ETV Bharat / entertainment

Actor Manoj Mishra: 'ଆଇ ଲଭ ୟୁ-ଟୁ' ଫିଲ୍ମ ନିର୍ମାତାଙ୍କୁ ମନୋଜ ମିଶ୍ରଙ୍କ କଟାକ୍ଷ, କହିଲେ 'କର୍ମା ରିଟର୍ଣ୍ଣସ' - Manoj Mishra targets Tutu Nayak

author img

By ETV Bharat Odisha Team

Published : Sep 6, 2024, 11:39 AM IST

Actor Manoj Mishra Targets Tutu Nayak Over Film 'I love you 2': ପୁଣି ଚର୍ଚ୍ଚାରେ ଓଲିଉଡ ଅଭିନେତା ମନୋଜ ମିଶ୍ର ଏବଂ ପ୍ରଯୋଜକ ଟୁଟୁ ନାୟକଙ୍କ ସୋସିଆଲ ମିଡିଆ ଲଢ଼େଇ । ଓଡ଼ିଆ ଫିଲ୍ମ 'ଆଇ ଲଭ ୟୁ' ରିଲିଜର 20 ବର୍ଷ ପରେ ରିଲିଜ ହେଉଛି ଏହାର ସିକ୍ୱେଲ 'ଆଇ ଲଭ ୟୁ-ଟୁ' । ତେବେ ଟୁଟୁ ନାୟକଙ୍କ ଏହି ଫିଲ୍ମ ପରଦାକୁ ଆସିବା ପୂର୍ବରୁ, ସୋସିଆଲ ମିଡିଆରେ ତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଅଭିନେତା ମନୋଜ ମିଶ୍ର । କଣ ସବୁ କହିଛନ୍ତି ମନୋଜ, ଆସନ୍ତୁ ଜାଣିବା,

ଆଜି 'ଆଇ ଲଭ ୟୁ-ଟୁ' ରିଲିଜ; ଫିଲ୍ମକୁ ନେଇ ଟୁଟୁ ନାୟକଙ୍କୁ ମନୋଜ ମିଶ୍ରଙ୍କ କଟାକ୍ଷ, କହିଲେ 'କର୍ମା ରିର୍ଟନ୍ସ'
ଆଜି 'ଆଇ ଲଭ ୟୁ-ଟୁ' ରିଲିଜ; ଫିଲ୍ମକୁ ନେଇ ଟୁଟୁ ନାୟକଙ୍କୁ ମନୋଜ ମିଶ୍ରଙ୍କ କଟାକ୍ଷ, କହିଲେ 'କର୍ମା ରିର୍ଟନ୍ସ' (ETV Bharat Odisha)

ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷାର ହେଲା ଅନ୍ତ । 20 ବର୍ଷର ବ୍ୟବଧାନ ପରେ ଆଜି ରିଲିଜ ହେଉଛି ଓଡିଆ ଫିଲ୍ମ 'ଆଇ ଲଭ ୟୁ'ର ସିକ୍ୱେଲ ବା 'ଆଇ ଲଭ ୟୁ-ଟୁ'। 2004ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଆଇ ଲଭ ୟୁ' ବେଶ ଲୋକପ୍ରିୟତା ହାସଲ କରିବା ସହ ସୁପରହିଟ୍ ପ୍ରମାଣିତ ହୋଇଥିଲା । ତେବେ ଆଜି ଗଣେଶ ପୂଜା ଅବସରରେ ଓଡ଼ିଶାର ଜଣାଶୁଣା ଫିଲ୍ମ ନିର୍ମାତା ଟୁଟୁ ନାୟକ 'ଆଇ ଲଭ ୟୁ-ଟୁ' ରିଲିଜ କରିବାକୁ ଯାଉଛନ୍ତି । ହେଲେ ଫିଲ୍ମ ରିଲିଜ ପୂର୍ବରୁ ସମାଲୋଚନାର ଶିକାର ହୋଇଛି । ଅଭିନେତା ମନୋଜ ମିଶ୍ର ଫିଲ୍ମକୁ ନେଇ ଟୁଟୁ ନାୟକଙ୍କ ଉପରେ ଖୁବ ବର୍ଷିଛନ୍ତି ଏବଂ ଫିଲ୍ମକୁ ହଲ ନ ମିଳିବା ନେଇ କଟାକ୍ଷ କରି 'ତୁମ କର୍ମର ଫଳ ପାଉଛ' ବୋଲି ସେ କହିଛନ୍ତି ।

Actor Manoj Mishra Targets Tutu Nayak Over Film 'I love you 2' (ETV Bharat Odisha)

ଟୁଟୁ ନାୟକଙ୍କ ଉପରେ ବର୍ଷିଲେ ମନୋଜ ମିଶ୍ର

ମନୋଜ ମିଶ୍ର ସୋସିଆଲ ମିଡିଆ ଫେସବୁକ ପେଜରେ ଲାଇଭରେ ଆସି 'ଆଇ ଲଭ ୟୁ-ଟୁ' ନେଇ ଟୁଟୁ ନାୟକଙ୍କ ଉପରେ ଖୁବ ବର୍ଷିଛନ୍ତି । ମନୋଜ ମିଶ୍ର କହିଛନ୍ତି, ''ଟୁଟୁ ନାୟକ ଆପଣଙ୍କୁ ସମ୍ମାନ ଦେବାକୁ ଆଉ ଇଚ୍ଛା ହେଉନି । ଟୁଟୁ ନାୟକ ମନେ ଅଛି ତ ଆପଣ ମୋତେ ଚିହ୍ନିପାରୁଛନ୍ତି ତ ମୁଁ ମନୋଜ ମିଶ୍ର । ଗତ ବର୍ଷ ତୁମେ ମୋତେ ଏହି ସମୟରେ ବ୍ୟାନ କରିଥିଲେ ଆଉ ଆଜି ଠିକ ଏହି ସମୟରେ ତୁମ ସିନେମା ରିଲିଜ ହେବାକୁ ଯାଉଛି । ଯାହା ଓଡ଼ିଆ ସିନେମା ପାଇଁ ଏକ ଐତିହାସିକ ଦିନ । କାରଣ ରିଲିଜ ହେବାକୁ ଯାଉଛି, ଯେଉଁ ସିନେମା ତାହା ୨୦ ବର୍ଷ ତଳେ ରିଲିଜ ହୋଇଥିବା ଫିଲ୍ମ ଆଇ ଲଭ ୟୁ'ର ସିକ୍ୱେଲ । ଆଉ ଏହି ଫିଲ୍ମ ଅନୁଭବଙ୍କ ପରି ସୁପରଷ୍ଟାରକୁ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଭେଟି ଦେଇଥିଲା । ସତରେ ସେ ସିନେମା ଆମ ଓଡ଼ିଆ ସିନେମା ପାଇଁ ଇତିହାସ ସୃଷ୍ଟି କରିଥିଲା ଭଲ ବିଜିନେସ ଦେଇଥିଲା ।

'ତୁମେ କ'ଣ ମନୁଷ୍ୟଙ୍କ ସୃଷ୍ଟି କର୍ତ୍ତା ?'

କଟାକ୍ଷ ଓ ତାତ୍ସଲ୍ୟ କରି ମନୋଜ ମିଶ୍ର କହିଛନ୍ତି, ''ତୁମେ ସବୁବେଳେ କାହିଁକି ଏଭଳି କହୁଛ ଯେ ମୁ ଇଣ୍ଡଷ୍ଟ୍ରିକୁ ଷ୍ଟାର, ସୁପରଷ୍ଟାର ଦେଇଦେଲି, ବହୁ ହିରୋଙ୍କର ପୁନଃ ଜନ୍ମ କରିଦେଲି । ତୁମେ କଣ ବ୍ରହ୍ମାଙ୍କ ପରି କହୁଛ ମୁଁ ମନୁଷ୍ୟଙ୍କ ସୃଷ୍ଟି କର୍ତ୍ତା । ଯେଉଁଠି ବଲିଉଡର ବେଶ ଜଣାଶୁଣା ପ୍ରଯୋଜକ ୟଶ ଚୋପ୍ରା ତାଙ୍କ ପୁଅ ଉଦିତ ଚୋପ୍ରାଙ୍କୁ ହିରୋ ବା ଷ୍ଟାର କରାଇପାରିଲେଣି ସେଇଠି ତୁମେ ଆସି ସମସ୍ତଙ୍କୁ ଷ୍ଟାର କରିଦେଲ । ଯଦି ଅନୁଭବ ବାବୁସାନ ସିଦ୍ଧାନ୍ତ ମହାପାତ୍ର ଓ ଅରିନ୍ଦମ ଙ୍କ ଭିତରେ ନିଜର ପ୍ରତିଭା ନଥାନ୍ତା ତୁମେ ଷ୍ଟାର କରେଇଦେଇଥାନ୍ତ । କିଛି ବି କହିଦେଉଛ ନା ମତେ
ଖାଲି ବ୍ୟାନ କରିଛ ଆଉ କାହାକୁ କରିବନି ।

'କର୍ମା ରିଟର୍ଣ୍ଣ୍ସ': ମନୋଜ ମିଶ୍ର

"ସତରେ ତୁମ ସିନେମା ଇତିହାସ ସୃଷ୍ଟି କରିବ, କାରଣ ଟ୍ରେଲର ବହୁତ ଖରାପ ହେଇଛି, ସେ ଯାହା ବି ହେଉ ଶୁକ୍ରବାର ତୁମ ସିନେମା ରିଲିଜ ହେବ ମୁ ନିଶ୍ଚୟ ଦେଖିବାକୁ ନ ଦେଖି କିଛି କହିବିନି । ଦେଖିସାରିବା ପରେ ମତ ରଖିବି, ହେଇପାରେ ସିନେମା ଭଲ ହେଇଥିବ । ଆଉ ଯଦି ଭଲ ହୋଇନଥିବ, ତାହାଲେ ବି ଆସି କହିବି । ଦେଖିବା ଫିଲ୍ମ ରିଲିଜ ପରେ କେତେ ବଡ ଷ୍ଟାର ଓଡ଼ିଆ ଫିଲ୍ମକୁ ଙ୍କୁ ତୁମେ ଦେବ, ନୂଆ ହିରୋ ଜନ୍ମ ଦେବ । ଏହାସହ କଟାକ୍ଷ କରି କହିଛନ୍ତି ତୁମକୁ କଣ ହଲ ମିଳୁନି ତୁମ ବାପାଙ୍କ ଲିଗାସୀ ଅଟେ ବଡ ତା ପରେ ବି ମିଳୁନି ଦୁଃଖ , ଆଶ୍ଚର୍ଯ୍ୟ କଥା । ବାସ୍ତବିକ କର୍ମା ରିଟର୍ଣ୍ଣ୍ସ ଯାହା ସମସ୍ତେ କୁହନ୍ତି । ମନେ ଅଛି ତ ତୁମ ପାଇଁ ମାଇଣ୍ଡ ଗେମକୁ ନେଇ ଆଜି ବି ମୋ ହୃଦୟ କାନ୍ଦୁଛି । ମୋ ସିନେମା ବକବସ ଥିଲା ବୋଲି କହିଥିଲ । ତେଣୁ ମୁ ନିଶ୍ଚୟ ସିନେମା ଦେଖିବି ଏବଂ ପରେ ହିଁ କଥା ହେବା ।''

ଏହା ମଧ୍ୟ ପଢନ୍ତୁ: ଓଲିଉଡ କଳି: ଫିଟିଲାନି ସମାଧାନର ବାଟ, OFDC ବୈଠକକୁ ଆସିଲେନି ମନୋଜ ମିଶ୍ର

ମନୋଜ ମିଶ୍ର-ଟୁଟୁ ନାୟକ ବିବାଦ ବହୁତ ପୁରୁଣା

ଗତ ବର୍ଷ ରିଲିଜ ହୋଇଥିବା ମନୋଜ ମିଶ୍ରଙ୍କ ଫିଲ୍ମ 'ମାଇଣ୍ଡ ଗେମ'କୁ ନେଇ କଟାକ୍ଷ କରିଥିଲେ ଟୁଟୁ । ଏହା ପରେ ଅରନ୍ଦିମ ରୟଙ୍କ ଓଡ଼ିଆ ଫିଲ୍ମ 'ରାମ' ସମ୍ବଲପୁରରେ ନ ଚଳାଇଦେବା ନେଇ ମନୋଜ ମିଶ୍ର ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ଯାହା ପରେ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଓଡ଼ିଆ ଫିଲ୍ମ ଆସୋସିଏସନ ତାଙ୍କୁ ଦୁଇ ବର୍ଷ କୌଣସି ଫିଲ୍ମରେ ଅଭିନୟ ପାଇଁ ନିଆଯିବନି ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା । ଏଥିରେ ମଧ୍ୟ ଟୁଟୁ ନାୟକ ମନୋଜ ମିଶ୍ରଙ୍କୁ ଟାର୍ଗେଟ କରି ବର୍ଷିଥିଲେ । ଯାହା ପରେ ଓଲିଉଡରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି ।

ଏହା ମଧ୍ୟ ପଢନ୍ତୁ: ପୁଣି ହାତକୁ ଦି'ହାତ ହେଲେ ମନୋଜ ମିଶ୍ର, ଅଭିନେତ୍ରୀ ମମତା ନନ୍ଦଙ୍କୁ କଲେ ସାତ ଜନ୍ମର ସାଥୀ

'ଆଇ ଲଭ ୟୁ-ଟୁ' ଫିଲ୍ମ ବିଷୟରେ କହିବାକୁ ଗଲେ,

2004ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଆଇ ଲଭ ୟୁ' ର ସିକ୍ୱେଲ ହେଉଛି 'ଆଇ ଲଭ ୟୁ-ଟୁ' । 'ଆଇ ଲଭ ୟୁ' ଫିଲ୍ମରୁ ଅଭିନେତା ଅନୁଭବ ମହାନ୍ତି ଓଲିଉଡରେ ପାଦ ଦେଇଥିଲେ । ଏହା ପରେ ଫିଲ୍ମ ହିଟ୍ ହେବା ସାଙ୍ଗକୁ ସେ ବି ଆଜି ଓଲିଉଡର ସୁପରଷ୍ଟାର ଅଟନ୍ତି । ତେବେ ଦୀର୍ଘ 20 ବର୍ଷ ପରେ ଫିଲ୍ମର ପାର୍ଟ 2 ଆସୁଛି । ଯାହାକୁ ଦେକିବାକୁ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ହେଲେ ଏହି ଫିଲ୍ମରେ ଅନୁଭବ ନୁହଁ ବରଂ ନୂଆ କଳାକାରଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ନବାଗତ ନାୟକ ଆଦିତ୍ୟ ଓ ନାୟିକା ଅପ୍ସରା ରାଣୀ ନଜର ଆସିବେ । ନିର୍ଦ୍ଦେଶକ ସୁଧାଂଶୁ ସାହୁ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଟୁଟୁ ନାୟକଙ୍କ ନିବେଦିତ ତଥା ବସନ୍ତ ନାୟକ ଏଣ୍ଟର୍ଟେନମେଣ୍ଟ ବ୍ୟାନରରେ ଫିଲ୍ମ ନିର୍ମିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.