ETV Bharat / sports

‘ପରାଜୟ ପାଇଁ ବୋଲର ନୁହେଁ, କୋହଲି ଦାୟୀ’

author img

By

Published : Apr 9, 2019, 10:22 PM IST

ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରି ଆରସିବି ଏଥର ଆଇପିଏଲରେ କ୍ରମାଗତ ଭାବେ 6ଟି ମ୍ୟାଚ ହାରିଛି । ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ ଦଳ ଫେଲ୍‌ ମାରିବା ସହ ପରାଜୟ ଭୋଗିଛି। ଏଥିପାଇଁ ଏବେ କୋହଲିଙ୍କ ଅଧିନାୟକତ୍ବ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସବୁବେଳେ ବିରାଟ କୋହଲିଙ୍କୁ ଟାର୍ଗେଟ କରୁଥିବା ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ପୁଣିଥରେ ତାଙ୍କୁ ନିଶାନା ବନାଇଛନ୍ତି। ଆଇପିଏଲରେ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ପରାଜୟ ଲାଗି ଗମ୍ଭୀର ବିରାଟଙ୍କୁ ଦୋଷାରୋପ କରିଛନ୍ତି । ସେ କହିଛନ୍ତି, ଆରସିବିର ଲଗାତାର ପରାଜୟ ପାଇଁ ବୋଲରଙ୍କୁ ଦାୟୀ ନକରି କୋହଲି ନିଜେ ଦୋଷ ମୁଣ୍ଡାଇବା ଉଚିତ।

ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରି ଆରସିବି ଏଥର ଆଇପିଏଲରେ କ୍ରମାଗତ ଭାବେ 6ଟି ମ୍ୟାଚ ହାରିଛି । ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ ଦଳ ଫେଲ୍‌ ମାରିବା ସହ ପରାଜୟ ଭୋଗିଛି । ଏଥିପାଇଁ ଏବେ କୋହଲିଙ୍କ ଅଧିନାୟକତ୍ବ ଉପରେ ଉଠିଛି ପ୍ରଶ୍ନବାଚୀ । ଏହାକୁ ନେଇ ଦୁଇ ଭାଗ ହୋଇଛନ୍ତି କ୍ରିକେଟ୍‌ ସମୁଦାୟ । କେତେକ ଖେଳାଳି କୋହଲିଙ୍କୁ ଦଳର ଅଧିନାୟକ ପଦବୀ ଛାଡିବା ପାଇଁ କହୁଥିବାବେଳେ କେତେକ ତାଙ୍କୁ ବିଶ୍ରାମ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଦଳ ପରାଜୟ ପାଇଁ କୋହଲିଙ୍କୁ ଦାୟୀ କରିଛନ୍ତି ଗମ୍ଭୀର ।

ସେ କହିଛନ୍ତି ଯେ କୋହଲି ଜଣେ ମାଷ୍ଟରକ୍ଲାସ ବ୍ୟାଟ୍ସମ୍ୟାନ । ତାଙ୍କ ବ୍ୟାଟିଂ ଫର୍ମ ଉପରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଜଣେ ଅଧିନାୟକ ହିସାବରେ ତାଙ୍କୁ ଆହୁରି ଅନେକ ଶିକ୍ଷା ଲାଭ କରିବାର ଅଛି । ଅଧିନାୟକ ଭାବେ ଏବେ ପର୍ଯ୍ୟନ୍ତ ସେ ପରିପକ୍ବତା ହାସଲ କରିନାହାଁନ୍ତି । ନିଜ ଦଳର ବୋଲରଙ୍କୁ ଦୋଷ ଦେବା ଅପେକ୍ଷା ସେ ନିଜେ ପରାଜୟର କାରଣ ମୁଣ୍ଡାଇବା ଉଚିତ । ଏହାସହ ଦଳ ଚୟନ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।

ଚିନ୍ନାସ୍ବାମୀ ଭଳି ଛୋଟ ଗ୍ରାଉଣ୍ଡର ଫ୍ଲାଟ୍‌ ପିଚରେ ଜଣେ ଅଧିକ ପେସରଙ୍କୁ ନନେଇ 2 ଜଣ ଅଲରାଉଣ୍ଡର ସହ ଖେଳିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ମାର୍କୋସ ଷ୍ଟୋଇନିସ୍‌ ଏବଂ ନାଥନ କୁଲଟର୍‌-ନାଇଲଙ୍କ ଭଳି ଖେଳାଳିଙ୍କୁ ସିଲେକ୍ଟ କରିବା ପୂର୍ବରୁ ସଠିକ୍‌ ଭାବେ ଭାବିବାର ଥିଲା ବୋଲି ସେ କହିଛନ୍ତି । କାରଣ ଏହିଭଳି ଖେଳାଳି ଆଇପିଏଲରେ ପ୍ରଥମରୁ ଦଳ ସହ ନଥିଲେ । ପରେ ଦଳ ସହ ସେମାନେ ଯୋଗ ଦେଇଥିଲେ । ଯାହା ଦଳୀୟ ଏକାଦଶର ସନ୍ତୁଳନକୁ ବିଗାଡି ଦେଇଥିଲା ବୋଲି ଗମ୍ଭୀର କହିଛନ୍ତି ।

Intro:Body:

ବିଶ୍ବକପ ଟିମ ଘୋଷଣା କଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ: ଇଂଲଣ୍ଡ ଓ ୱେଲସରେ ଆସନ୍ତା 30ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବକପ । ଏଥିଲାଗି ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତାର ୧୫ ଜଣିଆ ଦଳ ଘୋଷଣା କରିଛି । ଦଳରେ ବ୍ୟାକଅପ ୱିକେଟ କିପର ଭାବେ ଟମ ବ୍ଲୁଣ୍ଡେଲଙ୍କୁ ସାମିଲ କରାଯାଇଛି ।

ତେବେ 6ଥର ସେମିଫାଇନାଲ ଖେଳିଥିବା ଓ ଶେଷଥର ଫାଇନାଲରେ ହାରିଥିବା ନ୍ୟୁଜିଲାଣ୍ଡ ଦଳ ଆଗାମୀ ବିଶ୍ୱକପ୍‌ ଜିତିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ବ୍ଲାକ କ୍ୟାପ ଦଳ ଦିନିକିଆ ମାନ୍ୟତାର ୩ୟ ସ୍ଥାନରେ ରହିଛି । ମାନ୍ୟତାର ପ୍ରଥମରେ ଇଂଲଣ୍ଡ ଓ 3ୟ ସ୍ଥାନରେ ଭାରତ ରହିଛି ।

ଟମ ଲଥାମଙ୍କ ସମେତ ବ୍ଲୁଣ୍ଡେଲଙ୍କୁ ୱିକେଟ କିପର ଭାବେ ଦଳରେ ସାମିଲ କରାଯାଇଛି । ମୁଖ୍ୟ ସ୍ପିନର ଭାବେ ମିଚେଲ ସାଣ୍ଟନର ଦଳରେ ସ୍ଥାନ ପାଇଥିବାବେଳେ ତାଙ୍କ ସହିତ ରହିଛନ୍ତି ଇଶ ସୋଧି । ସେହିପରି ଅଲରାଉଣ୍ଡ ଭାବେ ଜିମି ନିଶାମ ଓ କଲିନ ଡେ ଗ୍ରାଣ୍ଡହୋମ ଦଳରେ ସ୍ଥାନ ପାଇଛନ୍ତି । ଟିମ ସାଉଦି, ଟ୍ରେଣ୍ଟ ବୋଲ୍ଟ ଓ ଲୋକି ଫରଗ୍ୟୁସନ ଦଳରେ ପେସ ଆଟାକ ଭାବେ ସ୍ଥାନ ପାଇଛନ୍ତି ।

ନ୍ୟୁଜିଲାଣ୍ଡ ଦଳ: କେନ ଓ୍ବିଲିୟମସନ (ଅଧିନାୟକ), ଟମ ବ୍ଲୁଣ୍ଡେଲ, ଟମ୍‌ ଲଥାମ, (ୱିକେଟକିପର), ଟ୍ରେଣ୍ଟ ବୋଲ୍ଟ, କଲିନ ଡେ ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, କଲିନ ମୁନ୍‌ରୋ, ମାର୍ଟିନ ଗୁପଟିଲ, ମ୍ୟାଟ ହେନ୍‌ରୀ, ଜିମି ନିଶାମ, ହେନରୀ ନିକୋଲସ, ମିଚେଲ ସାଣ୍ଟନର, ଇଶ ସୋଧି, ଟିମ୍‌ ସୌଦି ଓ ରସ ଟେଲର ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.