ETV Bharat / health

କୋଷ୍ଠକାଠିନ୍ୟ ସମସ୍ୟା ଅଛି କି ? କରନ୍ତୁ ଏହି ଉପାୟ, ଚୁଟକିରେ ସଫା ହେବ ପେଟ - Constipation Cause Treatments

author img

By ETV Bharat Health Team

Published : Sep 6, 2024, 11:25 AM IST

Causes of constipation and treatments: କୋଷ୍ଠକାଠିନ୍ୟ ସମସ୍ୟା ଅଛି କି ? ଆପଣଙ୍କ ପେଟ ସଫା ହେଉନି ? ଏହାର ଅନେକ କାରଣ ଥାଇପାରେ । ଆପଣ କିଛି ଘରୋଇ ଉପଚାର ଆପଣାଇ ଏହି ସମସ୍ୟା ସହଜରେ ଦୂର କରିପାରିବେ । ପଢନ୍ତୁ ପୁରା ଖବର

କୋଷ୍ଠକାଠିନ୍ୟ ସମସ୍ୟା ଅଛି କି ? କରନ୍ତୁ ଏହି ଉପାୟ, ଚୁଟକିରେ ସଫା ହେବ ପେଟ
କୋଷ୍ଠକାଠିନ୍ୟ ସମସ୍ୟା ଅଛି କି ? କରନ୍ତୁ ଏହି ଉପାୟ, ଚୁଟକିରେ ସଫା ହେବ ପେଟ (CANVA)

ହାଇଦ୍ରାବାଦ: କୋଷ୍ଠକାଠିନ୍ୟ ବା ଝାଡା ସଫା ନହେବା ଏକ ସାଧାରଣ ସମସ୍ୟା । ଏହା ବିଶେଷ ବୃଦ୍ଧାବସ୍ଥାରେ ଦେଖାଯାଏ । ଆଜିକାଲିର ଖାଦ୍ୟପେୟ ଓ ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ଅଧିକାଂଶ ଲୋକେ ଏହି ସମସ୍ୟା ଭୋଗୁଛନ୍ତି । ଯଦି ସ୍ବାଭାବିକରୁ କମ୍ ମଳତ୍ୟାଗ ହୁଏ, ଏଥିପାଇଁ ଅଧିକ ସମୟ ଲାଗେ କିମ୍ବା ମଳ କଠିନ ହୁଏ, ତାହେଲେ ଆପଣଙ୍କ କୋଷ୍ଠକାଠିନ୍ୟ ହୋଇପାରେ । ପ୍ରାୟ ସମସ୍ତେ କେବେ ନା କେବେ କୋଷ୍ଠକାଠିନ୍ୟର ଅନୁଭବ କରିଥିବେ ।

ଖାଦ୍ୟପେୟରେ ପରିବର୍ତ୍ତନ କାରଣରୁ କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ । କୋଷ୍ଠକାଠିନ୍ୟ ପୀଡିତ ଲୋକଙ୍କୁ ମଳତ୍ୟାଗରେ ଅସୁବିଧା ହୁଏ । ଏହାଦ୍ବାରା ଉଚ୍ଚ ରକ୍ତଚାପ, ଆର୍ଥ୍ରାଇଟିସ୍ ଭଳି ଅନ୍ୟ ସମସ୍ୟା ବି ସୃଷ୍ଟି ହୋଇପାରେ । ଏହି କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଆୟୁର୍ବେଦ ଡାକ୍ତର ଏମ ରାଜଲକ୍ଷ୍ମୀ କିଛି ସହଜ ଘରୋଇ ଉପଚାର ଆପଣାଇବାକୁ ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ ଜାଣନ୍ତୁ କୋଷ୍ଠକାଠିନ୍ୟର ଲକ୍ଷଣ

କୋଷ୍ଠକାଠିନ୍ୟ ହେଲେ କଠିନ ମଳତ୍ୟାଗ ହୋଇଥାଏ । ଅଧିକାଂଶ ସମୟରେ ମଳ ଶୁଖିଲା ଓ କଠିନ ଥାଏ । ଯଦି ସପ୍ତାହରେ 3 ଥରରୁ କମ୍ ମଳତ୍ୟାଗ ହେଉଛି, ତାହେଲେ ଆପଣଙ୍କ କୋଷ୍ଠକାଠିନ୍ୟ ହୋଇପାରେ । ତେବେ ବିଭିନ୍ନ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମୟ ଭିନ୍ନ ଭିନ୍ନ । କିଛି ଲୋକ ଦିନକୁ ତିନି ଥର ମଳତ୍ୟାଗ କରନ୍ତି । ଆଉ କିଛି ଲୋକେ ସପ୍ତାହକୁ ମାତ୍ର କେଇ ଦିନ ମଳତ୍ୟାଗ କରିଥାନ୍ତି । ହେଲେ ସପ୍ତାହରେ 3 ଦିନରୁ ଅଧିକ ସମୟ ମଳତ୍ୟାଗ ନ ହେବା ଏକ ଲମ୍ବା ସମୟ । 3 ଦିନ ପରେ ମଳ କଠିନ ହୋଇଯାଏ ଓ ଏହାକୁ ତ୍ୟାଗ କରିବା ଖୁବ୍ ମୁସ୍କିଲ ହୋଇପଡେ ।

କୋଷ୍ଠକାଠିନ୍ୟ ଲକ୍ଷଣ:

  • ସପ୍ତାହରେ ତିନି ଥରରୁ କମ୍ ମଳତ୍ୟାଗ
  • ମଳ କଠିନ ହେବା
  • ମଳତ୍ୟାଗରେ ସମସ୍ୟା ହେବା
  • ପେଟ ଭଲ ଭାବେ ସଫା ନହେବା ଅନୁଭବ

କୋଷ୍ଠକାଠିନ୍ୟର କାରଣ କ'ଣ ?

ସାଧାରଣତଃ ବୟସ୍କଙ୍କ ମଧ୍ୟରେ କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ଦେଖାଯାଏ । ଖାଦ୍ୟପେୟ ଓ ବିଭିନ୍ନ ଔଷଧ ସେବନ ଯୋଗୁଁ ଏହା ହୋଇପାରେ । ବୃଦ୍ଧାବସ୍ଥାରେ ଏହା ଏକ ସାଧାରଣ ସମସ୍ୟା । ସଠିକ୍ ସତର୍କତା ଅବଲମ୍ବନ କଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ତେବେ କେବଳ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ କୋଷ୍ଠକାଠିନ୍ୟ ହୁଏନି, ବରଂ ଏହାର ଆହୁରି ଅନେକ କାରଣ ହୋଇପାରେ ।

  • ଷ୍ଟ୍ରୋକ, ପାର୍କିନସନ୍ସ ରୋଗ, ଓ ମେରୁଦଣ୍ଡରେ ଆଘାତ କୋଷ୍ଠକାଠିନ୍ୟର କାରଣ ହୋଇପାରେ ।
  • ପର୍ଯ୍ୟାପ୍ତ ମାତ୍ରାରେ ଫାଇବରଯୁକ୍ତ ଖାଦ୍ୟ ନ ଖାଇବା
  • ଅଧିକ ପାଣି ନ ପିଇବା, ବ୍ୟାୟାମ ନକରିବା
  • ଅଧିକ ଚା ଓ କଫି ସେବନ
  • ମଦ୍ୟପାନ ଓ ଧୂମ୍ରପାନ
  • ମାନସିକ ଚାପ ଓ ଅଶାନ୍ତି
  • ଅଧିକ ସମୟ ଯାତ୍ରା, ଠିକ୍ ସମୟରେ ନ ଖାଇବା
  • ଶୋଇବା ସମୟ ଠିକ୍ ନ ରହିବା
  • ହରମୋନ ଓ ମେଟାବୋଲିଜିମକୁ ପ୍ରଭାବିତ କରୁଥିବା ସ୍ଥିତି, ଯେପରି ଡାଇବେଟିସ୍ ବି କୋଷ୍ଠକାଠିନ୍ୟର କାରଣ ହୋଇପାରେ ।
  • ଅନ୍ୟ ମେଡିକାଲ ସ୍ଥିତି ଯେପରି ଟ୍ୟୁମର, ବ୍ଲକେଜ, ପେଲଭିକ ଫ୍ଲୋର ଓ ଗ୍ୟାସୋଇଣ୍ଟେଷ୍ଟାଇନାଲ ଡିସଅର୍ଡର

କୋଷ୍ଠକାଠିନ୍ୟର ଘରୋଇ ଉପଚାର:

ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ କ୍ଷୀରରେ 2 ଛୋଟ ଚାମଚ ଘିଅ ମିଶାଇ ପିଅନ୍ତୁ

ଗୋଟିଏରୁ ଦୁଇ ଛୋଟ ଚାମଚ ଭୁସି ପାଇଡରକୁ ଉଷୁମ ପାଣିରେ ମିଶାଇ ଶୋଇବା ପୂର୍ବରୁ ପିଅନ୍ତୁ

ଶୋଇବା ପୂର୍ବରୁ ଏକ ଛୋଟ ଚାମଚ ତ୍ରିଫଳା ଚୂର୍ଣ୍ଣ 100 ଏମଏଲ ଉଷୁମ ପାଣିରେ ମିଶାଇ ପିଅନ୍ତୁ

ଏକ ଗ୍ଲାସ ପାଣିରେ 20 ଖିସମିସ୍ 12 ଘଣ୍ଟା ଭିଜାଇ ରଖିବା ପରେ ପାଣି ସହ ସେବନ କରନ୍ତୁ (ଡାଇବେଟିସ୍ ରୋଗୀ ଏହାର ସେବନ କରନ୍ତୁ ନାହିଁ )

ଜୀବନଶୈଳୀରେ ପରିବର୍ତ୍ତନ:

  • ପ୍ରତିଦିନ ଅତିକମରେ 30 ମିନିଟ୍ ବୁଲାବୁଲି କରନ୍ତୁ
  • ସକାଳୁ ଉଠିବା ପରେ ଖାଲି ପେଟରେ 2 ଗ୍ଲାସ ଉଷୁମ ପାଣି ପିଅନ୍ତୁ
  • ଫାଇବାର ଯୁକ୍ତ ଖାଦ୍ୟ, ପନିପରିବା ଓ ଫଳ ଖାଆନ୍ତୁ । ସେଓ, କୋଳି, ବ୍ଲୁବେରୀ, ସବୁଜ ପତ୍ରଯୁକ୍ତ ପରିବା, ବ୍ଲୋକଲି, ଫୁଲକୋବି, ବିନ୍ସ, କଦଳୀ, କଖାରୁ, ବାଦାମ, ରୁଟି, ଓଟ୍ସ ଖାଇପାରିବେ ।
  • ଦୈନିକ 8ରୁ 10 ଗ୍ଲାସ ପାଣି ପିଅନ୍ତୁ
  • ଖାଦ୍ୟ ଖାଇବା ମଝିରେ ପାଣି ନ ପିଇବାକୁ ଚେଷ୍ଟା କରନ୍ତୁ
  • ଖାଦ୍ୟ ଖାଇବାର 30 ମିନିଟ ପରେ ଏକ ଗ୍ଲାସ ନଖ ଉଷୁମ ପାଣି ପିଅନ୍ତୁ
  • ଖାଇ ସାରିବା ପରେ ଅତିକମରେ 100 ପାଦ ଚାଲନ୍ତୁ
  • ତେଲ ଛଣା ଖାଦ୍ୟ, ମିଠା, ସୋଡା ପାନୀୟରୁ ଦୂରେଇ ରୁହନ୍ତୁ
  • ଧ୍ୟାନ ଓ ପ୍ରାଣାୟମ ଜରିଆରେ ମାନସିକ ଚିନ୍ତା ଦୂର କରନ୍ତୁ

ଯଦି ଏସବୁ ଉପାୟ ଦ୍ବାରା କୋଷ୍ଠକାଠିନ୍ୟ ଦୂର ନ ହୁଏ ଏବଂ ମଳରେ ରକ୍ତ ପଡେ ତାହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଆପଣଙ୍କ ଡାକ୍ତର ଖାଦ୍ୟ କିମ୍ବା ଦୈନନ୍ଦିନ କାର୍ଯ୍ୟକଳାପରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇପାରନ୍ତି । ଔଷଧ ମଧ୍ୟ ଲେଖିପାରନ୍ତି । କିଛି ମାମଲାରେ ସର୍ଜରୀ ପାଇଁ ମଧ୍ୟ କୁହାଯାଇପାରେ । Ref- https://www.nia.nih.gov/health/constipation/concerned-about-constipation

ଏହା ମଧ୍ୟ ପଢନ୍ତୁ: ଅଧିକ ମୋବାଇଲ ବ୍ୟବହାର କଲେ ହୁଏ କି ବ୍ରେନ କ୍ୟାନ୍ସର ? ଜାଣନ୍ତୁ କ'ଣ କହୁଛି WHO - WHO on brain cancer

ଏହା ମଧ୍ୟ ପଢନ୍ତୁ: ବ୍ଲଡପ୍ରେସର, ଡାଇବେଟିସ୍ ଅଛି କି ? ଏମିତି ଖାଆନ୍ତୁ ମେଥି, ଦୂର ହେବ ରୋଗ - Fenugreek Water Control Sugar Level

Disclaimer- ଏଠାରେ ଦିଆଯାଇଥିବା ବିବରଣୀ କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.