ETV Bharat / international

କୋରୋନା କବଳରେ ରାଜନେତା ଓ ସେଲିବ୍ରିଟି

author img

By

Published : Apr 15, 2020, 6:48 AM IST

ବିଶ୍ବର ଅନେକ ରାଜନେତା ଓ ସେଲିବ୍ରିଟି କୋରୋନା କବଳରେ ପଡିଛନ୍ତି । ଖେଳ ଦୁନିଆରେ ମଧ୍ୟ ଏହି ରୋଗ ନିଜ କାୟା ବିସ୍ତାର କରିଥିଲା । ଅଧିକ ପଢନ୍ତୁ...

କୋରୋନା କବଳରେ ରାଜନେତା ଓ ସେଲିବ୍ରିଟି
କୋରୋନା କବଳରେ ରାଜନେତା ଓ ସେଲିବ୍ରିଟି

ହାଇଦ୍ରାବାଦ: ବିଶ୍ବରେ ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ କୋଭିଡ 19 ଯୋଗୁଁ ହୋଇଛି । ଲକ୍ଷାଧିକ ଲୋକ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି । ବିଶ୍ବର ଅନେକ ଶକ୍ତିଶାଳୀ ନେତା ଓ ଫିଲ୍ମ ଷ୍ଟାର ମଧ୍ୟ ଏହି ରୋଗର ଜାଲରୁ ନିଜକୁ ରକ୍ଷା କରିପାରିନାହାନ୍ତି ।

ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଲଣ୍ଡନ ରାଜପରିବାରର ପ୍ରିନ୍ସ ଚାର୍ଲସ, କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଏହି ମହାମାରୀର ଶିକାର ହୋଇଥିଲେ । ମାର୍ଚ୍ଚ 12ରେ ଏକାଡେମୀ ପୁରସ୍କାର ବିଜେତା ହଲିଉଡ ଆକ୍ଟର ଟମ ହାଙ୍କସ ଓ ତାଙ୍କ ପତ୍ନୀ କୋରୋନା ଆକ୍ରାନ୍ତ ନେଇ ଟ୍ବିଟରରେ ସୂଚନା ଦେଇଥିଲେ । ଅଷ୍ଟ୍ରେଲିଆରେ ଥିବାବେଳେ ସେ ଏହି ରୋଗର ଶିକାର ହୋଇଛନ୍ତି । ପରେ ସେମାନେ ସୁସ୍ଥ ହୋଇ ମାର୍ଚ୍ଚ 29ରେ ଫେରିଥିଲେ ଆମେରିକା ।

ସେହିପରି ଲୋକପ୍ରିୟ ଆକ୍ଟର ଇଡ୍ରିସ ଏଲବା ମଧ୍ୟ ଏହି ରୋଗରେ ପଜିଟିଭ ଥିବାର ଖବର ଆସିଥିଲା । ଗେମ ଅଫ ଥ୍ରୋନ୍ସ ଆକ୍ଟର ଖ୍ରୀଷ୍ଟଫେର ହିଭଜୁ ଏହି ରୋଗରେ ପୀଡିତ ହେବା ପରେ ଏକୁଟିଆ ରହିବାର ନିଷ୍ପତ୍ତି ନେଇଥିଲେ । ହଲିଉଡ ପରେ ବଲିଉଡକୁ ମଧ୍ୟ ଏହି ମହାମାରୀ ଗ୍ରାସ କରିଥିଲା । ସିଙ୍ଗର କନିକା କପୁର ଏହି ରୋଗରେ ପଜିଟିଭ ପାଇବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ ସେ ସୁସ୍ଥ ହୋଇ ନିକଟରେ ଫେରିଛନ୍ତି । ଏହାସହ ପ୍ରଯୋଜକ କରିମ ଓ ତାଙ୍କ 2 ଝିଅ ମଧ୍ୟ ଏହି ରୋଗର ଶିକାର ହୋଇଥିଲେ ।

ସେହିପରି ଖେଳ ଦୁନିଆରେ ମଧ୍ୟ ଏହି ରୋଗ ନିଜ କାୟା ବିସ୍ତାର କରିଥିଲା । ଫୁଟବଲ କ୍ଲବ ଆର୍ସେନଲର ମ୍ୟାନେଜର, ଚେଲସା ଓ ଭାଲେନସିଆର ଖେଳାଳିଙ୍କ ସହ ଏନବିଏ ଖେଳାଳିଙ୍କୁ ମଧ୍ୟ ଏହି ରୋଗ ହୋଇଥିବାର ଜଣାପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.