ETV Bharat / health

ଫୋନଠୁ ଦୂରେଇ ରହିବାକୁ ଚାହୁଁଛନ୍ତି ହେଲେ ପାରୁନାହାନ୍ତି ? ଆପଣାନ୍ତୁ ଏହି ଟିପ୍ସ - Mobile Addiction

author img

By ETV Bharat Health Team

Published : Aug 25, 2024, 5:29 PM IST

Tips to get rid of phone addiction: ଆଜିକାଲି ଫୋନ ଏକ ନିଶା ପାଲଟିଛି । ଛୋଟଠୁ ବୁଢା ଯାଏଁ, ଯାହା ହାତରେ ଦେଖିବ ସ୍ମାର୍ଟଫୋନ । ଅତ୍ୟଧିକ ଫୋନ ବ୍ୟବହାର ଦ୍ବାରା ଆମର ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ବିଗିଡିବା ସହ ସାମାଜିକ ଜୀବନ ଉପରେ ମଧ୍ୟ ପ୍ରଭାବ ପଡୁଛି । ତେବେ କେମିତି ପାଇବେ ଏଥିରୁ ମୁକ୍ତି, ପଢନ୍ତୁ ଏହି ଖବର

ଫୋନଠୁ ଦୂରେଇ ରହିବାକୁ ଚାହୁଁଛନ୍ତି ହେଲେ ପାରୁନାହାନ୍ତି ? ଆପଣାନ୍ତୁ ଏହି ଟିପ୍ସ
ଫୋନଠୁ ଦୂରେଇ ରହିବାକୁ ଚାହୁଁଛନ୍ତି ହେଲେ ପାରୁନାହାନ୍ତି ? ଆପଣାନ୍ତୁ ଏହି ଟିପ୍ସ (ETV Bharat)

ହାଇଦ୍ରାବାଦ: ଆଜିର ଡିଜିଟାଲ ଯୁଗରେ ମୋବାଇଲ ଫୋନ ଆମ ଜୀବନର ଏକ ଅଭିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଛୋଟଠୁ ବୁଢା, ସମସ୍ତଙ୍କ ହାତରେ ସ୍ମାର୍ଟଫୋନ । ରାତିରେ ଶୋଇବା ପୂର୍ବର ଓ ସକାଳୁ ଉଠିବା ପରେ ସମସ୍ତଙ୍କର ଖୋଜାପଡେ ମୋବାଇଲ । ଏମିତିକି ମୋବାଇଲ ବିନା ଗୋଟିଏ ଦିନ କ'ଣ ଗୋଟିଏ ଘଣ୍ଟା ମଧ୍ୟ କାଟିବା ଅନେକଙ୍କ ପାଇଁ ମୁସ୍କିଲ ଲାଗେ । ଧୀରେ ଧୀରେ ଏହା ନିଶାରେ ବଦଳିବାରେ ଲାଗିଲାଣି । ଆଉ ଏହି ମୋବାଇଲ ନିଶାରେ ଛୋଟପିଲାଠୁ ନେଇ ଯୁବବର୍ଗ ଓ ବୟସ୍କ ଯାଏଁ ସମସ୍ତେ ବାୟା ।

ନୂଆଦିଲ୍ଲୀର ମାନସିକ ରୋଗ ବିଶେଷଜ୍ଞ ଆଶିଷ ସିଂ କହିଛନ୍ତି, ତାଙ୍କ ରୋଗୀଙ୍କ ଭିତରେ ଏମିତି ଲୋକଙ୍କ ସଂଖ୍ୟା ଖୁବ୍ ଅଧିକ ଯେଉଁମାନେ ଫୋନ ଆଡିକ୍ସନ କାରଣରୁ ମାନସିକ ସମସ୍ୟା ଦେଇ ଗତି କରୁଛନ୍ତି । ଫୋନ ନିଶା ଆମର ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇବା ସହ ଆମର ଜୀବନ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଉଛି । ଏହାର ପ୍ରଭାବ ଆମର ସାମାଜିକ, ପାରିବାରିକ ଜୀବନରେ ମଧ୍ୟ ପଡୁଛି । ତେଣୁ ଏହି ମୋବାଇଲ ନିଶାରୁ ମୁକୁଳିବାର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏଥିପାଇଁ ଆମକୁ ନିଜର କିଛି ଅଭ୍ୟାସ ବଦଳାଇବାକୁ ହେବ ଓ ଫୋନ ବ୍ୟବହାର କମାଇବାକୁ ପଡିବ । ବୁଝିବାକୁ ହେବ ଯେ, ଟେକ୍ନୋଲୋଜି ଆମ ପାଇଁ, ଆମ ଟେକ୍ନୋଲୋଜି ପାଇଁ ନୁହେଁ ।

ଅତ୍ୟଧିକ ଫୋନ ବ୍ୟବହାର କ୍ଷତିକାରକ:

ଡ. ଆଶିଷ ସିଂଙ୍କ କହିବା କଥା, ଫୋନ ଆମର ଉଭୟ ମାନସିକ ଓ ଶାରିରୀକ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ । ଦୀର୍ଘ ସମୟ ଧରି ଫୋନ ବ୍ୟବହାର କରିବା ଦ୍ବାରା ଆଖିରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ନିଦ୍ରାହୀନତା ଓ ଡିପ୍ରେସନ ଭଳି ସମସ୍ୟା ହୋଇପାରେ । ଆମର ସାମାଜିକ ଓ ପାରିବାରିକ ଜୀବନ ଉପରେ ବି ଖରାପ ପ୍ରଭାବ ପଡୁଛି । ଆମେ ନିଜ ସାଙ୍ଗସାଥି ଓ ସମ୍ପର୍କୀୟଙ୍କୁ ଭେଟି କଥାବାର୍ତ୍ତା କରିବା ବଦଳରେ ମେସେଜ୍ ଉପରେ ଅଧିକ ଧ୍ୟାନ ଦେଉଛେ । ସେହିପରି ପରିବାର ଲୋକଙ୍କ ସହ ବସି ଗପସପ କରିବା ପରିବର୍ତ୍ତେ ଫୋନରେ ବ୍ୟସ୍ତ ରହୁଛେ । ଫଳରେ ସମ୍ପର୍କରେ ଦୂରତା ଆସିଥାଏ ।

ଫୋନ ଆଡିକ୍ସନର କାରଣ

ବିଶେଷକରି ଯୁବପିଢିମାନଙ୍କୁ ଅଧିକ ଘାରିଛି ଫୋନ ନିଶା । ଏହାର ପ୍ରମୁଖ କାରଣ ହେଲା ସୋସିଆଲ ମିଡିଆ । ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ବାର୍ଟ୍ସଆପ ଭଳି ସୋସିଆଲ ମିଡିଆ ଆପରେ ଲୋକମାନେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି । ସବୁବେଳେ ଅପଡେଟ୍ ରହିବା, ରିଲ୍ସ ଦେଖିବା, ଲାଇକ୍ କମେଣ୍ଟ ଦେଖିବା ନିଶା ପାଲଟିଗଲାଣି । ସେହିପରି ଅନଲାଇନ ଗେମ୍ସ ମଧ୍ୟ ଅନ୍ୟ ଏକ କାରଣ । ଅନେକ ଲୋକ ଗେମ୍ ଖେଳିବାରେ ଏତେ ବ୍ୟସ୍ତ ରୁହନ୍ତି ଯେ, ତାଙ୍କର ଆଖପାଖରେ କ'ଣ ଘଟୁଛି ଜାଣିପାରନ୍ତି ନାହିଁ । ଏହାବ୍ୟତୀତ ପାଠପଢା ଓ କାମ ପାଇଁ ମଧ୍ୟ ଫୋନ ଏତେ ଜରୁରୀ ହୋଇଯାଇଛି ଯେ, ଚାହିଁଲେ ବି ଏହାଠୁ ଆମେ ଦୂରେଇ ପାରୁନାହାନ୍ତି ।

କେମିତି ଫୋନ ନିଶାରୁ ମିଳିବ ମୁକ୍ତି:

ଡ. ଆଶିଷ ସିଂ କହିଛନ୍ତି, ନିଜର ଅଭ୍ୟାସ ଓ ଦିନଚର୍ଯ୍ୟାରେ କିଛି ସାବଧାନତା ଅବଲମ୍ବନ କରିବା ଦ୍ବାରା ଏହି ଫୋନ ଆଡିକ୍ସନରୁ ମୁକ୍ତି ମିଳିପାରିବ । ଯେମିତିକି

  • ଫୋନ ବ୍ୟବହାର ପାଇଁ ଏକ ସମୟ ସୀମା ସ୍ଥିର କରନ୍ତୁ । ଖାଇବା ସମୟରେ, ଶୋଇବା ବେଳେ, ସାଙ୍ଗସାଥୀ ଓ ପରିବା ସହ ସମୟ ବିତାଇବା ବେଳେ ଏହାକୁ ବ୍ୟବହାର କରନ୍ତୁ ନାହିଁ ।
  • ସପ୍ତାହରେ ଗୋଟିଏ ଦିନ ବିନା ଫୋନ, ଲ୍ୟାପଟପ୍ ଓ ଅନ୍ୟ ଗ୍ୟାଜେଟସ୍ ବ୍ୟବହାର ନ କରିବାକୁ ଚେଷ୍ଟା କରନ୍ତୁ । ଏହି ଦିନ ଆପଣ ବହି ପଢନ୍ତୁ, ପ୍ରକୃତି ସହ ସମୟ ବିତାନ୍ତୁ ଓ ରିଲାକ୍ସ ରୁହନ୍ତୁ ।
  • ଫୋନରେ ବାରମ୍ବାର ଆସୁଥିବା ନୋଟିଫିକେସନ ଆମର ଧ୍ୟାନ ଭଙ୍ଗ କରିଥାଏ । ସେଥିପାଇଁ ଅନାବଶ୍ୟକ ନୋଟିଫିକେସନ ବନ୍ଦ କରନ୍ତୁ, ଯାହାଫଳରେ ଆଉ ବାରମ୍ବାର ଫୋନ ଚେକ୍ କରିବେ ନାହିଁ ।
  • ଖାଲି ସମୟରେ ଫୋନ ବ୍ୟବହାର କରିବା ବଦଳରେ ଯୋଗ, ବ୍ୟାୟାମ, ପାଠପଢା, ଗୀତ ଶୁଣିବା ନଚେତ୍ ସାଙ୍ଗସାଥୀଙ୍କ ସହ ବିଭିନ୍ନ ଖେଳକୁଦ କରନ୍ତୁ ।
  • ନିଜର ଦିନଚର୍ଯ୍ୟାରେ ସମୟର ଠିକ୍ ପରିଚାଳନା କରନ୍ତୁ । ଏକ ଟାଇମ ଟେବୁଲ ବନାନ୍ତୁ ଏବଂ ଏହାକୁ ଅନୁସରଣ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ନିଜ ସମୟର ଠିକ୍ ଉପଯୋଗ କରିବାରେ ସହାୟତା ମିଳିବ ।

ଏହା ମଧ୍ୟ ପଢନ୍ତୁ: ଏସବୁ ବାସନରେ ରାନ୍ଧୁନାହାନ୍ତି ତ ଖାଦ୍ୟ ? ହୋଇପାରେ ହାନିକାରକ - Best Utensils for Cooking

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.