କିପରି ହେବ ରତ୍ନଭଣ୍ଡାର ଯାଞ୍ଚ, ଇଟିଭି ଭାରତକୁ କହିଲେ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ - Ratna Bhandar Inspection

By ETV Bharat Odisha Team

Published : Sep 13, 2024, 10:35 PM IST

thumbnail
କିପରି ହେବ ରତ୍ନଭଣ୍ଡାର ଯାଞ୍ଚ (ETV Bharat Odisha)

କଟକ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ଯାଞ୍ଚ ପ୍ରସଙ୍ଗକୁ ନେଇ ଉପୁଜିଥିବା ସନ୍ଦେହକୁ ଦୂର କରିଛନ୍ତି ଜଷ୍ଟିସ ବିଶ୍ଵନାଥ ରଥ । ତାଙ୍କ କହିବା ମୁତାବକ, ସୁଡଙ୍ଗ ଅଛି କି ନାହିଁ କିମ୍ବା ଅନ୍ୟ ରତ୍ନଭଣ୍ଡାର ଅଛି କି ନାହିଁ ତାହାର ଯାଞ୍ଚ ହେବ । ଆସନ୍ତା ୧୮ ତାରିଖରେ ଏହାର ପ୍ରାଥମିକ ଯାଞ୍ଚ ହେବ । ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ଏହି ଅନୁସନ୍ଧାନ କରାଯିବ । ଏହାଦ୍ୱରା ଜଣା ପଡିବ ଯେ, କେତେ ରତ୍ନ ଅଳଙ୍କାର ଲୁକାୟିତ ଅବସ୍ଥାରେ ଅଛି । କେଉଁଠି କେଉଁଠି ସେଗୁଡିକ ରହିଛି । ସେସବୁର ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଯାଞ୍ଚ ହେବ । ବଡ଼ କଥା ହେଉଛି ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟ କରାଯିବ ବୋଲି କମିଟି ପରାମର୍ଶ ଦେଇଛି । ଏନେଇ ସ୍ୱତନ୍ତ୍ର SOP ମଧ୍ୟ କରାଯାଇଛି ।

ଏହି କ୍ରମରେ ଆସନ୍ତା ୧୮ ତାରିଖରେ ଏହାର ଅନୁସନ୍ଧାନ କରାଯିବ ଏବଂ ପରବର୍ତ୍ତୀ ସମୟରେ ସେଗୁଡିକର କିପରି ସୁରକ୍ଷିତ ଭାବରେ ଯାଞ୍ଚ ହେବ ତାହା ନିର୍ଦ୍ଧାରଣ କରାଯିବ । ଏହି ପ୍ରକ୍ରିୟା ପାଇଁ କେଉଁ କେଉଁ ଉପକରଣ ଯାଞ୍ଚ ପାଇଁ ବ୍ୟବହାର ହେବ ତାହା ବି ନିର୍ଦ୍ଧାରଣ ହେବ ବୋଲି ଜଷ୍ଟିସ ରଥ କହିଛନ୍ତି । ଅତ୍ୟାଧୁନିକ ଯନ୍ତ୍ରପାତିଗୁଡିକ ଏମିତି ରହିବ ଯେ, ମନ୍ଦିରର କୌଣସି କ୍ଷତି ଯେପରି ନଘଟିବ । ଆଉ ଏହାକୁ ନିର୍ଦ୍ଧାରଣ କରିବ ସି.ଏସ.ଆଇ.ଆର - ଏନ.ଜି.ଆର.ଆଇ ଟିମ । ଟିମ ନିଜର ଆବଶ୍ୟକତା ସମ୍ପର୍କିତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବ । ତେବେ ପ୍ରାଥମିକ ଅନୁସନ୍ଧାନ ପ୍ରାୟ ଦୁଇ ଦିନ ଲାଗି ପାରେ ବୋଲି ଆକଳନ କରିଛନ୍ତି କମିଟିର ଅଧ୍ୟକ୍ଷ । ତେବେ ଏହାର ଗୋଟିଏ ସପ୍ତାହ ମଧ୍ୟରେ ଯାଞ୍ଚ ଆରମ୍ଭ ହୋଇ ପାରେ ବୋଲି ଜଷ୍ଟିସ ରଥ ଇଟିଭି ଭାରତକୁ EXCLUSIVE ପ୍ରତିକ୍ରିୟା ଦେଇଛନ୍ତି । କେବଳ ସେତିକି ନୁହେଁ ରତ୍ନଭଣ୍ଡାରକୁ ସାମାନ୍ୟ କ୍ଷତି ନ ପହଞ୍ଚାଇ ଯାଞ୍ଚ କରିବାକୁ ସି.ଏସ.ଆଇ.ଆର- ଏନ.ଜି.ଆର.ଆଇକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜଷ୍ଟିସ ବିଶ୍ଵନାଥ ।
 

ଏହା ମଧ୍ୟ ପଢ଼ନ୍ତୁ...୧୮ରେ ରତ୍ନଭଣ୍ଡାର ଯାଞ୍ଚ, ଶ୍ରୀମନ୍ଦିର ପ୍ରଶାସନକୁ ASIର ସୂଚନା - ASI to Inspect Ratnabhandar

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.