ETV Bharat / health

ଥକ୍କାପଣ ଓ ଦୁର୍ବଳତାକୁ ଆଦୌ କରନ୍ତୁନି ଅଣଦେଖା, ହୋଇପାରେ ଏହି ଗମ୍ଭୀର ରୋଗର କାରଣ - Causes and Solutions for Fatigue

author img

By ETV Bharat Health Team

Published : Aug 25, 2024, 11:26 AM IST

Are You Constantly Tired: ବାରମ୍ବାର ଥକ୍କାପଣ ଅନୁଭବ କରୁଛନ୍ତି କି ? ଦୁର୍ବଳ ଲାଗୁଛି କି ? ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । କାରଣ ଏସବୁ ଲକ୍ଷଣ ହୋଇପାରେ ସାଂଘାତିକ ରୋଗର କାରଣ । ପଢନ୍ତୁ ଏହି ଖବର

ଥକ୍କାପଣ ଓ ଦୁର୍ବଳତାକୁ ଆଦୌ କରନ୍ତୁନି ଅଣଦେଖା, ହୋଇପାରେ ଏହି ଗମ୍ଭୀର ରୋଗର କାରଣ
ଥକ୍କାପଣ ଓ ଦୁର୍ବଳତାକୁ ଆଦୌ କରନ୍ତୁନି ଅଣଦେଖା, ହୋଇପାରେ ଏହି ଗମ୍ଭୀର ରୋଗର କାରଣ (ETV Bharat)

ହାଇଦ୍ରାବାଦ: ବେଳେବେଳେ ଥକ୍କା ଲାଗିବା ସାଧାରଣ କଥା । ବିଶେଷକରି ଆଜିକାଲିର ବ୍ୟସ୍ତବହୁଳ ଜୀବନ ଓ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଥକ୍କାପଣ ଅନୁଭବ କରିବା ସ୍ବାଭାବିକ । ହେଲେ ବିନା କୌଣସି ପରିଶ୍ରମରେ କ୍ଲାନ୍ତ ହୋଇପଡିବା, ଦୁର୍ବଳ ଲାଗିବା କିମ୍ବା ବାରମ୍ବାର ଥକ୍କାପଣ ଅନୁଭବ କରିବା ଆଦୌ ସାଧାରଣ ନ ହୋଇପାରେ । ଅନେକ ସମୟରେ ଏହା କୌଣସି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ସଙ୍କେତ ଦେଇଥାଏ । ତେଣୁ ଏଥିପ୍ରତି ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ । ଥକ୍କା ଲାଗିବାର ଅନେକ କାରଣ ଥାଇପାରେ । ଯାହାକୁ ଅଣଦେଖା କରିବା ଦ୍ବାରା ଭବିଷ୍ୟତରେ ଅନେକ ସମସ୍ୟା ହୋଇପାରେ । ଥକ୍କାପଣର କାରଣଗୁଡିକୁ ଚିହ୍ନିବା ଓ ଏହାର ଚିକିତ୍ସା କରିବା ଦ୍ବାରା ଆପଣଙ୍କ ଜୀବନଶୈଳୀରେ ଉନ୍ନତି ଆସିପାରିବ ।

ଥକ୍କାପଣର କାରଣ ?

ନିଦ୍ରା ସମସ୍ୟା: ସୁସ୍ଥ ଜୀବନ ପାଇଁ ପର୍ଯ୍ୟାପ୍ତ ନିଦ ଜରୁରୀ । ଭଲ ନିଦ ନହେବା ବା ନିଦ୍ରାହୀନତା ଥକ୍କାପଣ ଓ ଦୁର୍ବଳତାର କାରଣ ହୋଇପାରେ । ଶରୀରକୁ ସକ୍ରିୟ ରଖିବା ପାଇଁ ପର୍ଯ୍ୟାପ୍ତ ଓ ଆରମଦାୟକ ନିଦ ଅତ୍ୟନ୍ତ କରିବା ଗୁରୁତ୍ବପୂର୍ଣ୍ଣ । ଦୈନିକ 8 ଘଣ୍ଟା ଶୋଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି ।

ଅସ୍ବାସ୍ଥ୍ୟକର ଜୀବନଶୈଳୀ: ଖରାପ ଖାଦ୍ୟାଭାସ ଓ ଯୋଗ, ବ୍ୟାୟାମର ଅଭାବ ମଧ୍ୟ ଥକ୍କାପଣର କାରଣ ହୋଇଥାଏ । ଏଥିପାଇଁ ଅନେକ ସମୟରେ ଆମେ ଖୁବ୍ ଦୁର୍ବଳ ଓ କ୍ଲାନ୍ତ ଅନୁଭବ କରୁ । ଏକ ସନ୍ତୁଳିତ ଖାଦ୍ୟ ସହିତ ନିୟମିତ ଶାରିରୀକ କାର୍ଯ୍ୟକଳାପ ମଣିଷକୁ ସୁସ୍ଥ ଓ ସକ୍ରିୟ ରଖିଥାଏ ।

ଶାରିରୀକ ଓ ମାନସିକ ଚାପ: ଅଧିକ କାର୍ଯ୍ୟବ୍ୟସ୍ତତା, ଚିନ୍ତା, ବିଷାଦ ଆଜିକାଲି ଏକ ମୁଖ୍ୟ ସମସ୍ୟା ହୋଇଛି । ଏହା ମଧ୍ୟ ଥକ୍କାପଣ ଓ ଦୁର୍ବଳତାର କାରଣ ହୋଇପାରେ । ତେଣୁ ସବୁବେଳେ ଖୁସି ରହିବାକୁ ଚେଷ୍ଟା କରନ୍ତୁ ।

ହରମୋନ ପରିବର୍ତ୍ତନ: ଋତୁସ୍ରାବ, ଗର୍ଭଧାରଣ ସମୟରେ ହରିମୋନାଲ ପରିବର୍ତ୍ତନ ଶରୀରର ଶକ୍ତିସ୍ତରକୁ ପ୍ରଭାବିତ କରିଥାଏ ଓ ଏହା କାରଣରୁ ଥକ୍କାପଣ ଅନୁଭବ ହୋଇଥାଏ ।

ଅସୁସ୍ଥତା: ଜ୍ବର, କୋଭିଡ-19 ପରି ଭଳି ରୋଗ ଲମ୍ବା ସମୟ ପର୍ଯ୍ୟନ୍ତ ଥକ୍କାପଣର କାରଣ ହୋଇପାରେ । ରକ୍ତହୀନତା ଯୋଗୁଁ ଦୁର୍ବଳ ଲାଗିବା ସହିତ ନିଦ୍ରାହୀନତା ସମସ୍ୟା ଦେଖାଯାଇଥାଏ । ଫଳରେ ଥକ୍କାପଣ, ମାନ୍ଦା ଅନୁଭବ ହୋଇଥାଏ । ଏସବୁ ଆମର ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥାଏ ।

ଏହା ମଧ୍ୟ ପଢନ୍ତୁ: ବ୍ରଣ ସମସ୍ୟାକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଟିପ୍ସ, ବ୍ରଣ କହିବ ବାଏ ବାଏ - Acne prevention tips

ଏହିସବୁ ରୋଗର ହୋଇପାରେ ଲକ୍ଷଣ:

ଶରୀରରେ ଆଇରନ ଅଭାବ: ଅତ୍ୟଧିକ ଥକ୍କାପଣ ଅନୁଭବ ହେବା, ହୃଦସ୍ପନ୍ଦନ ବଢିବା, ନିଶ୍ବାସ ପ୍ରଶ୍ବାସରେ ଯନ୍ତ୍ରଣା ହେବା ଏବଂ ସ୍କିନ ଫିକା ପଡିବା ଇତ୍ୟାଦି ଆଇରନର ଅଭାବ ହୋଇପାରେ ।

ମଧୁମେହ: ବର୍ତ୍ତମାନ ସମୟରେ ମଧୁମେହ ବା ଡାଇବେଟିସ୍ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ପାଲଟିଛି । ପ୍ରତି ଘରେ ଘରେ ମଧୁମେହ ରୋଗୀ ଅଛନ୍ତି । ଏହି ରୋଗ ହେଲେ ଅଧିକ ଶୋଷ ଲାଗିବା, ବାରମ୍ବାର ପରିସ୍ରା ଲାଗିବା ଏବଂ ଅକାରଣରେ ଓଜନ ହ୍ରାସ ସହିତ ଖୁବ୍ ଥକ୍କା ଅନୁଭବ ହୋଇଥାଏ ।

ଅତ୍ୟଧିକ ଥାଇରଏଡ: ଏହି ରୋଗୀମାନେ ଅଧିକ ଥକ୍କାପଣ ଅନୁଭବ କରିବା ସଙ୍ଗେ ସଙ୍ଗେ ଖୁବ୍ ବିରକ୍ତିଭାବ ଆସିବା, ଚିଡଚିଡା ହେବା ଓ ଅଧିକ ଚିନ୍ତା କରିବା ଭଳି ସମସ୍ୟା ଭୋଗନ୍ତି । ଏହାସହିତ ମାଂଶପେଶୀ ଦୁର୍ବଳ ହୋଇଥାଏ ।

କ୍ଲୋନିକ ଫାଟିଗ୍ ସିଣ୍ଡ୍ରୋମ: ଏଥିରେ ଅତି କମରେ 3 ମାସ ପର୍ଯ୍ୟନ୍ତ ଅତ୍ୟଧିକ ଥକ୍କାପଣ ରହିଥାଏ । ଏଥିସହ ସ୍ମୃତିଶକ୍ତି ସମସ୍ୟା ଓ ଫ୍ଲୁ ଭଳି ସମସ୍ୟା ଦେଖାଯାଏ ।

କେମିତି ଦୂର କରିବେ ଥକ୍କାପଣ ?

ଏକ ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ: କୁହାଯାଏ ସ୍ବାସ୍ଥ୍ୟ ହିଁ ସମ୍ପଦ । ଶରୀରର ସୁସ୍ଥ ରହିଲେ ମନ ମଧ୍ୟ ଭଲ ରହିଥାଏ । ଏଥିପାଇଁ ଏକ ସୁସ୍ଥ ଜୀବନଶୈଳୀ ନିହାତି ଜରୁରୀ । ଶରୀରକୁ ସବୁବେଳେ ଆକ୍ଟିଭ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ନିଜର ଦିନଚର୍ଯ୍ୟାରେ ସାମିଲ କରନ୍ତୁ ।

ପର୍ଯ୍ୟାପ୍ତ ସମୟ ଶୁଅନ୍ତୁ: ପ୍ରତ୍ୟେକ ମଣିଷ ପାଇଁ ଅତିକମରେ 6ରୁ 9 ଘଣ୍ଟା ନିଦ୍ରା ଜରୁରୀ । ତେଣୁ ରାତିରେ ପର୍ଯ୍ୟାପ୍ତ ସୁଖ ନିଦ ପାଇଁ ଚେଷ୍ଟା କରନ୍ତୁ ।

ଆରାମଦାୟକ ନିଦ୍ରା ମାହୋଲ ବନାନ୍ତୁ: ଏହା ଦେଖନ୍ତୁ, ଯେମିତି ଆପଣଙ୍କର ବେଡ୍‌ରୁମ ଶୋଇବା ଅନୁକୂଳ, ଥଣ୍ଡା, ଶାନ୍ତ, ଅନ୍ଧାର ଓ ଆରାମଦାୟକ ହୋଇଥିବ ।

ନିଦ ଖରାପ କରୁଥିବା ସବୁ ଜିନିଷରୁ ଦୂରେଇ ରୁହନ୍ତୁ: ମଦ୍ୟପାନ ଓ ଧୂମ୍ରପାନ ସୀମିତ କରନ୍ତୁ । ଯେତେସମ୍ଭବ ଏଭଳି ମାଦକଦ୍ରବ୍ୟରୁ ଦୂରେଇ ରୁହନ୍ତୁ । ଏଥିସହ ଶୋଇବା ପୂର୍ବରୁ ମୋବାଇଲ, କମ୍ୟୁଟର ବ୍ୟବହାର କରିବା ବନ୍ଦ କରନ୍ତୁ ।

ଯଦି ଆପଣଙ୍କୁ କୌଣସି ସ୍ପଷ୍ଟ କାରଣ ବିନା ବାରମ୍ବାର ଥକ୍କା ଓ ଦୁର୍ବଳ ଅନୁଭବ ହେଉଛି, ତାହେଲେ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।

Ref- https://www.nhs.uk/conditions/tiredness-and-fatigue/

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.