ETV Bharat / international

ବଡ ଧରଣର ଭୂକମ୍ପରେ ଥରିଲା ଫିଲିଫାଇନ୍ସ, ତୀବ୍ରତା ୭.୦ ରେକର୍ଡ

author img

By

Published : Jul 27, 2022, 9:45 AM IST

ବଡ ଧରଣର ଭୂକମ୍ପରେ ଥରିଲା ଫିଲିଫାଇନ୍ସ । ରିକ୍ଟର ସ୍କେଲରେ ତୀବ୍ରତା 7.0 ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ବଡ ଧରଣର ଭୂକମ୍ପରେ ଥରିଲା ଫିଲିଫାଇନ୍ସ , ତୀବ୍ରତା ୭.୦ ରେକର୍ଡ

ମାନିଲା: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଫିଲିଫାଇନ୍ସ । ରିକ୍ଟର ସ୍କେଲରେ ତୀବ୍ରତା 7.0 ରେକର୍ଡ କରାଯାଇଛି । ତେବେ ଆଜି(ବୁଧବାର) ସକାଳ ପ୍ରାୟ ୬.୧୩ ମିନିଟ ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଆମେରିକା ଜିଓଲୋଜିକାଲ ସର୍ଭେ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଥିବା ବେଳେ ସୁନାମୀ ପାଇଁ କୌଣସି ସର୍ତକତା ଜାରି କରାଯାଇନାହିଁ ।

ଏହି ଭୂକମ୍ପ ଫିଲିଫାଇନ୍ସ ଡୋଲରସର ଦକ୍ଷିଣପୂର୍ବରୁ 14 କିଲୋମିଟର ଦୂରରେ ଅନୁଭୂତ ହୋଇଛି । ଏହି ଶକ୍ତିଶାଳୀ ଭୂକମ୍ପରେ ଲୋକମାନେ ଭୟଭୀତ ହୋଇ ଘରଛାଡି ବାହାରକୁ ଚାଲିଆସିଥିବା ନେଇ ଦେଖିବାକୁ ମିଳିଥିଲା । ଭୂମିକମ୍ପରେ କ୍ଷୟକ୍ଷତିର ଆକଳନ କରୁଛି ସଂସ୍ଥା । ବର୍ତ୍ତମାନ ସୁନାମିର ଭୟ ନଥିବା ବେଳେ ଶକ୍ତିଶାଳୀ ଭୂକମ୍ପ ଝଟକା ପୃଥିବୀ ପୃଷ୍ଠରେ ବିଶେଷ କ୍ଷତି ହୋଇନଥିବା ନେଇ ଆକଳନ କରାଯାଇଛି ।

ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଏବଂ ସୋସମୋଲୋଜି ପକ୍ଷରୁ କୁହାଯାଇଛି ଯେ, 7.3 ତୀବ୍ରତାର ଭୂକମ୍ପ ଅବ୍ରା ପ୍ରଦେଶର ଏକ ପାର୍ବତ୍ୟ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିଲା । ଫଳରେ ଏହାର ଝଟକା ଅନେକ ସ୍ଥାନରେ ଦେଖାଦେଇଛି । ଏହାର ଗଭୀରତା 25 କିଲୋମିଟର ଆକଳନ କରାଯାଇଛି । ଭୂକମ୍ପ ଫଳରେ ଅନେକ ଘରରେ ଫାଟ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆଫଗାନିସ୍ତାନ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ହଜାର ପାର, ଉଦ୍ଧାର କାର୍ଯ୍ୟ ଜାରି

ଫିଲିଫାଇନ୍ସ ପାସିଫିକ୍ ରିଙ୍ଗ ଫାୟାରେ ଅବସ୍ଥିତ । ଯେଉଁଠାରେ ପ୍ରତିବର୍ଷ ପୃଥିବୀର ସର୍ବାଧିକ ଭୂକମ୍ପ ଅନୁଭୂତ ହୁଏ । ପ୍ରତିବର୍ଷ ଏହି ଦେଶ 20 ଟାଇଫନ୍ ,ଟ୍ରପିକାଲ୍ ଷ୍ଟ୍ରମର ସାମ୍ନା କରୁଛି । ଯାହା ଫିଲିଫାଇନ୍ସକୁ ସର୍ବାଧିକ ବିପର୍ଯ୍ୟୟ ପ୍ରବଣ ଦେଶ ଭାବେ ପରିଗଣିତ କରିଛି । ସୂଚନା ଥାଉକି, 1990 ମସିହାରେ ଫିଲିଫାଇନ୍ସରେ ହୋଇଥିବା 7.7 ତୀବ୍ରତାର ଭୂକମ୍ପରେ 2 ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.