ETV Bharat / health

କାହିଁକି ହୁଏ ବ୍ରେନ ଟ୍ୟୁମର, ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ - BRAIN TUMOR

ବ୍ରେନ ଟ୍ୟୁମର ହେଲେ କିଛି ଲକ୍ଷଣ ଦେଖାଯାଏ । କିନ୍ତୁ ଅଧିକାଂଶ ଲୋକ ଏହାକୁ ସାଧାରଣ ଭାବି ଅଣଦେଖା କରିଥାନ୍ତି, ଯାହା ଖୁବ୍ ବିପଜ୍ଜନକ ହୋଇଥାଏ ।

କାହିଁକି ହୁଏ ବ୍ରେନ ଟ୍ୟୁମର, ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ
କାହିଁକି ହୁଏ ବ୍ରେନ ଟ୍ୟୁମର, ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ (ETV Bharat)
author img

By ETV Bharat Health Team

Published : Dec 21, 2024, 5:51 PM IST

ବ୍ରେନ ଟ୍ୟୁମର ଏକ ଗମ୍ଭୀର ରୋଗ ଅଟେ । ଏଥିରେ ମସ୍ତିଷ୍କ କୋଷିକାଗୁଡିକ ଅସ୍ବାଭାବିକ ବୃଦ୍ଧି ପାଇଥାଏ । ବୟସ୍କଙ୍କଠାରୁ ନେଇ ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଲୋକଙ୍କୁ ଏହି ରୋଗ ହୋଇପାରେ । ବ୍ରେନ ଟ୍ୟୁମର ହେଲେ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ । ଏବେ ସମଗ୍ର ବିଶ୍ବର ଏହି ଟ୍ୟୁମର ମାମଲା ବଢି଼ ଚାଲିଛି । ତେବେ ଅନେକ ଲୋକ ବ୍ରେନ ଟ୍ୟୁମର ଲକ୍ଷଣକୁ ସାଧାରଣ ଭାବି ଅବହେଳା କରିଥାନ୍ତି । ଯାହାଫଳରେ ଟ୍ୟୁମର ବୃଦ୍ଧି ପାଇ ଗୁରୁତର ହୋଇଯାଏ ।

ବ୍ରେନ ଟ୍ୟୁମର ଦୁଇ ପ୍ରକାରର କ୍ୟାନ୍ସର ବ୍ରେନ ଟ୍ୟୁମର ଓ ବିନା କ୍ୟାନ୍ସରର ବ୍ରେନ ଟ୍ୟୁମର । କ୍ୟାନ୍ସର ବ୍ରେନ ଟ୍ୟୁମର ମସ୍ତିଷ୍କରେ ବିକାଶ ହୋଇ ଧୀରେ ଧୀରେ ଅନ୍ୟ ଭାଗକୁ ବ୍ୟାପିଥାଏ । ଚିକିତ୍ସା ପରେ ଏହା ପୁଣିଥରେ ହେବାର ସମ୍ଭାବନା ରହିଥାଏ । ତେବେ ସମସ୍ତ ବ୍ରେନ ଟ୍ୟୁମର କ୍ୟାନ୍ସର ହୋଇନଥିଲା ।

ବିନା କ୍ୟାନ୍ସରର ଟ୍ୟୁମର ଧୀର ଧୀରେ ବିକାଶିତ ହୋଇଥାଏ । ଏହାର ଚିକିତ୍ସା କରାଯିବା ପରେ ପୁଣି ଥରେ ଟ୍ୟୁମର ହେବାର ସମ୍ଭାବନା କମ୍ ଥାଏ ।

ବ୍ରେନ ଟ୍ୟୁମର ଲକ୍ଷଣ:

  • ବାରମ୍ବାର ମୁଣ୍ଡବିନ୍ଧା ହେବା
  • ଝାପ୍‌ସା ଦେଖାଯିବା
  • ଦୂରଦୃଷ୍ଟି ଦୁର୍ବଳ ହେବା
  • ସ୍ମରଣ ଶକ୍ତି କମିବା
  • ନିଦ୍ରା ସମସ୍ୟା
  • ଦୈନିକ ଗତିବିଧିରେ ପରିବର୍ତ୍ତନ
  • ଥକ୍କାପଣ ଅନୁଭବ
  • ବୁଝିବା ଓ ଭାବିବା କ୍ଷମତା କମିବା
  • ବାନ୍ତି ଲାଗିବା/ବାନ୍ତି ହେବା

ଯଦି ଏହିସବୁ ସମସ୍ୟା ନିୟମିତ ଦେଖାଯାଉଛି ତେବେ ଆଦୌ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବ୍ରେନ ଟ୍ୟୁମରର ବିଭିନ୍ନ କାରଣ ହୋଇପାରେ, ଯେପରିକି:-

ଡିଏନଏରେ ପରିବର୍ତ୍ତନ: ମସ୍ତିଷ୍କ କିମ୍ବା ଏହାର ଆଖପାଖ କୋଷିକାର ଡିଏନଏ ପରିବର୍ତ୍ତନ ହେଲେ ବ୍ରେନ ଟ୍ୟୁମର ହୋଇଥାଏ । ଏହି ପରିବର୍ତ୍ତିତ କୋଷିକା ତୀବ୍ର ଭାବେ ବଢିବାକୁ ଲାଗିଥାଏ ।

ରେଡିଏସନର କୁପ୍ରଭାବ: କୌଣସି ବ୍ୟକ୍ତି ଆୟୋନାଇଜିଂ ରେଡିଏସନ ସମ୍ପର୍କରେ ଆସିଲେ ବ୍ରେନ ଟ୍ୟୁମର ଆଶଙ୍କା ବଢିଥାଏ ।

ଆନୁବଂଶିକ: ଯଦି ପରିବାରରେ ପୂର୍ବରୁ କୌଣସି ସଦସ୍ୟଙ୍କୁ ବ୍ରେନ ଟ୍ୟୁମର ହୋଇଛି ତେବେ ଅନ୍ୟ ସଦସ୍ୟଙ୍କୁ ଏହି ରୋଗ ହେବାର ସମ୍ଭାବନା ଥାଏ ।

ଏଚଆଇଭି ବା ଏଡସ୍: ଯଦି ଆପଣଙ୍କ ଏଚଆଇଭି -ଏଡସ୍ ଥାଏ, ତେବେ ଅନ୍ୟ ଲୋକଙ୍କ ତୁଳନାରେ ଆପଣଙ୍କୁ ବ୍ରେନ ଟ୍ୟୁମର ହେବାର ଆଶଙ୍କା ଅଧିକ ।

ଅସ୍ବାସ୍ଥ୍ୟକର ଲାଇଫଷ୍ଟାଇଲ: ଅତ୍ୟଧିକ ଧୂମପାନ କରିବା, ବ୍ୟାୟାମ ନକରିବା ଓ ଖରାପ ଖାଦ୍ୟାଭ୍ୟାସ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ ସେବନ ଇତ୍ୟାଦି ଖରାପ ଲାଇଫଷ୍ଟାଇଲ ଅଟେ । ଏହାଦ୍ବାରା ବ୍ରେନ ଟ୍ୟୁମର ଆଶଙ୍କା ବଢିଥାଏ ।

ବ୍ରେନ ଟ୍ୟୁମର ବଡ ହୋଇଥିଲେ ନ୍ୟୁରୋସର୍ଜନଙ୍କ ଦ୍ବାରା ଅପରେସନ କରିବାକୁ ପଡିଥାଏ ।

Ref- https://pmc.ncbi.nlm.nih.gov/articles/PMC10453020/

ଏହା ମଧ୍ୟ ପଢନ୍ତୁ: ପ୍ରସବ ପରର ଅବସାଦ କ'ଣ ? କିପରି ମୁକୁଳିବେ ମହିଳା, ପରାମର୍ଶ ଦେଲେ ଡାକ୍ତର - POSTPARTUM DEPRESSION

ଏହା ମଧ୍ୟ ପଢନ୍ତୁ: ବର୍ଷସାରା ଟ୍ରେଣ୍ଡିଂରେ ଥିଲା ଏହି ନାମ, ଫିଲ୍ମଷ୍ଟାରଠୁ ନେଇ କ୍ରିକେଟର କରିଥିଲେ ନାମକରଣ - TRENDING BABY NAMES

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.