ETV Bharat / state

ନୂଆଁଖାଇରେ ଉଜୁଡି ଗଲା ସଂସାର: ସର୍ପାଘାତରେ 3 ଭଉଣୀ ମୃତ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାପା - Three sisters dies in snake bite

author img

By ETV Bharat Odisha Team

Published : Sep 9, 2024, 2:20 PM IST

ନୂଆଁଖାଇରେ ଉଜୁଡି ଗଲା ପରିବାର । ସର୍ପାଘାତରେ 3 ଭଉଣୀ ମୃତ, ବାପା ଗୁରୁତର ଅବସ୍ଥାରେ ହସ୍ପିଟାଲ ବେଡରେ । ଅଧିକ ପଢନ୍ତୁ

ନୂଆଁଖାଇରେ ଉଜୁଡି ଗଲା ସଂସାର: ନୂଆଁଖାଇରେ ଉଜୁଡି ଗଲା ସଂସାର: ସର୍ପାଘାତରେ 3 ଭଉଣୀ ମୃତ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାପାସର୍ପାଘାତରେ 3 ଭଉଣୀ ମୃତ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାପା
ନୂଆଁଖାଇରେ ଉଜୁଡି ଗଲା ସଂସାର: ସର୍ପାଘାତରେ 3 ଭଉଣୀ ମୃତ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାପା (ETV Bharat Odisha)

ବୌଦ୍ଧ: ଗଣପର୍ବ ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ-ଓଡିଶା ଉତ୍ସବମୁଖର ଥିଲା ବେଳେ ଉଜୁଡି ଯାଇଛି ଗୋଟିଏ ପରିବାର । ଦଇବ ଯେମିତି ଦାଉ ସାଧିଲା । ସର୍ପାଘାତରେ ଗୋଟିଏ ପରିବାର 3 ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଅଢେଇ ବର୍ଷର ଶିଶୁ କନ୍ୟା ଥିବା ବେଳେ ଅନ୍ୟ ଦୁଇ ଜଣ ନାବାଳିକାଙ୍କ ବୟସ 10 ବର୍ଷରୁ କମ । ବୌଦ୍ଧ ଜିଲ୍ଲାର ଟିକରପଡା ଅଞ୍ଚଳରେ ଘଟିଥିବା ଏପରି ଏକ ଦୁଖଃଦ ଘଟଣା ସାରା ରାଜ୍ୟକୁ ସ୍ତବ୍ଦ କରିଦେଇଛି ।

ବାପା ଓ 6 ଝିଅଙ୍କୁ କାମୁଡିଲା ସାପ:-

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ବରପଦର ଗ୍ରାମର ସୈରେନ୍ଦ୍ରୀ ମଲ୍ଲିକ ଚରିଆପାଲି ଗ୍ରାମରେ ସପତ୍ନୀକ ନିଜ ତିନି ଝିଅ ଓ ଗୋଟିଏ ପୁଅକୁ ନେଇ ରହୁଥିଲେ । ପ୍ରସିଦ୍ଧ ଶକ୍ତିପୀଠ ସିଂହାସିନୀ ଦେବୀଙ୍କ ଜଣେ ସେବାୟତ ଭାବେ କାର୍ଯ୍ୟରତ ଥିବା ସୈରେନ୍ଦ୍ରୀ ବଡ଼ ଦୁଇ ଝିଅଙ୍କୁ ଶିକ୍ଷା ଗ୍ରହଣ ପାଇଁ ଆଦିବାସୀ ଆବାସିକ ବିଦ୍ୟାଳୟରେ ଭର୍ତ୍ତି କରିଥିଲେ । ତେବେ ସେ ଶନିବାର ଗଣେଶ ପୂଜା ଅବସରରେ ଦୁଇ ଝିଅଙ୍କୁ ନେଇ ଘରକୁ ଫେରିଥିଲେ । ଆଜି (ସୋମବାର) ସେଠାରେ ନୂଆଖାଇବାର ବିଧି ଥିଲା । ଗତକାଲି ରାତିରେ ସମସ୍ତେ ଶୋଇଥିବା ବେଳେ 3 ଝିଅ ଓ ସୈରେନ୍ଦ୍ରୀଙ୍କୁ ସାପ କାମୁଡି ଦେଇଥିଲା । ତେବେ ସୈାଭାଗ୍ୟବଶତଃ ସୈ୍ରେନ୍ଦ୍ରୀଙ୍କ ପତ୍ନୀ ଓ ଏକମାତ୍ର ପୁଅର ଅନ୍ୟତ୍ର ଶୋଇଥିବାରୁ ସାପ କାମୁଡାରୁ ବର୍ତ୍ତି ଯାଇଥିଲେ ।

ଅନ୍ଧବିଶ୍ବାସ ପାଇଁ ହସ୍ପିଟାଲ ନେବାରେ ବିଳମ୍ବ !

ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ସାପ କାମୁଡିବାରୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝଡାଫୁଙ୍କା ଓ ଗୁଣିଗାରେଡିର ସହାୟତା ନେବାରୁ ଝିଅମାନଙ୍କୁ ଡାକ୍ତରଖାନାକୁ ଆଣିବାରେ ବିଳମ୍ବ ହୋଇଥିଲା । ଫଳରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ବେଳକୁ ଜଣେ ପରେ ଜଣେ ଏଭଳି ତିନୋଟି ଝିଅ ଆଖି ବୁଜି ଦେଇଥିଲେ ।ଗୁରୁତର ସୈ୍ରେନ୍ଦ୍ରୀଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏଭଳି ଘଟଣା ଜଣାପଡ଼ିବା ପରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଓ ବିଧାୟକ:-

ଅଘଟଣ ସମ୍ପର୍କରେ ସୂଚନା ପାଇଁ ବୈଦ୍ଧ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ସମ୍ପୃକ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.