ETV Bharat / state

ନିଶାମୁକ୍ତ ଶିକ୍ଷାନୁଷ୍ଠାନ, ତମାଖୁ ସହ ଇ-ସିଗାରେଟ ମୁକ୍ତ ହେବ କ୍ୟାମ୍ପସ - UGC Guidelines

author img

By ETV Bharat Odisha Team

Published : Sep 13, 2024, 9:02 PM IST

Tobacco Free Educational Institute: ନିଶାମୁକ୍ତ ହେବ ସମସ୍ତ ଶିକ୍ଷାନୁଷ୍ଠାନ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶାବଳୀଗୁଡିକର କାର୍ଯ୍ୟକାରିତା ପାଇଁ ଅନୁରୋଧ କରିଛି ୟୁଜିସି । ଅଧିକ ପଢ଼ନ୍ତୁ

Tobacco Free Educational Institute
Tobacco Free Educational Institute (ETV Bharat Odisha)

ଭୁବନେଶ୍ବର: ନିଶାମୁକ୍ତ ହେବ ସମସ୍ତ ଶିକ୍ଷାନୁଷ୍ଠାନ । ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଭୟଙ୍କର ଭାବେ ବଢ଼ି ଚାଲିଛି । ସରକାର ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ପ୍ରୟାସ କରିଛନ୍ତି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଛାତ୍ରଛାତ୍ରୀଙ୍କ ପରେ ଏଣିକି ଅଧ୍ୟାପକ, ଶିକ୍ଷକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ । ଶିକ୍ଷାନୁଷ୍ଠାନକୁ କେହି ନିଶା ସେବନ କରି ଆସିବେ ନାହିଁ । ଶିକ୍ଷାନୁଷ୍ଠାନକୁ କୌଣସି ପ୍ରକାର ମାଦକ ଦ୍ରବ୍ୟ ନେବେ ନାହିଁ କି କଲେଜ କ୍ୟାମ୍ପସରେ ବ୍ୟବହାର କରିବେ ନାହିଁ । ଯାହାକୁ ନେଇ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶାବଳୀଗୁଡିକର କାର୍ଯ୍ୟକାରିତା ପାଇଁ ଅନୁରୋଧ କରିଛି ୟୁଜିସି ।

Tobacco Free Educational Institute
Tobacco Free Educational Institute (UGC)
କେବେଠାରୁ ପିଲାମାନେ ନିଶା ପ୍ରତି ଆକୃଷ୍ଟ ହୋଇଥାନ୍ତି :

ଗ୍ଲୋବାଲ ୟୁଥ ଟବାକୋ ସର୍ଭେ (Global Youth Tobacco Survey) ୨୦୧୯ ତଥ୍ୟ ଅନୁସାରେ, ୧୩ରୁ ୧୫ ବର୍ଷ ବୟସ ମଧ୍ୟରେ ୮.୫ ପ୍ରତିଶତ ସ୍କୁଲ ପିଲା ତମାଖୁ ବ୍ୟବହାର କରୁଛନ୍ତି । ପ୍ରତିବର୍ଷ ୫୫୦୦ରୁ ଅଧିକ ପିଲା ତମାଖୁ ବ୍ୟବହାର ଆରମ୍ଭ କରୁଛନ୍ତି । ଗ୍ଲୋବାଲ ୟୁଥ ଟବାକୋ ସର୍ଭେ ତଥ୍ୟ ଅନୁସାରେ ୫୫ ପ୍ରତିଶତ ଆଜୀବନ ତମାଖୁ ବ୍ୟବହାରକାରୀ, ୨୦ ବର୍ଷ ବୟସ ପୂର୍ବରୁ ହିଁ ତମାଖୁ ସେବନ କରିବା ଆରମ୍ଭ କରନ୍ତି । ସେହିପରି ଇ- ସିଗେରେଟ (Electronic Cigarette) ମଧ୍ୟ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ସହ ବିପଦ ସୃଷ୍ଟି କରିଥାଏ । ଯେପରିକି, DNA ନଷ୍ଟ, କ୍ୟାନ୍ସର, ହୃଦରୋଗ, ସ୍ନାୟୁଗତ ରୋଗ ଭଳି ସମସ୍ୟା ହୋଇଥାଏ । ଏହାସହ ଭ୍ରୁଣର ବିକାଶ ଏବଂ ଗର୍ଭଧାରଣ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ । ଅନେକ ସମୟରେ ତମାଖୁ ଓ ଇ-ସିଗାରେଟ ଅନେକ ସମୟରେ ଅନ୍ୟ ନିଶାର ଗେଟୱେ (Gateways) ଭାବରେ କାର୍ଯ୍ୟ କରେ । ଯାହା ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳ ଉପରେ ପ୍ରଭାବ ପକାଇଥାଏ । ତେଣୁ ଜଣେ ଶିକ୍ଷିତ ଓ ଅଭିଭାବକ ଭାରେ ନିଶା ଭଳି ବିପଦରୁ ଆମ ପରବର୍ତ୍ତୀ ପିଢିଙ୍କୁ ରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି ୟୁଜିସି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଖୁବଶୀଘ୍ର ନୂଆ ମଦ ନୀତି, ବେଆଇନ ମଦ କାରବାରରେ ଲାଗିବ ରୋକ୍, ବନ୍ଦ ହେବ ଡ୍ୟାନ୍ସ ବାର - New Excise Policy Of Odisha

ଶିକ୍ଷାନୁଷ୍ଠାନ ଗୁଡିକରେ ନିଶାମୁକ୍ତ କରିବାକୁ ପ୍ରୟାସ:

ଶିକ୍ଷାନୁଷ୍ଠାନଗୁଡ଼ିକୁ "ନିଶା ମୁକ୍ତ" କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୨୦୧୯ ମସିହାରେ ସଂଶୋଧିତ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ (TOFEI) ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି । ଯେଉଁଥିରେ ତମାଖୁ ସେବନର କ୍ଷତିକାରକ ପ୍ରଭାବ ଏବଂ ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରାଯାଇଛି । ଶିକ୍ଷାନୁଷ୍ଠାନରେ ଛାତ୍ର, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅଧିକାରୀଙ୍କ ମଧ୍ୟରେ ଉପଲବ୍ଧ ତମାଖୁ ବନ୍ଦ ସେବା ଏବଂ ତ୍ୟାଗ କରିବାର ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରିବା ସହ ତମାଖୁ ଦ୍ରବ୍ୟର ବିକ୍ରୟ ତଥା ବ୍ୟବହାର ସମ୍ବନ୍ଧରେ ଉତ୍ତମ କାର୍ଯ୍ୟକାରିତା ଆଇନଗତ ବ୍ୟବସ୍ଥା ନିଶ୍ଚିତ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛି ୟୁଜିସି ।

ଏହା ମଧ୍ୟ ପଢ଼ନ୍ତୁ...କଫ ସିରଫ ନିଶା କବ୍ଜାରେ ଯୁବପିଢି ! ମାଲାମାଲ ହେଉଛନ୍ତି ଚୋରା ବେପାରୀ - Illegal Sale Of Cough Syrups

ତମାଖୁ ସେବନର ପ୍ରଭାବ:

ଜଣେ ବ୍ୟକ୍ତି ତମାଖୁ ସେବନ କରିବା ଦ୍ୱାରା ଏକ ଅଭ୍ୟାସଗତ ଭାବରେ ପରିଣତ ହୋଇଥାଏ । ଏହା ଦ୍ବାରା ଫୁସଫୁସ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ହୋଇଥାଏ । ଏହା ସହ ଷ୍ଟ୍ରୋକ, ହାର୍ଟ ଅଟାକ, ଡାଇବେଟିସ, ଟିବି ଆଦି ମାରାତ୍ମକ ରୋଗ ମଧ୍ୟ ହେବାର ସମ୍ଭାବନା ଅଧିକ ରହିଥାଏ । ନିଶାଗ୍ରସ୍ତ ହୋଇ ଅନେକ ଯିବପିଢ଼ି ବେଆଇନ କାର୍ଯ୍ୟରେ ଲିପ୍ତ ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନିଶାମୁକ୍ତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ, ସବୁଠି ଜୋରଦାର ହେବ ସଚେତନତା - Drugs Free Campus

କ'ଣ ରହିଛି କୋଟପା ନିୟମ:

ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ (କୋଟପା) ରହିଛି । କୋଟପା ଆଇନ ୨୦୦୩ର ସେକ୍ସନ ୪ ଅନୁଯାୟୀ, ସ୍କୁଲ, କଲେଜ, ଅଡିଟୋରିୟମ, ବସ୍‌ଷ୍ଟାଣ୍ଡ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ୨୦୦ ଟଙ୍କା ଜରିମାନା ଦେବାକୁ ନିୟମ ରହିଛି । ସେହିପରି ଜଣେ ସେବନକାରୀଙ୍କଠାରୁ ଏକାଧିକ ଥର ଜରିମାନା ଆଦାୟ କରାଯାଇପାରିବ । ସେକ୍ସନ ୬(A) ଅନୁଯାୟୀ, ୧୮ବର୍ଷରୁ କମ୍‌ ବୟସର ପିଲାମାନେ ସିଗାରେଟ୍‌ ଓ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରିପାରିବେ ନାହିଁ । ଶିକ୍ଷାନୁଷ୍ଠାନର ଶହେ ଗଜ ଦୂର ମଧ୍ୟରେ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରାଯାଇ ପାରିବ ନାହିଁ । ଏଥିପାଇଁ ମଧ୍ୟ ମୋଟା ଅଙ୍କର ଟଙ୍କା ଜରିମାନା ବ୍ୟବସ୍ଥା ନିୟମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.