ETV Bharat / sitara

ଇରଫାନଙ୍କ ଫଟୋ ପୋଷ୍ଟ କରି ‘ମୁଁ ହଜିଯାଇଛି’ କହିଲେ ବାବିଲ

author img

By

Published : May 21, 2021, 11:49 AM IST

ପୁଣିଥରେ ଭାବବିହ୍ବଳ ହେଲେ ବାବିଲ । ବାପା ଇରଫାନଙ୍କ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ଲେଖିଲେ ଭାବୁକ ନୋଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁକୁ ଏକ ବର୍ଷରୁ ଅଧିକ ସମୟ ବିତି ଗଲାଣି । ହେଲେ ତାଙ୍କ ଫ୍ୟାନ୍ସ ଓ ଫ୍ୟାମିଲି ପ୍ରାୟତଃ ତାଙ୍କୁ ମନେ ପକାଉଥିବାର ନଜର ଆସୁଛନ୍ତି । ତାଙ୍କ ବଡ ପୁଅ ବାବିଲ ଖାନ ପିତାଙ୍କ ଥ୍ରୋବ୍ୟାକ ଫଟୋ, ଭିଡିଓ ସେୟାର କରି ସମସ୍ତଙ୍କୁ ତାଙ୍କ ବିଷୟରେ ଅନେକ କଥା କୁହନ୍ତି । ଏଥର ମଧ୍ୟ ସମାନ କାମ କରିଛନ୍ତି ସେ । ପୁଣିଥରେ ପିତାଙ୍କ ଫଟୋ ସେୟାର କରି ଚର୍ଚ୍ଚାରେ ବାବିଲ ।

ଏହାସହ ସେ ଇମୋସନାଲ ନୋଟରେ ଲେଖିଛନ୍ତି, ‘ହେ ମ୍ୟାନ, ମୁଁ କେଉଁଠାରେ ହଜିଯାଇଛି । ବୁଝିପାରୁନାହିଁ କାହା ଉପରେ ବିଶ୍ବାସ କରିବି । ମତେ ନିଜ ଉପରେ ସନ୍ଦେହ ହେଉଛି, ଆପଣକୁ ଜଣା ଅଛି କି? ମୁଁ ଅସୁରକ୍ଷିତ, ମୁଁ ନିରାଶ ହୋଇପଡିଛି ବୋଲି । ମୋର ମନ ମୋ ମସ୍ତିଷ୍କ ସହିତ ଯୁଦ୍ଧ କରୁଛି, ମୁଁ ନିରାଶାରେ ରହୁଛି । ମୋ ହୃଦୟ ଭାଙ୍ଗି ଭାଙ୍ଗି ଯାଉଛି ।’

ପ୍ରକାଶ ଥାଉକି ବାବିଲ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଅନୁଷ୍କା ଶର୍ମାଙ୍କ ପ୍ରଯୋଜନାରେ ନିର୍ମିତ ଫିଲ୍ମ ‘କ୍ବାଲା’ରେ ନଜର ଆସିବେ । ଯାହାର ସୁଟିଂ ଭିଡିଓ ନିକଟରେ ଜାରି କରାଯାଇଥିଲା । ଆଉ ପ୍ରଶଂସା କରିଥିଲେ ମେଗାଷ୍ଟାର ଅମିତାଭ ବଚ୍ଚନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.