ETV Bharat / international

ବ୍ରାଜିଲ ବିମାନ ଦୁର୍ଘଟଣାରେ 4 ଫୁଟବଲ ଖେଳାଳୀ ସମେତ 5 ମୃତ

author img

By

Published : Jan 25, 2021, 8:14 AM IST

ବିମାନ ଦୁର୍ଘଟଣାରେ ବ୍ରାଜିଲରେ 4 ଜଣ ଫୁଟବଲ ଖେଳାଳିଙ୍କ ସହ ସର୍ବମୋଟ 5 ଜଣଙ୍କ ମୃତ୍ୟୁ। ଫୁଟବଲ ଖେଳାଳୀମାନେ ସୋମବାର ଭିଲା ନୋଭା ଖେଳିବାକୁ ଗୋୟାନିଆ ଅଭିମୁଖେ ଯାଉଥିଲେ। ଅଧିକ ପଢନ୍ତୁ...

ବ୍ରାଜିଲରେ ବିମାନ ଦୁର୍ଘଟଣା, 5 ମୃତ
ବ୍ରାଜିଲରେ ବିମାନ ଦୁର୍ଘଟଣା, 5 ମୃତ

ବ୍ରାସିଲିଆ: ବିମାନ ଦୁର୍ଘଟଣାରେ ବ୍ରାଜିଲରେ 5 ମୃତ। ମୃତକଙ୍କ ମଧ୍ୟରେ ଦେଶର 4 ଜଣ ଫୁଟବଲ ଖେଳାଳି ରହିଥିବା ବେଳେ ସର୍ବମୋଟ 5 ଜଣଙ୍କ ଜୀବନହାନୀ ହୋଇଛି। ଏହି ଅଘଟଣ ରବିବାର ବ୍ରାଜିଲର ଟୋକାନଟିନରେ ଘଟିଥିବା ସୂଚନା ମିଳିଛି। ଏନେଇ ପଲମାସ ଏଫଆର ଫୁଟବଲ କ୍ଲବ ପକ୍ଷରୁ କୁହାଯାଇଛି।

ଲୁକାସ୍ ,ପାଇଲଟ୍ ୱାଗନର୍ ଏବଂ ଫୁଟବଲର୍ ଲୁକାସ୍ ପ୍ରକ୍ସେଡେସ୍, ଗୁଇଲେର୍ମେ ନୋ, ରାନୁଲେ ଏବଂ ମାର୍କସ୍ ମୋଲିନାରିଙ୍କୁ ନେଇ ଯାଉଥିବା ଏକ ବିମାନ ଟୋକାଣ୍ଟିନେନ୍ସ ଆଭିଏସନ୍ ଆସୋସିଏସନ୍ ଟେକ୍ ଅଫ୍ ପରେ ରନୱେ ଉପରେ ଖସିପଡିଥିଲା। କ୍ଲବ୍ କହିଛି ଯେ ବିମାନରେ କେହି ବି ବଞ୍ଚି ନାହାଁନ୍ତି ବୋଲି ଆମେ ଦୁଃଖିତ।

ଫୁଟବଲ ଖେଳାଳୀମାନେ ସୋମବାର ଭିଲା ନୋଭା ଖେଳିବାକୁ ଗୋୟାନିଆ ଅଭିମୁଖେ ଯାଉଥିଲେ। ଦୁର୍ଘଟଣାସ୍ଥଳରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଭିଡିଓରୁ ଜଣାପଡିଛି ଯେ, ଖରାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.