ETV Bharat / sports

ଟିମ ଇଣ୍ଡିଆର ଟାର୍ଗେଟ ଟି20 ବିଶ୍ବକପ: 5 ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର

author img

By

Published : Jan 3, 2020, 1:26 PM IST

ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା 2020 ଟି20 ବିଶ୍ବକପ ପାଇଁ ଆରମ୍ଭ ହେଲାଣୀ କଳ୍ପନା ଜଳ୍ପନା। ଟିମ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ବର୍ଷର ପ୍ରଥମ ସିରିଜ ଖେଳିବାକୁ ଯାଉଥିବାରୁ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। ଅଧିକ ପଢନ୍ତୁ....

Five players who will face the test
ଟିମ ଇଣ୍ଡିଆର ଟାର୍ଗେଟ ଟି20 ବିଶ୍ବକପ

ଗୌହାଟୀ: ବର୍ଷ 2020 ଫଟାଫଟ କ୍ରିକେଟ ବିଶ୍ବକପର ବର୍ଷ । ସେଥିପାଇଁ ସବୁ ଟିମ କସରତ ଆରମ୍ଭ କଲେଣି। ଟିମ ଇଣ୍ଡିଆ ଫୋକସରେ ମଧ୍ୟ ରହିଛି ଟି20 ବିଶ୍ବକପ। ଶ୍ରୀଲଙ୍କା ବିପକ୍ଷ ଟି20 ସିରିଜ ବର୍ଷର ପ୍ରଥମ ସିରିଜ ହୋଇଥିବାରୁ ବହୁ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରହିଛି। ଆଇସିସି ଟି20 ମାନ୍ୟତାକୁ ସୁଧାରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ବିରାଟ ବାହିନୀ।

ଏହି ଖେଳାଳିଙ୍କ ପ୍ରଦର୍ଶନ ଉପରେ ରହିଛି ସମସ୍ତଙ୍କ ନଜର:
1. ସଞ୍ଜୁ ସାମସନ
ସଞ୍ଜୁ ସାମସନ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ଟି20 ସିରିଜ ପାଇଁ ଦଳରେ ସ୍ଥାନ ପାଇଥିଲେ ସାମସନ । ମାତ୍ର ଗୋଟିଏ ହେଲେ ମ୍ୟାଚ ଖେଳିବାର ସୁଯୋଗ ସାମସନଙ୍କୁ ମିଳିନାହିଁ । ସେଥପାଇଁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସାମସନଙ୍କୁ ସୁଯୋଗ ମିଳିଲେ ଏହା ତାଙ୍କ ପାଇଁ କର ବା ମର ହେବ । ସିରିଜରେ ଖରାପ ପ୍ରଦର୍ଶନ ସାମସନଙ୍କ ପାଇଁ 2020ଟି ବିଶ୍ବକପର ରାସ୍ତା ବନ୍ଦ ହେବାର ସମ୍ଭାବନା ରହିଛି ।
2. ମନିଷ ପାଣ୍ଡେ
ମନିଷ ପାଣ୍ଡେ ପ୍ରଥମ ଭାରତୀୟ କ୍ରିକେଟର ଭାବେ 2009 ଆଇପିଏଲରେ ଶତକ ହାସଲ କରିଥିଲେ। ମାତ୍ର ଭାରତୀୟ ଟିମରେ ନିୟମିତ ସଦସ୍ୟ ହେବାରେ ସେ ବିଫଳ ହେଇଛନ୍ତି। ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ବିପକ୍ଷ ଟି20 ସିରିଜରେ ଦଳରେ ପାଣ୍ଡେଙ୍କୁ ସ୍ଥାନ ମିଳିଥିଲା। ଶ୍ରେୟସ ଆୟର ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିବାପରେ, ପାଣ୍ଡେ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଥିଲେ। ସେଥିପାଇଁ ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସୁଯୋଗର ସଠିକ ସଦୁପଯୋଗ ନକଲେ, ବିଶ୍ବକପ ଟିମରେ ସ୍ଥାନ ପାଇବା କଷ୍ଟକର ହୋଇପାରେ।

3. ୱାସିଂଟନ ସୁନ୍ଦର
କ୍ୟାପଟେନ ବିରାଟ କୋହଲି ଓ ଟିମ ମ୍ୟାନେଜମେଣ୍ଟ ୱାସିଂଟନ ସୁନ୍ଦରଙ୍କୁ ପ୍ରଂଶସା କରିଛନ୍ତି। ସୁନ୍ଦରଙ୍କ ପାଇଁ ଏବେ ପ୍ରଦର୍ଶନ ପ୍ରଭାବ କରି ନିଜ ସ୍ଥାନ ସୁରକ୍ଷିତ କରିବାର ସମୟ ଆସିଛି । ୱାସିଂଟନ ସୁନ୍ଦର ଖେଳିଥିବା ବର୍ଷ 2019ରେ 11ଟି ଟି20 ମ୍ୟାଚ ଖେଳିଛନ୍ତି । ସେଥିମଧ୍ୟରୁ ମାତ୍ର 5ଟି ୱିକେଟ ଅକ୍ତିଆର କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟି20 ସିରିଜ ସୁନ୍ଦରଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ ।

4. ଶିବମ ଦୁବେ
ଅଲରାଉଣ୍ଡର ଶିବମ ଦୁବେ ବାଂଲାଦେଶ ବିପକ୍ଷ ଟି20 ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ । ଏଥିସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ୟାପଟେନ କୋହଲି ଗୋଟିଏ ମ୍ୟାଚରେ ଶିବମଙ୍କୁ 3ନଂ ସ୍ଥାନରେ ବ୍ୟାଟିଂ କରାଇଥିଲେ। ଏହି ମ୍ୟାଚରେ 30 ବଲରୁ 54 ରନର ବିସ୍ପୋରକ ଇଂନିସ ଖେଳିଥିଲେ ଶିବମ। ମାତ୍ର ଅନ୍ୟତମ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫିଟ ହୋଇ ଦଳକୁ ଫେରିବା ନେଇ ସମ୍ଭାବନା ରହିଛି । ଟିମ ଇଣ୍ଡିଆର ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତରେ ଦଳକୁ ଫେରିପାରନ୍ତି ପାଣ୍ଡ୍ୟା । ଏପରି ସ୍ଥିତିରେ ଶିବମଙ୍କୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ହେବ।

5. ନବଦୀପ ସାଇନି
ଦିଲ୍ଲୀ ସ୍ପିଡଷ୍ଟାର ନବଦୀପ ସାଇନି ଟିମ ଇଣ୍ଡିଆର ପେସ ଆଟକରେ ନୂଆ ସମ୍ଭାବନା ଆଣିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ 3ୟ ଟି20ରୁ ଭୁବନେଶ୍ବର କୁମାର ଓ ଦୀପକ ଚହର ବାଦ ପଡିବାପରେ, ସାଇନି ବାରବାଟୀରେ ଡେବ୍ୟୁ କରିଥିଲେ । ସିରିଜ ନିର୍ଣ୍ଣାୟକ ମ୍ୟାଚରେ ପ୍ରଭାବି ପ୍ରଦର୍ଶନ କରି ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲେ ଏହି ବୋଲର। ଟି20 ବିଶ୍ବକପ ଟିମ ପାଇଁ ସ୍ଥାନ ପକ୍କା କରିବାକୁ ହେଲେ, ସାଇନିଙ୍କୁ ନିଜ ଦମଦାର ପ୍ରଦର୍ଶନ ଜାରି ରଖିହାକୁ ହେବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.