ETV Bharat / health

ଆଖି ତଳ କାଳଦାଗ ନେଇ ଚିନ୍ତିତ କି ? ଫଲୋ କରନ୍ତୁ ଏହି ଟିପ୍ସ - Eye Dark Circles

author img

By ETV Bharat Health Team

Published : Sep 6, 2024, 12:09 PM IST

Dark Circles Under Eyes: ଆଖି ତଳ କାଳଦାଗକୁ ନେଇ ଚିନ୍ତିତ କି ? ଅନେକ ଲୋକ ଭାବନ୍ତି, ଯଥେଷ୍ଟ ନିଦର ଅଭାବ ଓ ଅବସାଦ କାରଣରୁ ଏହି ସମସ୍ୟା ହୁଏ । ହେଲେ ଡାକ୍ତରଙ୍କ କହିବା କଥା, ଏହାବ୍ୟତୀତ ଅନ୍ୟ କିଛି କାରଣରୁ ବି କଳାଦାଗ ଆସିପାରେ । ତେବେ କ'ଣ ସେସବୁ କାରଣ ଓ କେମିତି ଏହାକୁ ଦୂର କରିବେ ? ପଢନ୍ତୁ

ଆଖି ତଳ କାଳଦାଗ ନେଇ ଚିନ୍ତିତ କି ? ଫଲୋ କରନ୍ତୁ ଏହି ଟିପ୍ସ
ଆଖି ତଳ କାଳଦାଗ ନେଇ ଚିନ୍ତିତ କି ? ଫଲୋ କରନ୍ତୁ ଏହି ଟିପ୍ସ (ETV Bharat)

ହାଇଦ୍ରାବାଦ: ଆପଣଙ୍କ ଆଖି ତଳେ କଳାଦାଗ ଅଛି କି ? ସାଧାରଣତଃ ଠିକ୍ ଭାବେ ନ ଶୋଇବା, ଚିନ୍ତା ଓ ଅବସାଦ ଯୋଗୁଁ ଏହି ସମସ୍ୟା ହେଉଥିବା କୁହାଯାଏ । ଆଖି ତଳ କଳାଦାଗକୁ ନେଇ ଖାସ୍ କରି ଯୁବତୀମାନେ ବେଶ୍ ଚିନ୍ତିତ ହୋଇପଡିଥାନ୍ତି । ଚେହେରା ଯେତେ ସୁନ୍ଦର ହୋଇଥାଉ ନା କାହିଁକି, ଏହି ଦାଗ ସୁନ୍ଦରତା ଫିକା କରିଦିଏ । କଳାଦାଗ ଦୂର କରିବାକୁ ସେମାନେ ଘରେ ବିଭିନ୍ନ ଉପଚାର କରନ୍ତି, ନାନା କ୍ରିମ ଲଗାନ୍ତି । ତେବେ କେବଳ ନିଦର ଅଭାବ କିମ୍ବା ଅବସାଦ ପାଇଁ ଏହି ସମସ୍ୟା ହୁଅନି, ଏହାର ଆହୁରି ଅନେକ କାରଣ ଥାଇପାରେ ।

ଡାକ୍ତର ପି.ଏଲ ଚନ୍ଦ୍ରାବତୀଙ୍କ କହିବା କଥା, ଆଖିରେ ସଂକ୍ରମଣ ହେଲେ, ଏନିମିଆ, ଭିଟାମିନର ଅଭାବ, ତ୍ବଚା ରୋଗ, ବାରମ୍ବାର ଡିହାଇଡ୍ରେସନ ପ୍ରଭୃତି କାରଣରୁ ବି ଆଖି ତଳେ କଳା ପଡିପାରେ । ତେବେ ଜାଣନ୍ତୁ ଏହାକୁ ଦୂର କରିବାକୁ କ'ଣ କରିବେ ?

ଆଖି ତଳେ କଳାଦାଗର କାରଣ:

  • ରାତିରେ ଠିକ୍ ଭାବେ ନିଦ ନ ହେବା
  • ଏନିମିଆ ସମସ୍ୟା
  • ଆଖି ପାଖରେ କୁଣ୍ଡେଇ ହେବା ବା ଆଲର୍ଜି
  • ଆଖିର ସ୍କିନ ପତାଳା ହେବା
  • ଅଧିକ ସମୟ ପଢିବା, ଟିଭି ଦେଖିବା
  • ଅତ୍ୟଧିକ କମ୍ପ୍ୟୁଟର ଓ ସ୍ମାର୍ଟଫୋନ ବ୍ୟବହାର
  • ଧୂମ୍ରପାନ ଓ ମଦପାନ କିମ୍ବା ବଂଶାନୁଗତ କାରଣ
  • ଖରାରେ ଅଧିକ ସମୟ ଏକ୍ସରସାଇଜ କରିବା

କେମିତି ଦୂର କରିବେ କଳାଦାଗ:

ଆଖି ତଳେ କଳାଦାଗ ଦୂର କରିବା ପାଇଁ ଅନେକ ଲୋକ ବଜାରରୁ ବିଭିନ୍ନ କ୍ରିମ ଓ ଲୋସନ ଆଣି ଲଗାନ୍ତି । ହେଲେ ଏନେଇ ଏକ୍ସପର୍ଟଙ୍କ କହିବା କଥା, ଫସଫୋରିକ ଏସିଡ୍ ଓ ଆର୍ବୁଟିନ ଯୁକ୍ତ କ୍ରିମ ବ୍ୟବହାର କଲେ ଅଧିକ ଫାଇଦା ମିଳିପାରିବ । ଏହାବ୍ୟତୀତ ଆପଣ କିଛି ସାବଧାନତା ଅବଲମ୍ବନ କରି ବି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଯେମିତିକି-

  • ମାନସିକ ଚାପ ଓ ଅବସାଦ କମ୍ କରନ୍ତୁ
  • ଆଖିକୁ ବାରମ୍ବାର ରଗଡନ୍ତୁ ନାହିଁ
  • ଚଷମା ପିନ୍ଧି ବାହାରକୁ ଯାଆନ୍ତୁ
  • ଆଖିରେ ଗୋଲାପ ପାଖୁଡା ରସ ଲଗାନ୍ତୁ
  • କଳାଦାଗ ସ୍ଥାନରେ ତରଭୁଜ ଓ ଷ୍ଟ୍ରବେରୀ ରସ ଲଗାନ୍ତୁ
  • ଆଳୁ ଓ ପାଳଙ୍ଗକୁ ପତାଳା ପତାଳା କାଟି ଆଖି ଉପରେ ରଖନ୍ତୁ
  • ଡ୍ରାଏ ସ୍କିନ ଥିବା ଲୋକେ ମଇଶ୍ଚରାଇଜର ବ୍ୟବହାର କରିପାରିବେ

ଏକ୍ସପର୍ଟଙ୍କ କହିବା କଥା, ଆଖି କଳାଦାଗ ଭଲ କରିବାକୁ ଅନେକ ଉପଚାର ରହିଛି । ସର୍ଜରୀ ଓ ଲେଜର ଟ୍ରିଟମେଣ୍ଟ ଭଳି ଉପଚାର ମଧ୍ୟ ଉପଲବ୍ଧ ହେଉଛି । ଡାକ୍ତର କହିଛନ୍ତି ଯେ, ଆଖିର ଆଲର୍ଜକୁ ଅବହେଳା କରିବା ଉଚିତ୍ ନୁହେଁ ଓ ଏହାର ଚିକିତ୍ସା କରିବା ଜରୁରୀ । ଖରା କାରଣରୁ ଡାର୍କ ସର୍କଲ ଆସୁଥିଲେ ଘରୁ ବାହାରିବା ସମୟରେ ଚଷମା ଓ ଟୋପି ପିନ୍ଧିବାକୁ ପରାମର୍ଶ ଦିଆଯାଏ ।

ଏହା ମଧ୍ୟ ପଢନ୍ତୁ: କୋଷ୍ଠକାଠିନ୍ୟ ସମସ୍ୟା ଅଛି କି ? କରନ୍ତୁ ଏହି ଉପାୟ, ଚୁଟକିରେ ସଫା ହେବ ପେଟ - Constipation Cause Treatments

ଏହା ମଧ୍ୟ ପଢନ୍ତୁ: ଚା' ଓ କଫି ମଧ୍ୟରୁ ଶରୀର ପାଇଁ କେଉଁଟା ଭଲ ? ଜାଣନ୍ତୁ କ'ଣ କୁହନ୍ତି ଏକ୍ସପର୍ଟ - which is less better Tea or Coffee

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.