ETV Bharat / sports

ପାକିସ୍ତାନରେ ରହି ଖେଳିବା ମୁସ୍କିଲ: ଶ୍ରୀଲଙ୍କା କ୍ରିକେଟ ମୁଖ୍ୟ

author img

By

Published : Oct 14, 2019, 5:00 AM IST

ପାକିସ୍ତାନରେ ରହି କ୍ରିକେଟ ଖେଳିବା ଏତେ ସହଜ ନୁହେଁ କହିଛନ୍ତି ଶ୍ରୀଲଙ୍କା କ୍ରିକେଟର ସଭାପତି ସାମ୍ମି ସିଲଭା । ଏହାସହ ହୋଟେଲରେ ବନ୍ଦୀ ଭାବେ ରହିବା ଓ ରାସ୍ତା ସବୁ ବନ୍ଦ ହେବାପାଇଁ ଅପେକ୍ଷା କରିବା କଷ୍ଟକର ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ନିକଟରେ ଶ୍ରୀଲଙ୍କା କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିଥିଲା । 3 ମ୍ୟାଚ ବିଶିଷ୍ଟ ଦିନିକିଆ ଓ ଟି20 ସିରିଜ ଉଭୟ ଦଳ ମଧ୍ୟ ଖେଳାଯାଇଥିଲା । ଦିନିକିଆ ସିରିଜକୁ ପାକିସ୍ତାନ ଓ ଟି20 ସିରିଜରେ ଶ୍ରୀଲଙ୍କା ବିଜୟୀ ହୋଇଥିଲା ।

ତେବେ ଶ୍ରୀଲଙ୍କା କ୍ରିକେଟ ଟିମ ସ୍ବଦେଶ ଫେରିଛି । ପାକିସ୍ତାନରେ ରହି କ୍ରିକେଟ ଖେଳିବା ନେଇ ଏକ ବଡ ବୟାନ ଦେଇଛନ୍ତି ଶ୍ରୀଲଙ୍କା କ୍ରିକେଟର ସଭାପତି ସାମ୍ମି ସିଲଭା । ହୋଟେଲରେ ବନ୍ଦୀ ଭାବେ ରହିବା ଓ ରାସ୍ତା ସବୁ ବନ୍ଦ ହେବାପାଇଁ ଅପେକ୍ଷା କରିବା କଷ୍ଟକର ବୋଲି ସେ କହିଛନ୍ତି । ସେ ହୋଟେଲରେ ବିତାଇଥିବା 3-4ଦିନ ସହଜ ନିଥିଲା । ଏତେ ସଂଖ୍ୟକ ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ସବୁକିଛି ସୁରକ୍ଷିତ ଲାଗୁନଥିଲା ।

ଡିସେମ୍ବରରେ ଶ୍ରୀଲଙ୍କା ଟିମ ପୁଣି ପାକିସ୍ତାନ ଗସ୍ତ କରି ଟେଷ୍ଟ ମ୍ୟାଚ ଖେଳିବାର କାର୍ଯ୍ୟସୂଚୀ ରହିଛି । ମାତ୍ର ଖେଳାଳିଙ୍କ ସହ କଥା ହୋଇ ତାଙ୍କ ମତ ନିଆଯିବ ବୋଲି ସଭାପତି ସ୍ପଷ୍ଟ କରିଛନ୍ତି । ଟେଷ୍ଟମ୍ୟାଚ ସମୟରେ 5ଦିନ ହୋଟଲରେ ବିତାଇବାକୁ ପଡିବ । ହୋଟେଲରେ ବନ୍ଦୀ ଭାବେ ରହିବା ମାନସିକ ସ୍ଥରରେ ଏତେ ସହଜ ନୁହେଁ । ତେବେ ଖେଳାଳିଙ୍କ ବିଚାରକୁ ସମ୍ମାନ ଦିଆଯାଇ ନିଷ୍ପତ୍ତି କରାଯିବା ନେଇ ସେ ସ୍ପଷ୍ଟ କରିଛନ୍ତି ।

Intro:Body:

X

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.