ETV Bharat / sitara

ବ୍ରିଟିଶରୁ ବିବେକଙ୍କୁ ନିମନ୍ତ୍ରଣ, ସଂସଦରେ ବଖାଣିବେ କଶ୍ମୀର ପଣ୍ଡିତଙ୍କ ଦୁଃଖ କାହାଣୀ - ଦ କାଶ୍ମୀର ଫାଇଲ୍ସ

ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ତାଙ୍କ ପତ୍ନୀ ପଲ୍ଲଭି ଯୋଶୀଙ୍କୁ ବ୍ରିଟିଶ ସଂସଦରୁ ନିମନ୍ତ୍ରଣ ମିଳିଛି । ବିବେକ ଅଗ୍ନିହୋତ୍ରୀ ଏହି ଚଳଚ୍ଚିତ୍ର ବିଷୟରେ ବ୍ରିଟିଶ ସଂସଦରେ କହିବେ । ଅଧିକ ପଢନ୍ତୁ

ବ୍ରିଟିଶରୁ ବିବେକ ଅଗ୍ନିହୋତ୍ରୀଙ୍କୁ ନିମନ୍ତ୍ରଣ, ସଂସଦରେ ବଖାଣିବେ କାଶ୍ମୀର ପଣ୍ଡିତଙ୍କ ଦୁଃଖ

author img

By

Published : Mar 30, 2022, 1:14 PM IST

ହାଇଦ୍ରାବାଦ: 'ଦ କାଶ୍ମୀର ଫାଇଲ୍ସ' ହିନ୍ଦୀ ଚଳଚିତ୍ର ଦୁନିଆରେ ଇତିହାସ ସୃଷ୍ଟି କରିଛି । ଗତ ମାର୍ଚ୍ଚ 11ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ପ୍ରେକ୍ଷାଳୟରେ ଏବେ ବି ଚାଲିଛି । ଏହି ଚଳଚ୍ଚିତ୍ର ବଲିଉଡ ଏବଂ ଦେଶର ରାଜନୀତିରେ ଏକ ଭୂକମ୍ପ ସୃଷ୍ଟି କରିଛି । ଏସବୁ ମଧ୍ୟରେ ବର୍ତ୍ତମାନ ଆଉ ଏକ ଖୁସି ଖବର ଆସିଛି, ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ତାଙ୍କ ପତ୍ନୀ ପଲ୍ଲଭି ଯୋଶୀଙ୍କୁ ବ୍ରିଟିଶ ସଂସଦରୁ ନିମନ୍ତ୍ରଣ ମିଳିଛି । ବିବେକ ଏହି ଚଳଚ୍ଚିତ୍ର ବିଷୟରେ ବ୍ରିଟିଶ ସଂସଦରେ କହିବେ ।

ଏକ ସାକ୍ଷାତକାରରେ ବିବେକ ଅଗ୍ନିହୋତ୍ରୀ ଖୁଲାସା କରିଛନ୍ତି ଯେ, ତାଙ୍କୁ ବ୍ରିଟିଶ ସଂସଦରୁ ନିମନ୍ତ୍ରଣ ଆସିଛି ଏବଂ ସେ ସଂସଦରେ କାଶ୍ମୀରୀ ପଣ୍ଡିତଙ୍କ ଦୁଃଖ ବଖାଣିବେ । ବିବେକ କହିଛନ୍ତି, 'ଆମେ ଏପ୍ରିଲ ମାସରେ ବ୍ରିଟେନ ଯିବୁ ଏବଂ କାଶ୍ମୀର ପଣ୍ଡିତମାନଙ୍କ ବିଷୟରେ ଆଲୋଚନା କରିବୁ । ଫିଲ୍ମ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଦୁନିଆର କୋଣ ଅନୁକୋଣ ପର୍ଯ୍ୟନ୍ତ ପହଞ୍ଚାଇବା ଉଦ୍ଦେଶ୍ୟରେ ନିର୍ମିତ ହୋଇଛି । ଆମେ ଖୁସି ଯେ ଆମର ଉଦ୍ଦେଶ୍ୟରେ ଆମେ ସଫଳ ହୋଇଛୁ ।' ଆମେ ଏଥିପାଇଁ କିଛି କରିନାହୁଁ, କାରଣ ଲୋକଙ୍କୁ ପ୍ରଭାବିତ କରିବାର ଶକ୍ତି ଆମ ପାଖରେ ନାହିଁ, ଏହା ଭଗବାନଙ୍କ ହାତରେ, ଆମେ କେବଳ ଏକ ମାଧ୍ୟମ ।

ଉଲ୍ଲେଖନୀୟ ଯେ, କେବଳ 15 କୋଟି ବଜେଟରେ ନିର୍ମିତ ଫିଲ୍ମ 'କାଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ 200 କୋଟିରୁ ଅଧିକ ଆୟ କରି ଇତିହାସ ସୃଷ୍ଟି କରିଛି । 1990ରେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟାକାଣ୍ଡ ବିଷୟରେ ଫିଲ୍ମର କାହାଣୀ ରହିଛି । ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲଭି ଯୋଶୀ, ଦର୍ଶନ କୁମାରଙ୍କ ପରି ଅନ୍ୟ କଳାକାର ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.