ETV Bharat / technology

Save Electricity Save Money: ଆଉ ଆସିବନି ଅଧିକ ବିଦ୍ୟୁତ ବିଲ୍‌; ଫଲୋ କରନ୍ତୁ ଏହି ଟିପ୍ସ - How To Reduce Home Electricity Bill

author img

By ETV Bharat Tech Team

Published : Sep 6, 2024, 11:27 AM IST

HOW TO SAVE MONEY ON ELECTRICITY: ଆପଣଙ୍କ ବିଦ୍ୟୁତ ବିଲ୍‌ ଅଧିକ ଆସୁଛି କି ? କିଛି ଟିପ୍ସ ରହିଛି ଯାହାକୁ ଅନୁସରଣ କଲେ ଆପଣ ଏଥିରୁ ମୁ୍କ୍ତି ପାଇପାରିବେ । ଇଲେକ୍ଟ୍ରି ବିଲ୍‌ ଉପରେ ଆପଣ ଟଙ୍କା ସଞ୍ଚୟ କରିପାରିବେ । ଅଧିକ ପଢନ୍ତୁ

HOW TO SAVE MONEY ON ELECTRICITY
HOW TO SAVE MONEY ON ELECTRICITY (ETV Bharat Tech Team)

ହାଇଦ୍ରାବାଦ: ଦେଶରେ ବିଦ୍ୟୁତ ବ୍ୟବହାର ଡିମାଣ୍ଡ ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଏପରି ସ୍ଥିତିରେ ବିଦ୍ୟୁତ ବଞ୍ଚାଇବା ମଧ୍ୟ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ । ଅଯଥା ବିଦ୍ୟୁତ ବ୍ୟୟ କରିବା ଉଚିତ ନୁହେଁ । ଫଳରେ ଆମର ଆଗାମୀ ପିଢିଙ୍କୁ ଏଥିପ୍ରତି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ଯେପରି ନ ପଡେ । ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି । ଫଳରେ ବିଦ୍ୟୁତ ବିଲ୍‌ ଅଧିକ ଆସିବା ସତ୍ତ୍ବେ ଲୋକେ ବାଧ୍ୟ ହୋଇ ଫ୍ୟାନ ବା ଏସି ଅନବରତ ବ୍ୟବହାର କରୁଛନ୍ତି । ତେବେ ଏପରି ସ୍ଥଳେ ଆପଣ କଣ କରିବେ ? କିପରି ଇଲେକ୍ଟ୍ରି ବିଲ୍‌କୁ କମ କରି ଅର୍ଥ ସଞ୍ଚୟ କରିପାରିବେ । ଆଜି ଆମେ ଆପଣଙ୍କୁ ଏ ସମ୍ପର୍କରେ କହିବାକୁ ଯାଉଛି ।

ପାରମ୍ପରିକ ଇନକାଣ୍ଡେସେଣ୍ଟ ବଲ୍‌ବ
ପାରମ୍ପରିକ ଇନକାଣ୍ଡେସେଣ୍ଟ ବଲ୍‌ବ (X)

LED ଲାଇଟ୍‌ ବ୍ୟବହାର କରନ୍ତୁ:- ପାରମ୍ପରିକ ଇନକାଣ୍ଡେସେଣ୍ଟ ବଲ୍‌ବ ବ୍ୟବହାରରୁ ଦୂରେଇ ରୁହନ୍ତୁ । ଏହା ଅଧିକ ବିଦ୍ୟୁତ ଖର୍ଚ୍ଚ କରିଥାଏ । ଏଣୁ ଆପଣ ଏହା ପରିବର୍ତ୍ତେ LED ଲାଇଟ୍‌ର ବ୍ୟବହାର କରିପାରିବେ । ଏଲଇଡି ବଲ୍‌ବରେ କମ ବିଦ୍ୟୁତ ଖର୍ଚ୍ଚ ହେଉଥିବାରୁ ବିଲ୍‌ ମଧ୍ୟ କମ ଆସିଥାଏ । ପାରମ୍ପରିକ ହଳଦିଆ ଲାଇଟ୍‌ ତୁଳନାରେ ଏଲଇଡି ଲାଇଟ୍‌ 90% କମ ଶକ୍ତିର ଉପଯୋଗ କରିଥାଏ ।

ବିଦ୍ୟୁତ୍‌ ଉପକରଣକୁ Unplug କରନ୍ତୁ
ବିଦ୍ୟୁତ୍‌ ଉପକରଣକୁ Unplug କରନ୍ତୁ (X)

ବିଦ୍ୟୁତ୍‌ ଉପକରଣକୁ Unplug କରନ୍ତୁ:- ଶକ୍ତି ବ୍ୟବହାର ହ୍ରାସ କରିବାକୁ ଆପଣ ମୋବାଇଲ ଚାର୍ଜର, ଟିଭି, କମ୍ପ୍ୟୁଟର ଓ ଅନ୍ୟ ବୈଦ୍ୟୁତିକ ଉପକରଣର ପ୍ଲଗକୁ ବ୍ୟବହାର ପରେ ବାହାର କରିଦିଅନ୍ତୁ । ଅନେକ ସମୟରେ ମୋବାଇଲ ଚାର୍ଜ ହେବା ପରେ ଏହାର ଚାର୍ଜର ସେପରି ପ୍ଲଗ ହୋଇ ରହିଥାଏ । ଆପଣ ସ୍ବିଚ ଅଫ୍‌ ନ କଲେ ଏଥିରେ ବିଦ୍ୟୁତ ପ୍ରବାହିତ ହୋଇଥାଏ, ଯାହାଦ୍ବାରା ଶକ୍ତିର ଉପଯୋଗ ହୁଏ । ଏଣୁ ଆପଣ ଏହାକୁ ବ୍ୟବହାର ପରେ ଅନପ୍ଲଗ୍‌ କରିବା ଆବଶ୍ୟକ ।

ଅତ୍ୟଧିକ AC ବ୍ୟବହାରରୁ ଦୂରେଇ ରୁହନ୍ତୁ:- ଯଦି ଆପଣଙ୍କ ଘରେ ଏସି ଅଛି ତେବେ ସବୁ ଋତୁରେ ଏହାକୁ ବ୍ୟବହାର କରନ୍ତୁ ନାହିଁ । କାରଣ ପରବର୍ତ୍ତୀ ସମୟରେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ ଏବଂ ଆପଣଙ୍କୁ ଅଧିକ ଗରମ ଲାଗିଥାଏ । ଏଣୁ ଘରେ ୟଦି ଏସି ଅଛି କେବଳ ଅତ୍ୟଧିକ ଗରମ ଓ ଗ୍ରୀଷ୍ମ ଋତୁରେ ଏହାକୁ ବ୍ୟବହାର କରିବା ଉଚିତ । କାରଣ ଏସି ବ୍ୟବହାର ଦ୍ବାରା ଅଧିକ ବିଦ୍ୟୁତ ବିଲ୍‌ ଆସିଥାଏ ।

ପୁରୁଣା ବୈଦ୍ୟୁତିକ ଉପକରଣକୁ ହଟାନ୍ତୁ:- କୌଣସି ବୈଦ୍ୟୁତିକ ଉପକରଣ ଅଧିକ ପୁରୁଣା ହୋଇଗଲା ପରେ ଏହା ଅତ୍ୟଧିକ ବିଦ୍ୟୁତର ଆବଶ୍ୟକ କରିଥାଏ । ଏଣୁ ବିଦ୍ୟୁତ ବଞ୍ଚାଇବାକୁ ଚାହୁଁଥିଲେ ଏପରି ଉପକରଣଗୁଡ଼ିକୁ ହଟାଇ ଦିଅନ୍ତୁ । ନୂଆ ଉପକରଣ ଆଣିବା ଦ୍ବାରା ଆପଣ ଶକ୍ତି ବଞ୍ଚାଇପାରିବେ ।

ପଢନ୍ତୁ ଅନ୍ୟ କିଛି ଖବର

Flipkart Big Billion Days sale: ସେପ୍ଟେମ୍ବର ଏହି ତାରିଖରୁ ଆରମ୍ଭ ଫ୍ଲିପକାର୍ଟ ସେଲ୍‌; ମିଳିବ 80% ଡିସକାଉଣ୍ଟ

Safety Gadgets: ମହିଳାଙ୍କୁ ସୁରକ୍ଷିତ ରଖିବ ଏହି ଗ୍ୟାଜେଟ୍‌; ବିପଦ ଆସିବା ପୂର୍ବରୁ ଜାଣିନିଅନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.