ETV Bharat / health

ହଠାତ୍ ପିତା ହୋଇଯାଉଛି କି ପାଟି ? ଆଦୌ କରନ୍ତୁନି ଅବହେଳା - Mouth bitterness

author img

By ETV Bharat Health Team

Published : Aug 25, 2024, 4:07 PM IST

Mouth bitterness: ବେଳେବେଳେ ହଠାତ୍ ଆପଣଙ୍କ ପାଟି ପିତା ହୋଇଯାଉଛି କି ? ଏହାକୁ ଆଦୌ ଅବହେଳା କରନ୍ତୁ ନାହିଁ । ପାଟି ପିତା ଲାଗିବାର ଅନେକ କାରଣ ହୋଇପାରେ । କିଛି ଅଭ୍ୟାସ ବଦଳାଇ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଜାଣିବା ପାଇଁ ପଢନ୍ତୁ ଏହି ଖବର

ପାଟି ପିତା ହୋଇଯାଉଛି କି ? ଆଦୌ କରନ୍ତୁନି ଅବହେଳା
ପାଟି ପିତା ହୋଇଯାଉଛି କି ? ଆଦୌ କରନ୍ତୁନି ଅବହେଳା (ପାଟି ପିତା ହୋଇଯାଉଛି କି ? ଆଦୌ କରନ୍ତୁନି ଅବହେଳା)

ହାଇଦ୍ରାବାଦ: ଅନେକ ସମୟରେ ହଠାତ୍ ଆମ ପାଟି ପିତା ହୋଇଯାଏ । ଏହା ଏକ ସାଧାରଣ ସମସ୍ୟା । ଯାହାକୁ ପ୍ରାୟ ସମସ୍ତେ କେବେ ନା କେବେ ଅନୁଭବ କରିଛନ୍ତି । ସାଧାରଣତଃ ଏହି ପିତା ଲାଗିବା ଆପେ ଆପେ ଠିକ୍ ହୋଇଯାଏ । ହେଲେ ଏହା ଯଦି ଦୀର୍ଘ ଦିନ ଯାଏ ରହେ, ତାହେଲେ ଏହାକୁ ଅଣଦେଖା କରିବା ଠିକ୍ ନୁହେଁ । କାରଣ ଏହା କେବଳ ମୁହଁ କିମ୍ବା ଦାନ୍ତରେ କୌଣସି ବ୍ୟାକ୍ଟେରିଆ ପ୍ରଭାବରେ ହୋଇନଥାଏ, ବରଂ ଅନେକ ସମୟରେ ପାଚନ ସମସ୍ୟା କିମ୍ବା ଅନ୍ୟ କୌଣସି ସ୍ବାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ମଧ୍ୟ ପିତା ଲାଗିଥାଏ ।

ପାଟି ପିତା ଲାଗିବାର କାରଣ ?

ବେଙ୍ଗାଲୁରୁର ଦାନ୍ତରୋଗ ଡାକ୍ତର ଅପୂର୍ବି ଯୋଶୀ କହିଛନ୍ତି, ପାଟି ପିତା ଲାଗିବା ଏବଂ ଲମ୍ବା ସମୟ ଯାଏଁ ଠିକ ନହେବାର ଅନେକ କାରଣ ଥାଇପାରେ । କିଛି ସ୍ବାସ୍ଥ୍ୟ ସମସ୍ୟା ସହିତ ଭଲ ଭାବେ ପାଟି ସଫା ନକରିବା ଯୋଗୁଁ ମଧ୍ୟ ହୋଇପାରେ । ଏହାବ୍ୟତୀତ କିଛି ବଦଭ୍ୟାସ କିମ୍ବା ଅସ୍ବାସ୍ଥ୍ୟକର ଖାଦ୍ୟପାନୀୟ କାରଣରୁ ବି ପାଟି ପିତା ଲାଗିଥାଏ । ସାଧାରଣତଃ ଯେଉଁସବୁ କାରଣରୁ ଏମିତି ପିତା ଲାଗେ, ସେଗୁଡିକ ହେଲା-

ଏସିଡ୍ ରିଫ୍ଲକ୍ସ- ଗଳାକୁ ପେଟ ସହ ଯୋଡୁଥିବା ଟ୍ୟୁବରେ ଷ୍ଟୋମାକ୍ ଏସିଡିର ଓଲଟା ପ୍ରବାହକୁ ଏସିଡ ରିଫ୍ଲକ୍ସ କୁହାଯାଏ । ଏହା କାରଣରୁ ପେଟର ଏସିଡ ଗଳାକୁ ଆସିଥାଏ, ଯାହାଦ୍ବାରା ପାଟିରେ ଖଟା ଓ ପିତା ସ୍ବାଦ ଆସେ ।

ଠିକ୍ ଭାବେ ପାଟି ନ ଧୋଇବା- ଯଦି ଆପଣ ନିୟମିତ ଭାବେ ପାଟି ଧୋଉନାହାନ୍ତି, ତାହେଲେ ପାଟିରେ ବ୍ୟାକ୍ଟେରିଆ ଓ କୀଟାଣୁ ବୃଦ୍ଧିପାଆନ୍ତି । ଯାହା ପିତା ସ୍ବାଦର କାରଣ ।

ମେଡିକାଲ କଣ୍ଡିସନ- କିଛି ରୋଗ ଯେମିତିକି ଡାଇବେଟିସ, ଲିଭର, କିଡନୀ ସମସ୍ୟା ଯୋଗୁଁ ମଧ୍ୟ ପାଟି ପିତା ଲାଗିଥାଏ ।

ଡିହାଇଡ୍ରେସନ- ଶରୀରରେ ପଯ୍ୟାପ୍ତ ପାଣିର ଅଭାବରୁ ବି ପାଟି ଶୁଖିପାରେ । ଲାଳର କମି ହେଲେ ପାଟିରେ ପିତା ସ୍ବାଦ ଆସିପାରେ ।

ଧୂମ୍ର ଓ ମଦ୍ୟପାନ- ଧୂମ୍ରପାନ ଓ ମଦ୍ୟପାନ ପାଟିର ସ୍ବାଦ ବଦଳାଇପାରେ ଓ ପିତା ଲାଗିବାର କାରଣ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ଥକ୍କାପଣ ଓ ଦୁର୍ବଳତାକୁ ଆଦୌ କରନ୍ତୁନି ଅଣଦେଖା, ହୋଇପାରେ ଏହି ଗମ୍ଭୀର ରୋଗର କାରଣ - Causes and Solutions for Fatigue

ପାଟି ପିତା ଲାଗିବାର ଉପଚାର

ସାଧାରଣତଃ ଠିକ୍ ଭାବେ ପାଟି ସଫା ନକରିବା ଓ ଏସିଡ ରିଫ୍ଲକ୍ସ ଯୋଗୁଁ ପାଟି ପିତା ଲାଗିଥାଏ । ତେଣୁ ଯେଉଁମାନଙ୍କ ଏସିଡ ରିଫ୍ଲକ ବା ପାଚନ ସମସ୍ୟା ରହୁଛି, ସେମାନେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଜରୁରୀ । ଔଷଧ ଖାଇବା ସହ ଖାଦ୍ୟପେୟ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଏଠାରେ ଅତ୍ୟଧିକ ଭୋଜନ ନ କରିବାକୁ ପରାମର୍ଶ ଦିଆଯାଏ ।

ଏହାସହିତ ପାଟି ଓ ଦାନ୍ତକୁ ନିୟମିତ ଭଲ ଭାବେ ସଫା କରିବା ଜରୁରୀ । ଡେଣ୍ଟିଷ୍ଟ ଦିନକୁ ଦୁଇ ଥର ସକାଳ ଓ ସନ୍ଧ୍ୟାରେ ବ୍ରଶ କରିବାକୁ ପରାମର୍ଶ ଦିଅନ୍ତି । କିଛି ବି ଖାଦ୍ୟ ଖାଇବା ପରେ ଭଲ ଭାବେ ପାଣିରେ କୁଳି କରନ୍ତୁ । ମାଉଥ୍ ୱାଶର ବି ବ୍ୟବହାର କରିପାରିବେ । ଏହାଦ୍ବାରା ପାଟିରେ ଥିବା ବ୍ୟାକ୍ଟେରିଆ ସୁରକ୍ଷିତ ରୁହନ୍ତି ଓ ପାଟି ପିତା ଲାଗିବା ଆଶଙ୍କା କମ୍ ରହିଥାଏ । ଏହାବ୍ୟତୀତ କିଛି ଅନ୍ୟ ଜିନିଷ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍ ଯେମିତିକି-

  • ପାଟିରେ ଲାଳର ମାତ୍ରା ବଢାନ୍ତୁ । ଏଥିପାଇଁ ଆପଣ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ସହ ଚୁଇଁଗମ୍ ଚୋବାଇ ପାରିବେ ।
  • ଧୂମ୍ରପାନ ଓ ମଦ୍ୟପାନରୁ ଦୂରେଇ ରୁହନ୍ତୁ । ଏହାଦ୍ବାରା ପାଟି ପିତା ନହେବା ସହ ଆପଣଙ୍କ ସ୍ବାସ୍ଥ୍ୟ ବି ଭଲ ରହିବ ।
  • ଯଦି ଆପଣ ନିୟମିତ ଭାବେ ଔଷଧ ଖାଉଛନ୍ତି ଓ ପାଟିରେ ପିତା ସ୍ବାଦ ଅନୁଭବ କରୁଛନ୍ତି, ତାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
  • ପ୍ରତିଦିନ ତାଜା ଫଳ, ପନିପରିବା ଖାଆନ୍ତୁ । ତେଲଭାଜି ଓ ମିଠା କମ୍ ଖାଆନ୍ତୁ ।

ଡ. ଅପୂର୍ବି ଯୋଶୀ କହିଛନ୍ତି, ଖାଦ୍ୟ ସହ ଜଡିତ ସୁସ୍ଥ ଅଭ୍ୟାସ ଆପଣାଇ ଓ ନିଜ ସ୍ବାସ୍ଥ୍ୟର ଭଲ ଭାବେ ଯତ୍ନ ନେଇ ଏହି ସମସ୍ୟାରୁ ସହଜରେ ମୁକ୍ତି ପାଇପାରିବେ । ହେଲେ ଯଦି ଦୀର୍ଘ ଦିନ ଯାଏ ଏମିତି ପାଟିରେ ପିତା ସ୍ବାଦ ରହେ, ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

Disclaimer- ଏହି ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହାକୁ ଅନୁପାଳନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.