ଅର୍ଡର:-

PVC ଆଧାର କାର୍ଡ ତିଆରି କରିବା ଲାଗି ଥିବା ପ୍ରକ୍ରିୟା ବହୁତ ସହଜ । ଆପଣ ଘରେ ବସି ନିଜ ମୋବାଇଲ ବା ଲ୍ୟାପଟପରେ ଏହି ଆଧାକ କାର୍ଡ ଲାଗି ଆବେଦନ କରିପାରିବେ । ଯଦି ଆପଣ ଘରର ସଦସ୍ୟଙ୍କ ଲାଗି ମଧ୍ୟ ପିଭିସି ଆଧାର କାର୍ଡ ତିଆରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଅଲଗା ଅଲଗା ଫୋନ ନମ୍ବରରେ କଲ୍‌ କରିବାକୁ ପଡ଼ିବ ନାହିଁ । ଗୋଟିଏ ଥର କଲ୍‌ କରି ଆପଣ ଘରର ସମସ୍ତ ସଦସ୍ୟଙ୍କ ଲାଗି ଏହି ଆଧାର କାର୍ଡ ତିଆରି କରିପାରିବେ ।

କେମିତି କରିବେ ଆବେଦନ ନିମ୍ନରେ ଜାଣନ୍ତୁ:-

Step 1
Step 1 (UIDAI)
  • PVC ଆଧାର କାର୍ଡ ଅର୍ଡର କରିବାକୁ ପ୍ରଥମେ UIDAI www.uidai.gov.inର ଅଫିସିଆଲ୍ ୱେବସାଇଟକୁ ଲଗ୍ ଇନ୍ କରନ୍ତୁ ।
  • ଏବେ 'My Aadhaar Section'ରେ 'Order Aadhaar PVC Card' ଉପରେ କ୍ଲିକ କରନ୍ତୁ । ଏହାପରେ Order Aadhaar PVC Card ପେଜ୍‌ ଖୋଲିବ ।
    Step 2
    Step 2 (UIDAI)
  • ଆପଣଙ୍କୁ 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେବାକୁ ପଡ଼ିବ ।
  • ଏହାପରେ Captcha Code ଭରନ୍ତୁ ।
    Step 3
    Step 3 (UIDAI)
  • ଆପଣଙ୍କ ମୋବାଇଲ ନମ୍ବରକୁ ଏକ OTP କୋଡ୍‌ ଯିବ ।
  • ପ୍ରାପ୍ତ OTP କୋଡକୁ Submit କରନ୍ତୁ ।
  • ଆପଣଙ୍କ ମୋବାଇଲ ବା ଲ୍ୟାପଟପ ସ୍କ୍ରିନରେ PVC କାର୍ଡର Preview କପି ଆସିବ । ଏଥିରେ ଆପଣଙ୍କ ଆଧାରର ସମସ୍ତ ତଥ୍ୟ ଥିବ । ଏହାକୁ ପ୍ରଥମେ ଯାଞ୍ଚ କରନ୍ତୁ । ଏହାପରେ ଅର୍ଡର ପ୍ଲେସ କରନ୍ତୁ ।
  • ଏହାପରେ Payment ଅପସନ ଆସିବ । ଏଥିରେ ଆପଣଙ୍କୁ 50ଟଙ୍କା ଦେବାକୁ ପଡ଼ିବ । ପେମେଣ୍ଟ ସଫଳ ହେଲେ ଆପଣଙ୍କ ପିଭିସି ଆଧାର କାର୍ଡ ଅର୍ଡର ହୋଇଯିବ ।
  • ପିଭିସି ଆଧାର କାର୍ଡ ତିଆରି ହୋଇଯିବା ପରେ ଏହା ଡାକ ଦ୍ବାରା ଆପଣଙ୍କ ଘରେ ପହଞ୍ଚିବ ।
  • ଯଦି କୌଣସି ସମସ୍ୟା ରହିଛି ତେବେ UIDAIର ଟୋଲ ଫ୍ରି ନମ୍ବର 1947 କିମ୍ବା help@uidai.gov.inରେ ସାହାଯ୍ୟ ଲୋଡ଼ିପାରିବେ ।

ପଢନ୍ତୁ ଅନ୍ୟ କିଛି ଖବର

Free Aadhaar Update: ଆଉ ରହିଲା ଅଳ୍ପ ଦିନ, ତୁରନ୍ତ ଘରେ ବସି କରନ୍ତୁ ଆଧାର କାର୍ଡ ଅପଡେଟ

ହିଂସାର ସମ୍ମୁଖୀନ ହେଉଛନ୍ତି କି ମହିଳା ? ସିଧା ଅନଲାଇନରେ NWCରେ ଅଭିଯୋଗ କରନ୍ତୁ, ଫଲୋ କରନ୍ତୁ ଏହି 5ଟି ଷ୍ଟେପ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.