ETV Bharat / sports

ଟେଷ୍ଟ କ୍ରିକେଟରେ 'ଟାଇ', ୧୪୮ ବର୍ଷ ଇତିହାସରେ ୨ ଥର - WHAT IS TIE IN TEST CRICKET

ଟେଷ୍ଟ କ୍ରିକେଟରେ ବିଜୟ, ପରାଜୟ ଏବଂ ମ୍ୟାଚ ଡ୍ର ସମସ୍ତେ ଜାଣନ୍ତି । ହେଲେ ଟେଷ୍ଟ ମ୍ୟାଚ ମଧ୍ୟ 'ଟାଇ' ରହିପାରେ । ଆସନ୍ତୁ ଜାଣିବା କେବେ ହେଇଥିଲା ଏବଂ କେମିତି ?

WHAT IS TIE IN TEST CRICKET
WHAT IS TIE IN TEST CRICKET (Getty images)
author img

By ETV Bharat Odisha Team

Published : 5 hours ago

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ମନୋରଞ୍ଜନ ପାଇଁ କ୍ରିକେଟରେ କିଛି ନା କିଛି ପରିବର୍ତ୍ତନ କରାଯାଇଥାଏ । ଅନ୍ତର୍ଜାତୀୟ କ୍ରିକେଟ ଟେଷ୍ଟ କ୍ରିକେଟରୁ ଆରମ୍ଭ ହୋଇଥିଲା ଏବଂ ଗତ କିଛି ବର୍ଷ ମଧ୍ୟରେ କିଛି ପରିବର୍ତ୍ତନ ପରେ, କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ ଟି-20 ସବୁଠାରୁ ଲୋକପ୍ରିୟ ଫର୍ମାଟ ହୋଇପାରିଛି । 20 ଓଭର ବିଶିଷ୍ଟ ମ୍ୟାଚକୁ ଦେଖିବାର ଅଧିକ ମଜା ଉଠାଇଥାନ୍ତି ଦର୍ଶକ । ସୀମିତ ଓଭର କ୍ରିକେଟର ଲୋକପ୍ରିୟତା ବୃଦ୍ଧି ପାଇବା ସହିତ ଟେଷ୍ଟ କ୍ରିକେଟ ଲୋକପ୍ରିୟତା କମୁଛି । ଯାହା ଫଳରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟେଷ୍ଟ ଫର୍ମାଟକୁ ଲୋକପ୍ରିୟ କରିବା ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଆରମ୍ଭ କରିବାକୁ ବାଧ୍ୟ ହେଲା । ଯାହା ଫଳରେ ଅଧିକାଂଶ ଟେଷ୍ଟ ମ୍ୟାଚ୍‌ର ଫଳାଫଳ ଆସିବାରେ ଲାଗିଛି ।

୧୪୮ ବର୍ଷ ଇତିହାସରେ ୨ ଥର ଟାଇ ହୋଇଛି ଟେଷ୍ଟ ମ୍ୟାଚ :

ଟେଷ୍ଟ ମ୍ୟାଚ ପାଞ୍ଚ ଦିନ ଧରି ଚାଲିଥାଏ, ଯେକୌଣସି ଟେଷ୍ଟ ମ୍ୟାଚର ତିନୋଟି ଫଳାଫଳ ଆସିପାରେ । ଗୋଟିଏ ଦଳ ମ୍ୟାଚ ଜିତିଥାଏ ଏବଂ ଗୋଟିଏ ଦଳ ମ୍ୟାଚ ହାରିଥାଏ ନଚେତ ମ୍ୟାଚ୍ ଡ୍ର ହୋଇଯାଏ। ଏହି ତିନୋଟି ଫଳାଫଳ ବ୍ୟତିତ, ଟେଷ୍ଟରେ ଚତୁର୍ଥ ଫଳାଫଳ ଆସିବା ଅସମ୍ଭବ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଟେଷ୍ଟ କ୍ରିକେଟର 148 ବର୍ଷର ଇତିହାସରେ, କେବଳ ଦୁଇଟି ମ୍ୟାଚରେ ଚତୁର୍ଥ ଫଳାଫଳ ଟାଇ ଆସିଛି । ଯାହା ଏକ ବିରଳ ଉଦାହରଣ ଅଟେ । କ୍ରିକେଟରେ, ଯେତେବେଳେ ଉଭୟ ଦଳର ସ୍କୋର ସମାନ ଥାଏ, ସେତେବେଳେ ମ୍ୟାଚ୍ ଟାଇରେ ଶେଷ ହୁଏ। ଏପରି ଫଳାଫଳ 9 ଡିସେମ୍ବର 1960ରେ ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ୍ ଏବଂ 18 ସେପ୍ଟେମ୍ବର 1986ରେ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ।

WHAT IS TIE IN TEST CRICKET
WHAT IS TIE IN TEST CRICKET (AFP PHOTO)

ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ (୧୯୬୦ ଡିସେମ୍ବର ୯):

ଟେଷ୍ଟ କ୍ରିକେଟର ପ୍ରଥମ ଟାଇ ମ୍ୟାଚ 1960 ମସିହାରେ ଖେଳା ଯାଇଥିଲା । ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ 9 ଡିସେମ୍ବରରେ ମ୍ୟାଚ ଆରମ୍ଭ ହୋଇଥିଲା । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ପ୍ରଥମ ଇନିଂସରେ 453 ରନ କରିଥିଲା । ଗାରି ସୋବର୍ସ 132, ଫ୍ରାଙ୍କ ୱରେଲ 65 ଏବଂ ଜୋ ସଲୋମନ 65 ରନ କରିଥିଲେ । ପ୍ରଥମ ଇନିଂସରେ ଆଲାନ୍ ଡେଭିଡସନ୍ 5ଟି ୱିକେଟ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ-

୧୦ ବର୍ଷ ପରେ ବର୍ଡର ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ, ପ୍ରଥମ ଥର WTC ଫାଇନାଲରୁ ଭାରତ ବାଦ୍‌ - AUSTRALIA INTO THE WTC FINAL

ଟେଷ୍ଟ କ୍ରିକେଟରୁ ଅବସର ନେବେ କି ରୋହିତ ? ଏମିତି କହିଲେ ପୂର୍ବତନ କ୍ରିକେଟର - ROHIT SHARMA RETIREMENT ISSUE

ଜାବାବରେ ଅଷ୍ଟ୍ରେଲିଆ ବ୍ୟାଟିଂ କରି ନର୍ମ ଓ 'ନିଲ୍ 181 ଏବଂ ବବ୍ ସିମ୍ପସନ୍ 92 ଙ୍କ ଅର୍ଦ୍ଧଶତକ ବଳରେ କଙ୍ଗାରୁ ଦଳ 505 ରନ୍ କରିଥିଲା। ପ୍ରଥମ ଇନିଂସରେ 52 ରନ୍ ପଛରେ ରହିବା ପରେ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ 284 ରନ କରିଥିଲା ​​ଏବଂ ଅଷ୍ଟ୍ରେଲିଆ ପାଇଁ ୨୩୩ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ 232 ରନରେ ଅଲଆଉଟ୍ ହୋଇଗଲା । ୱେସ୍ ହଲ୍ ପାଞ୍ଚଟି ୱିକେଟ ନେଇଥିଲେ । ଯାହାଦ୍ୱାରା ମ୍ୟାଚ ଟାଇରେ ଶେଷ ହୋଇଥିଲା ।

WHAT IS TIE IN TEST CRICKET
WHAT IS TIE IN TEST CRICKET (Getty images)

ଭାରତ ବନାମ ଅଷ୍ଟ୍ରେଲିଆ ( ୧୯୮୬ ସେପ୍ଟେମ୍ବର ୧୮):

1986 ମସିହାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ କ୍ରିକେଟରେ ହୋଇଥିଲା ଦ୍ୱିତୀୟ ଟାଇ ମ୍ୟାଚ । ଅଷ୍ଟ୍ରେଲିଆ ପୂରା ସିରିଜରେ ଦମଦାର ପ୍ରଦର୍ଶନ କରିଥିଲା । କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଚତୁର୍ଥ ଇନିଂସରେ ସେମାନଙ୍କର ଦକ୍ଷତା ଦେଖାଇ ମ୍ୟାଚକୁ ଟାଇ କରିଥିଲେ । ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ 7 ୱିକେଟ ହରାଇ 574 ରନ କରିଥିଲା । ଜବାବରେ, ଭାରତ 397 ରନରେ ଅଲଆଉଟ ହୋଇଯାଇଥିଲା । କପିଲ ଦେବ 119 ରନର ଶତକୀୟ ପାଳି ଖେଳିଥିଲେ ।

ଏହାପରେ ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ 5 ୱିକେଟ ହରାଇ 170 ରନ କରି ଭାରତୀୟ ଦଳକୁ 384 ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାପରେ ବ୍ୟାକଫୁଟକୁ ଠେଲି ହୋଇଯାଇଥିବା ଟିମ ଇଣ୍ଡିଆ ଫର୍ମକୁ ଫେରି ଜବରଦସ୍ତ ପ୍ରଦର୍ଶନ କରି ମ୍ୟାଚ୍ ଟାଇ କରିବାରେ ସଫଳ ହୋଇଥିଲା । ଭାରତୀୟ ଦଳ ପକ୍ଷରୁ ସୁନୀଲ ଗାଭାସ୍କର 90 ରନ କରିଥିଲେ ଓ ମୋହିନ୍ଦର ଅମରନାଥ 51 ରନ କରିଥିଲେ । ଗ୍ରେଗ୍ ମାଥ୍ୟୁସ୍ ଏବଂ ରେ ବ୍ରାଇଟ୍ 5ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ-

ଅବସର ଚର୍ଚ୍ଚା ପରେ ମୁହଁ ଖୋଲିଲେ ରୋହିତ, ସିଡନୀ ଟେଷ୍ଟ ନ ଖେଳିବାର କାରଣ କହିଲେ - ROHIT SHARMA ON TEST RETIREMENT

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.