ETV Bharat / international

ଶାନ୍ତ ପଡିଲା ଯୁଦ୍ଧଭୂମି: ପ୍ରଥମ ଦିନରେ ମୁକୁଳିଲେ 24 ପଣବନ୍ଦୀ, 39 କଏଦୀ

author img

By ETV Bharat Odisha Team

Published : Nov 25, 2023, 7:47 AM IST

ଯୁଦ୍ଧଭୂମିରୁ ଆସିଲା ଭଲ ଖବର । 49 ଦିନ ପରେ ଶାନ୍ତ ପଡିଛି ଗାଜା । ଆକାଶରେ ନାହିଁ ବିସ୍ଫୋରଣ ଶବ୍ଦ, ବାୟୁରେ ନାହିଁ ଧୂଆଁ । ସେପଟେ ସର୍ତ୍ତ ମୁତାବକ 2 ଦେଶ ପରସ୍ପରର ନାଗରିକମାନଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ଶାନ୍ତ ପଡିଲା ଯୁଦ୍ଧଭୂମୀ
ଶାନ୍ତ ପଡିଲା ଯୁଦ୍ଧଭୂମୀ

ତେଲ ଆଭିଭ୍: ଇସ୍ରାଏଲ-ହମାସ ମଧ୍ୟରେ ଅସ୍ତ୍ରବିରତିର ଆଜି(ଶନିବାର) ଦ୍ବିତୀୟ ଦିନ । 49 ଦିନ ଧରି ରକେଟ ଓ ମିଶାଇଲ ବର୍ଷା ପରେ ଗାଜା ଆକାଶ ଗତକାଲି ଠାରୁ ଧୂଆଁମୁକ୍ତ ରହିଛି । 49 ଦିନ ପରେ 4 ଦିନ ପାଇଁ ହମାସ-ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ହୋଇଛି । ଏଥିସହ ଚୁକ୍ତି ଅନୁଯାୟୀ ହମାସ ଇସ୍ରାଏଲର 24 ପଣବନ୍ଦୀଙ୍କୁ ମୁକ୍ତି କରିଛି । ମୁକ୍ତି ପାଇଥିବା 24 ପଣବନ୍ଦୀଙ୍କ ମଧ୍ୟରେ 13 ଜଣ ଇସ୍ରାଏଲ, 10 ଜଣ ଥାଇଲ୍ୟାଣ୍ଡ ନାଗରିକ ଓ ଜଣେ ଫିଲିପାଇନ୍ସ ନାଗରିକ ରହିଛନ୍ତି । ଏମାନଙ୍କୁ ଗାଜା ଷ୍ଟ୍ରିପରେ ରେଡ କ୍ରସ ସୋସାଇଟି (red cross society) ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଅନ୍ୟପଟେ ଇସ୍ରାଏଲ ମଧ୍ୟ ସର୍ତ୍ତ ମୁତାବକ ପ୍ରଥମ ଦିନରେ 39 ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିଛି ।

ତେବେ ମୁକ୍ତ ହୋଇଥିବା 13 ବନ୍ଧକଙ୍କ ମଧ୍ୟରେ 4 ଜଣ ଶିଶୁ ଓ 6 ଜଣ ମହିଳା ରହିଛନ୍ତି । ସମସ୍ତ ବନ୍ଧକଙ୍କୁ ଇଜିପ୍ଟର ରାଫା ସୀମା ପଟେ ଇସ୍ରାଏଲକୁ ଅଣାଯାଇଥିଲା । ଇସ୍ରାଏଲ ରାଜଧାନୀ ତେଲ ଆଭିଭରେ ନିଜ ନାଗରିକମାନଙ୍କୁ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଅପରେସନ 'ହେବେନ୍ସ ଡୋର' ମାଧ୍ୟମରେ ପଣବନ୍ଦୀ ହୋଇ ରହିଥିବା ନିଜ ନାଗରିକମାନଙ୍କୁ ସ୍ବଦେଶ ଫେରାଇ ନେବା ଆରମ୍ଭ କରିଛି ଇସ୍ରାଏଲ । ତେବେ କତାରର ମଧ୍ୟସ୍ଥତା ଫଳରେ ଏହି ସଫଳତା ମିଳିପାରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ ।

ହମାସ୍ ଥାଇଲ୍ୟାଣ୍ଡର 10 ଜଣ ନାଗରିକଙ୍କୁ ମଧ୍ୟ ମୁକ୍ତ କରିଛି । ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଥାଓ୍ବିସିନ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଥାଇଲ୍ୟାଣ୍ଡ ସରକାରଙ୍କ ସୂଚନା ମୁତାବକ, ହମାସ 26 ଜଣ ଥାଇଲ୍ୟାଣ୍ଡ ନାଗରିକଙ୍କୁ ପଣବନ୍ଦୀ କରିରଖିଛି । ଏହି 4 ଦିନ ଅସ୍ତ୍ରବିରତି ଅଭିଯାନ ମଧ୍ୟରେ 150 ଜଣ ପାଲେଷ୍ଟାଇନ କଏଦୀଙ୍କ ବଦଳରେ 50 ଜଣ ବନ୍ଧକଙ୍କୁ ମୁକ୍ତି କରିବା ଦାବିରେ ସହମତି ପ୍ରକାଶ କରିଛି ଇସ୍ରାଏଲ । ଯାହାପରେ ଇସ୍ରାଏଲ ପକ୍ଷରୁ ଆରମ୍ଭ ହୋଇଯାଇଛି ଅପରେସନ 'ହେବେନ୍ସ ଡୋର' ।

ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲ ଆକ୍ରମଣରେ ଗାଜାରେ ୧୪, ୮୦୦ରୁ ଊର୍ଦ୍ଧ୍ବ ମୃତ; ଆଜିଠୁ ୪ ଦିନିଆ ଅସ୍ତ୍ରବିରତି

ଚୁକ୍ତି ଅନୁଯାୟୀ ପ୍ରଥମ ଦିନରେ 36 ଜଣ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତି କରିଛି ଇସ୍ରାଏଲ । ଯେଉଁମାନଙ୍କ ମଧ୍ୟରେ 24 ଜଣ ମହିଳା ଓ 14 ଜଣ ନାବାଳକ ରହିଛନ୍ତି । କତାରର ବୈଦେଶିକ ମନ୍ତ୍ରୀ ଏନେଇ ସୂଚନା ଜାରି କରିଛନ୍ତି । ଅନ୍ୟପଟେ ଆଜି ମଧ୍ୟ 10ରୁ 13 ଜଣ ବନ୍ଧକଙ୍କୁ ମୁକ୍ତି କରିବ ହମାସ ।

ଗାଜାରେ ଶୁକ୍ରବାର ସକାଳ 7ଟାରେ ଅର୍ଥାତ (ଭାରତୀୟ ସମୟ ସକାଳ 10.30)ରୁ ଆରମ୍ଭ ହୋଇଥିଲା ଅସ୍ତ୍ରବିରତି ଅଭିଯାନ । ସର୍ତ୍ତ ମୁତାବକ ସକାଳ 7ଟାରୁ ଗାଜାରେ ଆକ୍ରମଣ ବନ୍ଦ କରିଦେଇଥିଲା ଇସ୍ରାଏଲ । ଏହାପରେ ଅନେକ ପାଲେଷ୍ଟାଇନ ନାଗରିକ ନିଜ ଘର ବାହୁଡା ହେଉଥିବା ଦେଖିବାକୁ ମିଳଥିଲା । ଦୀର୍ଘ ଦିନ ପରେ ନିଜ ଘରକୁ ଫେରିଛନ୍ତି ସେମାନେ । ତେବେ ଏହି 4 ଦିନର ଅସ୍ତ୍ରବିରତି ସମୟ ମଧ୍ୟରେ ପ୍ରତ୍ୟେକ ଦିନ 200ଟି ଇନ୍ଧନ ଏବଂ ଅତ୍ୟାବଶକୀୟ ସାମଗ୍ରୀ ଭର୍ତ୍ତି ଟ୍ରକ ଗାଜାରେ ପ୍ରବେଶ କରିବ । ଏହାଦ୍ବାରା ଲୋକମାନଙ୍କୁ ସହୟତା ମିଳିପାରିବ ।

ଅସ୍ତ୍ରବିରତି ପୂର୍ବରୁ ଇସ୍ରାଏଲ ସେନାମାନଙ୍କୁ ଭେଟିଥିଲେ ପ୍ରତିରକ୍ଷାା ମନ୍ତ୍ରୀ ୟୋବ ଗେଲେଟ । ଯୁଦ୍ଧ ପୁଣିଥରେ ଆରମ୍ଭ ହେବ ଓ ଯେପର୍ଯ୍ୟନ୍ତ ପୁରା ହମାସର ବିନାଶ ନ ହୋଇଛି ସେପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ । ତେବେ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଗାଜାରେ ୧୪,୮୫୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲରେ ପାଖାପାଖି 1 ହଜାରରୁ ଊର୍ଦ୍ଧ୍ବ ଜଣଙ୍କ ଜୀବନ ଯାଇଥିଲା ଓ ହମାସ 240 ଜଣଙ୍କୁ ପଣବନ୍ଦୀ କରି ରଖିଛି । ତେବେ ଏବେସୁଦ୍ଧା 17 ଜଣ ମୁକ୍ତି ହୋଇଥିବା ବେଳେ ଅନ୍ୟମାନେ ଅପେକ୍ଷାରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.