ETV Bharat / state

କଟକର ସମସ୍ୟା ନେଇ ହାଇକୋର୍ଟଙ୍କ ତାଗିଦ, 2 ସପ୍ତାହରେ ସମାଧାନ କର - Hc Verdict On Cuttack

author img

By ETV Bharat Odisha Team

Published : Sep 13, 2024, 9:48 PM IST

High Court Ordered CMC To Solve Problem: କଟକ ସହରର ମାଳମାଳ ସମସ୍ୟାକୁ ନେଇ ହାଇକୋର୍ଟ ଖପ୍ପା । ସମସ୍ୟାର ସମାଧାନ ହୋଇନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ପଢନ୍ତୁ ପୂରା ଖବର ।

Problems In Cuttack
Problems In Cuttack (ETV Bharat Odisha)

କଟକ: ସହରରେ ରହିଛି ମାଳମାଳ ସମସ୍ୟା । ଏହାକୁ ଅତି ଗୁରୁତର ସହ ନେଇଛନ୍ତି ଓଡି଼ଶା ହାଇକୋର୍ଟ । ସହରର ମାଳମାଳ ସମସ୍ୟାକୁ ନେଇ CMC ଉପରେ ବର୍ଷିଛନ୍ତି କୋର୍ଟ । ତୁରନ୍ତ ସମସ୍ୟାର ସମାଧାନ କରିବାକୁ କଡା ତାଗିଦ ବି କରିଛନ୍ତି କୋର୍ଟ । ବିଶେଷକରି ସହରର ରାସ୍ତା ଘାଟକୁ ନେଇ ସିଏମସିକୁ କଡା ଭର୍ତ୍ସନା କରିଛନ୍ତି ଉଚ୍ଚ ନ୍ୟାୟାଳୟ । " ସହରର କୌଣସି ଗୋଟିଏ ସ୍ଥାନ କୁହ ଯେଉଁଠି ରାସ୍ତା ଭଲ ଅଛି" ବୋଲି କୋର୍ଟ CMCକୁ ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ, କାହିଁକି ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ସିଏମସି ଏବଂ ପୂର୍ତ୍ତ ବିଭାଗକୁ କୋର୍ଟ ପ୍ରଶ୍ନ କରିଛନ୍ତି ।

Problems In Cuttack (ETV Bharat Odisha)

'26 ସୁଦ୍ଧା ରିପୋର୍ଟ ଦିଅ'
ଆଗକୁ ଦଶହରା ଆସୁଛି । ହେଲେ ପାର୍ବଣ ଋତୁରେ ବି ରାସ୍ତାଘାଟର ଅବସ୍ଥା ନକହିଲେ ଭଲ । ଏଭଳି ସ୍ଥିତିରେ କେବେ ରାସ୍ତାଘାଟ ମରାମତି କାର୍ଯ୍ୟ ଶେଷ ହେବ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ସ୍ଥିତି ଏମିତି କି ଜଣେ ବାଇକରେ ଯିବା ତ ଦୂରର କଥା କାରରେ ଯିବା କଷ୍ଟକର ହୋଇପଡୁଥିବା କୋର୍ଟ ଅନୁଭବ କରିଛନ୍ତି। ବଡ଼ କଥା ହେଉଛି, ଯେଉଁ ଠିକାଦାର ଏହି କାର୍ଯ୍ୟ ପାଇଁ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ କହିଛନ୍ତି। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ଠିକାଦାରଙ୍କୁ ବ୍ଲାକଲିଷ୍ଟ କରିବାକୁ କୋର୍ଟ କଡା ନିର୍ଦ୍ଦେଶ ଦେବା ସହ ତୁରନ୍ତ ମରାମତି କାର୍ଯ୍ୟ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆସନ୍ତା ସେପ୍ଟେମ୍ବର 26 ତାରିଖ ସୁଦ୍ଧା କାର୍ଯ୍ୟର ଅଗ୍ରଗତି ନେଇ କୋର୍ଟଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାର୍ବଣରେ ଶବ୍ଦ ପ୍ରଦୂଷଣ ରୋକିବାକୁ ଗୁରୁତ୍ବ:
ପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ବିଶେଷକରି ପୂଜା ସମୟରେ ଡିଜେ ନିଷେଧ ପାଇଁ କ'ଣ ପଦକ୍ଷେପ ନିଆଯାଇଛି ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କଟକ ଡିସିପିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ସମୟରେ ସାଉଣ୍ଡ ବ୍ୟବସ୍ତା ଉପରେ ପଦକ୍ଷେପ ନେବାକୁ କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ପ୍ରଦୂଷଣ ରୋକିବା ପାଇଁ କ'ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ତଥ୍ୟ ରଖିବେ କଟକ ଡିସିପି। ପରବର୍ତ୍ତୀ ଶୁଣାଣି ସମୟରେ ଏହି ତଥ୍ୟ ରଖିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି।

ମଣ୍ଡପ ପାଇଁ ଅଘଟଣ ନଘଟୁ:
ମଣ୍ଡପ ଗୁଡିକରେ ବଡ଼ ବଡ଼ ଗେଟ୍ ସମ୍ପର୍କରେ କୋର୍ଟରେ ଶୁଣାଣି ହୋଇଥିଲା। ବିଶେଷକରି ବଡ଼ ବଡ଼ ଗେଟ ଦ୍ୱାରା ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାର୍ବଣ ସମୟରେ ବିଭିନ୍ନ ପୂଜା କମିଟିମାନେ ମଣ୍ଡପ ଗୁଡିକ ଆକର୍ଷଣୀୟ କରିବା ପାଇଁ ବଡ଼ ବଡ଼ ଗେଟ ନିର୍ମାଣ କରିଥାନ୍ତି । ଏହା ବର୍ଷା କିମ୍ବା ପବନରେ ପଡି କ୍ଷୟକ୍ଷତି ଘଟିଥାଏ। ଏହି ଗେଟ ଯେପରି ନପଡ଼େ ସେଥିପାଇଁ କ'ଣ ପଦକ୍ଷେପ ନିଆଯାଇଛି , ଜଣାଇବାକୁ କୋର୍ଟ କହିଛନ୍ତି।

ବାସୀ ଖାଦ୍ୟ ଉପରେ ନଜର:
ପାର୍ବଣ ସମୟରେ ଅନେକ ଅସାଧୁ ବ୍ୟବସାୟୀ ବାସୀ ଖାଦ୍ୟ ଦେଇଥାନ୍ତି। ଯେଉଁ କାରଣରୁ ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥାନ୍ତି।ତେବେ ପାର୍ବଣ ସମୟରେ ସ୍ଵାସ୍ଥ୍ୟ ବିଭାଗ ଏଥିପ୍ରତି ସଜାଗ ରହିବାକୁ କୋର୍ଟ କଡା ତାଗିଦ କରିଛନ୍ତି । ଯୋବ୍ରା ରୋଡରୁ ନୂଆ ବଜାର ପର୍ଯ୍ୟନ୍ତ ରାସ୍ତାରେ ଅଳିଆ ପଡି ରହୁଛି । ଯାହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ । ତାଳଦଣ୍ଡା କେନାଲ ପାଖରେ ମଧ୍ୟ ଅଳିଆ ପଡି ରହୁଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ ଆବେଦନକାରୀ । କୋର୍ଟ ଏହି ମାମଲାକୁ ଅତି ଗୁରୁତର ସହ ନେଇ 72 ଘଣ୍ଟା ମଧ୍ୟରେ ଅଳିଆ ହଟାଇବାକୁ CMCକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପାର୍କ ରକ୍ଷଣାବେକ୍ଷଣ ନେଇ ମଧ୍ୟ କୋର୍ଟ ତାଗିଦ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Problems In Cuttack
Problems In Cuttack (ETV Bharat Odisha)
ପୂର୍ବ ଶୁଣାଣିରେ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥିଲା ?ଡେଙ୍ଗୁ ପ୍ରସଙ୍ଗକୁ ଅତି ଗୁରୁତର ସହ ନେଇଥିଲେ ଓଡି଼ଶା ହାଇକୋର୍ଟ । ଗତବର୍ଷ ୬୬୭ଟି ଡେଙ୍ଗୁ ଆକ୍ରାନ୍ତ ନେଇ ରିପୋର୍ଟ ହୋଇଥିଲା । ଡେଙ୍ଗୁ ସଚେତନତା ପାଇଁ ସିଏମସି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜବରଦଖଲ ପ୍ରସଙ୍ଗକୁ ଗୁରୁତ୍ବ ଦେଇଥିଲେ କୋର୍ଟ । ଲିଙ୍କରୋଡରୁ ବାଦାମବାଡ଼ି ମଧ୍ୟରେ ଜବରଦଖଲ ଉଚ୍ଛେଦ କରାଯାଇଥିବା ନେଇ CMC ପକ୍ଷରୁ ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି । ବାଦାମବାଡ଼ି ଶଙ୍କରପୁର ପୂଜା ମଣ୍ଡପ ନିକଟ, ପାଲାମଣ୍ଡପ ତାରିଣୀ ମନ୍ଦିର, ପୁରୁଣା ଏଲଆଇସି କଲୋନିକୁ ସଂଯୋଗ କରୁଥିବା ରାସ୍ତା କଣରେ ଥିବା ତ୍ରିନାଥ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ତାଳଦଣ୍ଡା କେନାଲପାର୍ଶ୍ଵରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ କେତେ ଦିନ ଲାଗିବ ବୋଲି ପ୍ରଶ୍ନ କରିଥିଲେ ଉଚ୍ଚ ନ୍ୟାୟାଳୟ । କୃଷକ ବଜାରରେ ଖୁବଶୀଘ୍ର ଡ୍ରେନ କାର୍ଯ୍ୟ ଆରମ୍ଭ ହେବା ନେଇ କୋର୍ଟଙ୍କୁ ଅବଗତ କଲେ ସିଏମସି କର୍ତ୍ତୃପକ୍ଷ ।ସିଏମସି କର୍ତ୍ତୃପକ୍ଷ କୋର୍ଟଙ୍କୁ କଣ ପ୍ରତିଶୃତି ଦେଲେ?ସିଏମସି ଡେପୁଟି କମିସନର ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇଥିଲେ ଏବଂ ଦର୍ଶାଇଥିଲେ ଯେ ତ୍ରିନାଥ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ରିପୋର୍ଟରେ ଥିବା ଅନ୍ୟ ସ୍ଥାନ ଗୁଡ଼ିକରୁ ଖୁବ ଶୀଘ୍ର ଜବରଦଖଲ ସଫା କରାଯିବ ବୋଲି ପ୍ରତିଶ୍ରୁ୍ତି ଦେଇଥିଲେ। ଏହି ଡ୍ରେନ୍ ସଫେଇ ଓ ସ୍ଲାବ ପକାଇବା ପ୍ରସଙ୍ଗରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ଅବଗତ କରିବାକୁ ସିଏମସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Problems In Cuttack
Problems In Cuttack (ETV Bharat Odisha)
ଜବର ଦଖଲ ଉଚ୍ଛେଦ:ରେଭେନ୍ସା ମୁଖ୍ୟ ଫାଟକ ଠାରୁ ଛତ୍ରବଜାର କଲଭର୍ଟ ପର୍ଯ୍ୟନ୍ତ ପିଲିଗ୍ରିମ ରୋଡ୍‌ର ଡ୍ରେନ ଉପରେ ଥିବା ସବୁ ପ୍ରକାର ଜବରଦଖଲ ଉଚ୍ଛେଦ କରିବା ପାଇଁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଡିସିପି ଆବଶ୍ୟକ ପୋଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ‌ ଦେବେ। ପରବର୍ତ୍ତୀ ଶୁଣାଣି ସମୟରେ ସିଏମସି ତରଫରୁ ଜବରଦଖଲ ଉଚ୍ଛେଦ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ହାଇକୋର୍ଟରେ ସହରର ପାର୍କିଂ ପ୍ରସଙ୍ଗ:ସିଏମସି ପକ୍ଷରୁ ସତ୍ୟପାଠ ମାଧ୍ୟମରେ କଟକ ସହରରେ ରହିଥିବା ପାର୍କିଂ ସ୍ଥାନ ଗୁଡ଼ିକ ସଂକ୍ରାନ୍ତରେ ତଥ୍ୟ ଦାଖଲ କରାଯାଇଥିଲା। ଏଥିରେ ୨୦ଟି ପାର୍କିଂ ସ୍ଥାନ ଓ ତିନୋଟି ଟ୍ୟାକ୍ସି ଷ୍ଟାଣ୍ଡର ତାଲିକା ରହିଥିଲା। ‌ସିଏମସି ଦ୍ବାରା ଚିହ୍ନଟ କରାଯାଇଥିବା ପାର୍କିଂ ସ୍ଥାନକୁ କେତେକ ଅନୁଷ୍ଠାନ ବ୍ୟବହାର କରୁଥିବାରୁ ଜନସାଧାରଣ ଆଉ ସଂପୃକ୍ତ ସ୍ଥାନରେ ଗାଡ଼ି ରଖି ପାରୁ ନାହାନ୍ତି ବୋଲି ହାଇକୋର୍ଟ ବାର୍ ସଭାପତି ବିଜୟ କୁମାର ଦାଶ ଦର୍ଶାଇଥିଲେ। ଏହିଭଳି ଘଟଣାରେ ପଦକ୍ଷେପ ନିଆଯିବ ଓ ସଂପୃକ୍ତ ସ୍ଥାନକୁ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି ସିଏମସି ତରଫରୁ ଦର୍ଶାଯାଇଥିଲା । ମାତାମାଠ ପାଖରେ ମହାନଦୀ ଶଯ୍ୟାରେ ଏସସିବି ନିକଟରେ ସିଏମସି ପକ୍ଷରୁ କରାଯାଇଥିବା ପାର୍କିଂ ସ୍ଥାନରେ ଗାଡ଼ି ଗୁଡ଼ିକ ଠାରୁ ନିର୍ଦ୍ଧାରିତ ୨୦ ଟଙ୍କା ବଦଳରେ ବେଆଇନ ଭାବେ ୫୦ ଟଙ୍କା ପାର୍କିଂ ଫି ଆଦାୟ କରାଯାଉଛି ବୋଲି ବାର୍ ସଦସ୍ୟ ଦର୍ଶାଇଥିଲେ । ଏହି ପ୍ରସଙ୍ଗରେ ସିଏମସି ଠାରୁ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି ।

ଏହା ବି ପଢନ୍ତୁ...Cuttack City Problems: ସହରର ସମସ୍ୟାକୁ ନେଇ କଡା ଟିପ୍ପଣୀ ରଖିଲେ ହାଇକୋର୍ଟ, ତୁରନ୍ତ ମୌଳିକ ସମସ୍ୟା ପୂରଣ କର ନଚେତ୍‌ କାର୍ଯ୍ୟାନୁଷ୍ଠାନ - Orissa High Court

ଏହା ବି ପଢନ୍ତୁ...ଏହା ମଧ୍ୟ ପଢ଼ନ୍ତୁ...High Court Bench: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ 'ପ୍ରସ୍ତାବ ବିଚାରାଧୀନ' - CM On High Court Bench

ଏହା ବି ପଢନ୍ତୁ...ଏହା ମଧ୍ୟ ପଢ଼ନ୍ତୁ...ହାଇକୋର୍ଟଙ୍କ ଛାଟରେ ସମାଧନ ହେଉଛି ସହରର ସମସ୍ୟା, ଏଣିକି ଠକିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ - Orissa High Court

ଏହା ବି ପଢନ୍ତୁ...ଏହା ମଧ୍ୟ ପଢ଼ନ୍ତୁ...ସିଲିଭର ସିଟିର ମାଳ ମାଳ ସମସ୍ୟା ଉପରେ ଗମ୍ଭୀର ହେଲେ ହାଇକୋର୍ଟ, CMC ଓ ସରକାରଙ୍କୁ ଦେଲେ ନିର୍ଦ୍ଦେଶ - High court remark on pending case

ସହର ସମସ୍ୟା ଜାଣିବା ପାଇଁ ସିଏମସିରେ କଣ୍ଟ୍ରୋଲ ରୁମ:

ସିଏମସି ଯୁଗ୍ମ କମିଶନରଙ୍କ ତଦାରଖରେ କଣ୍ଟ୍ରୋଲ ରୁମ୍ ସପ୍ତାହର ୭ଦିନ ୨୪ଘଣ୍ଟା କାମ କରୁଛି। କଲ‌ ସେଣ୍ଟରରେ ୧୭ଟି କମ୍ପ୍ୟୁଟର ରହିଛି ୧୬ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଟୋଲ ଫ୍ରି ନମ୍ବର -୧୮୦୦୩୪୫୬୭୨୮ ଓ ଲ୍ୟାଣ୍ଡ ଲାଇନ ନମ୍ବର ୨୩୧୦୪୭୨। ଜୁଲାଇ ୧ରୁ ଅଗଷ୍ଟ ୬ ମଧ୍ୟରେ ୨୫୦୯ ଅଭିଯୋଗ କଂଟ୍ରୋଲକୁ ଆସିଥିଲା ଓ ୧୮୨୨ର ସମାଧାନ କରାଯାଇଛି। ଅବଶିଷ୍ଟ ଗୁଡ଼ିକର ଖୁବଶୀଘ୍ର ସମାଧାନ କରାଯିବ ବୋଲି ସିଏମସି ପକ୍ଷରୁ ଦର୍ଶାଯାଇଥିଲା। ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ କେତେ ଭେଣ୍ଡିଂ ଜୋନର ବ୍ୟବସ୍ଥା କରାଯାଇଛି ତାହାର ତାଲିକା ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରାସ୍ତାରେ ଗାଈଗୋରୁ ଓ ବୁଲା କୁକୁରଙ୍କ ପାଇଁ କଣ ଆକ୍ସନ ପ୍ଲାନ କରିଛ ଜଣାଅ ବୋଲି କୋର୍ଟ ପ୍ରଶ୍ନ କରିଥିଲେ ।
ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.