ETV Bharat / sports

ଚାଇନା ଓପନ: ପୁରୁଷ ଡବଲ୍ସ ସେମିରେ ସାତ୍ତ୍ବିକ-ଚିରାଗ - ଚାଇନା ଓପନ ସେମିଫାଇନାଲ

ଚାଇନାର ଲି ଜୁନ ହୁଇ-ଲିୟୁ ୟୁଙ୍କୁ 21-19, 21-15 ସେଟରେ ହରାଇ ଚାଇନା ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି 2ଭାରତୀୟ ସର୍ଟଲର ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି।

ସାତ୍ତ୍ବିକ-ଚିରାଗ
author img

By

Published : Nov 8, 2019, 1:48 PM IST

ହାଇଦ୍ରାବାଦ: ଚାଇନା ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି 2ଭାରତୀୟ ସର୍ଟଲର ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି। ପୁରୁଷ ଡବଲ୍ସ ବର୍ଗରେ ଚାଇନାର ଲି ଜୁନ ହୁଇ-ଲିୟୁ ୟୁଙ୍କୁ 21-19, 21-15 ସେଟରେ ହରାଇଛନ୍ତି ଏହି ଦୁଇ ଭାରତୀୟ ଖେଳାଳି।

ଦୁଇଜଣ ଚାଇନା ସର୍ଟଲର ପୂର୍ବରୁ ବିଶ୍ବ ଚମ୍ପିଆନ ହୋଇସାରିଛନ୍ତି। ହେଲେ ଭାରତୀୟ ଯୋଡି ସାତ୍ତ୍ବିକ ସାଇରାଜ-ଚିରାଗ, କ୍ବାର୍ଟରଫାଇନାଲ ମୁକାବିଲାରେ ଏକତରଫା ବିଜୟୀ ହୋଇଛନ୍ତି । ଫଳରେ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।

ସେମିଫାଇନାଲ ଲଢେଇରେ ଇଣ୍ଡୋନେସିଆର ବିଶ୍ବ ନଂ1 ମାର୍କସ ଫର୍ଣ୍ଣାଲଡି ଗିଡସନ ଓ କେବିନ ସଞ୍ଜୟ ସୁକୋମୁଲଜିଓ ଯୋଡିଙ୍କୁ ଭେଟିବେ। ପୂର୍ବରୁ ସାତ୍ତ୍ବିକ-ଚିରାଗ ଯୋଡି ପୁରୁଷ ଡବଲ୍ସ ବର୍ଗରେ ଥାଇଲାଣ୍ଡ ଓପନ ଟାଇଟେଲ ବିଜୟୀ ହୋଇଥିଲେ। ଅକ୍ଟୋବରେ ହୋଇଥିବା ଫ୍ରେଞ୍ଚ ଓପନ ଫାଇନାଲରେ ମଧ୍ୟ ଏହି ଭାରତୀୟ ଯୋଡି ପ୍ରବେଶ କରିଥିଲେ।

Intro:Body:

BLANK FOR LINK 


Conclusion:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.