ETV Bharat / state

ରାଜ୍ୟରେ ଲାଗୁ ହେବ 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା', ଖର୍ଚ୍ଚ ହେବ ୧୪୨୪ କୋଟି - Kamadhenu Yojana

author img

By ETV Bharat Odisha Team

Published : Sep 13, 2024, 9:29 PM IST

Mukhyamantri Kamadhenu Yojana: ରାଜ୍ୟରେ ବୃଦ୍ଧି ହେବ ଦୁଗ୍ଧ ଉତ୍ପାଦନ । ରାଜ୍ୟ ସରକାର ଆରମ୍ଭ କରିବେ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ । ଅଧିକ ପଢ଼ନ୍ତୁ

Mukhyamantri Kamadhenu Yojana
Mukhyamantri Kamadhenu Yojana (ETV Bharat Odisha)

ଭୁବନେଶ୍ବର: ବଜାରକୁ ଆସିଲା ଓମ୍ଫେଡ଼ ଗୋଲ୍ଡ ପ୍ଲସ (Omfed Gold Plus) କ୍ଷୀର । ଗେରୁଆ ରଙ୍ଗର ଆସିବ ଏହି କ୍ଷୀର ପ୍ୟାକେଟ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଓମ୍ଫେଡ଼ ଭେଣ୍ଡିଂ ମେସିନ । ୪.୫ ପ୍ରତିଶତ ଫ୍ୟାଟ ସହ ବଜାରକୁ ଆସିଛି ଏହି ନୂଆ କ୍ଷୀର । ଏହାର ମାର୍କେଟ ଦର ଅଧା ଲିଟରକୁ ୨୮ ଟଙ୍କା ରହିଛି । ବଜାରରେ ଅନ୍ୟ କମ୍ପାନୀର ୪.୫ ପ୍ରତିଶତ ଫ୍ୟାଟ ଯୁକ୍ତ କ୍ଷୀର ଦରଠୁ ଏହାର ଦର କମ୍ ରହିଛି । ପୂର୍ବରୁ ଆସୁଥିବା ଓମ୍ଫେଡ୍ ଗୋଲ୍ଡ ବଦଳରେ ଏବେ ଗୋଲ୍ଡ ପ୍ଲସ ବଜାରକୁ ଆସିବ । ପୂର୍ବ ପରି ପିଙ୍କ୍ ଏବଂ ବ୍ଲୁ କଲର କ୍ଷୀର ମଧ୍ୟ ବଜାରକୁ ଆସିବ । ସେହିପରି ରାଜ୍ୟରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ ହେବା ।

କାମଧେନୁ ଯୋଜନା:

ଭୁବନେଶ୍ୱରରେ ପ୍ରଥମ ଥର ଆୟୋଜିତ ହୋଇଛି ପଶୁ ପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ମୌସୁମୀ ବୈଠକ । ୧୫ ରାଜ୍ୟର ବିଭିନ୍ନ ଉଦ୍ୟୋଗୀ ଓ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଲଡ଼ ପ୍ଲସ କ୍ଷୀର ପ୍ୟାକେଟର ଶୁଭ ଉଦଘାଟନ କରିଛନ୍ତି । ଏହି ଜାତୀୟ ସ୍ତରୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, "ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ ହେବାକୁ ଯାଉଛି । ଏଥିରେ ନୂଆ ସରକାରର ୧୦୦ ଦିନିଆ ଟାର୍ଗେଟ ଭିତରେ ପଶୁ ସମ୍ପଦ ବିଭାଗକୁ ଅଗ୍ରାଧିକାର ମିଳିବ । ଏଥିପାଇଁ ପ୍ରାୟ ୧୪୨୪ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ପାଲ୍ୟୁଟ୍ରି ପ୍ରଡକ୍ସନ ପାଇଁ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ପ୍ରସ୍ତୁତ ହେଉଛି । ଗାଈଗୋରୁଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସା ପାଇଁ ଗୋ-ମାତା ଯୋଜନା କରାଯାଇଛି । ବୁଲା ଗାଈଗୋରୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା କରାଯାଇଛି । ପଶୁ ସମ୍ପଦ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।"

ଓମ୍ଫେଡ଼ ଗୋଲ୍ଡ ପ୍ଲସ କ୍ଷୀର:

ସେହିପରି ବଜାରରେ ଉପଲବ୍ଧ ହେବ ଏହି ଗେରୁଆ ରଙ୍ଗ ପ୍ୟାକେଟ କ୍ଷୀର ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଏହି ନୂଆ କ୍ଷୀର ପ୍ୟାକେଟ ଅନ୍ୟ କ୍ଷୀର ଅପେକ୍ଷା ଅଧିକ ଗୁଣବତ୍ତା ବହନ କରୁଛି ବୋଲି କହିଛନ୍ତି ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମାର୍କେଟ ଚାହିଦାକୁ ଦେଖି ଏହି କ୍ଷୀର ଲଞ୍ଚ କରାଯାଇଛି । ଅନ୍ୟ କ୍ଷୀରର ମୂଲ୍ୟ ଯାହା ରହିଛି ଗୋଲଡ଼ ପ୍ଲସ କ୍ଷୀର ପ୍ୟାକେଟ ମୂଲ୍ୟ ମଧ୍ୟ ପଖାପାଖି ସମାନ ରହିଛି । ଏହି ଅବସରରେ ମନ୍ତ୍ରୀ ଗୋକୁକନନ୍ଦ ମଲ୍ଲିକ କହିଛନ୍ତି, "ପଶୁ ସମ୍ପଦ କ୍ଷେତ୍ରରେ ଆମ ସରକାର କାର୍ଯ୍ୟ କରିବ । ଓଡ଼ିଶା ସରକାରଙ୍କ ୧୦୦ ଦିନର ଯୋଜନାରେ ଆମ ବିଭାଗ ମଧ୍ୟ ରହିଛି । ଆମ ବିଭାଗ ଅନେକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରିଛି । ଗୋକୁଳ ମିଶନରେ ଅନେକ ଗ୍ରାମାଞ୍ଚଳ ଲୋକେ ସ୍ୱାବଲମ୍ବୀ ହେବେ ।

ଏହା ମଧ୍ୟ ପଢ଼ନ୍ତୁ...ଗାଇଡଲାଇନ ଆଣିଲେ ମୋହନ ସରକାର, ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସରକାରୀ ବାବୁ - Odisha Govt New Guidelines

ରଙ୍ଗ ପରିବର୍ତ୍ତନ ନେଇ ଏଭଳି କହିଲେ ମନ୍ତ୍ରୀ:

ଗୋକୁଳାନନ୍ଦ ଏହା ମଧ୍ୟ କହିଛନ୍ତି, "ନୂଆ କ୍ଷୀର ପ୍ୟାକେଟରେ ଫ୍ୟାଟ ୧ ପ୍ରତିଶତ ଅଧିକ ରହିଛି । କ୍ରିମ ଏବଂ ଟେଷ୍ଟ ଭଲ ଅଛି । ଲୋକଙ୍କ ଦ୍ୱାରା ଏହା ଗ୍ରହଣ ହେବ । ମାର୍କେଟ ଚାହିଦା ଅନୁସାରେ ଏହାକୁ ଲଞ୍ଚ କରାଯାଇଛି । ଅଲଗା କ୍ଷୀର ବଜାରରେ ଯାହା ଅଛି ସେହି ଅନୁସାରେ ନୂଆ ଗୋଲଡ଼ ପ୍ଲସ ରେଟ ମଧ୍ୟ ପାଖାପାଖି ଅଛି ।" ସେହିପରି ପ୍ୟାକେଟର ରଙ୍ଗ ପରିବର୍ତ୍ତନକୁ ନେଇ କହିଛନ୍ତି, "ରଙ୍ଗ ପରିବର୍ତ୍ତନ ସମାଜର ନିୟମ । ଏଥିରେ ଅସୁବିଧା ନାହିଁ । ପ୍ରଗତି ଓ ବିକାଶର କଥା ଆମେ କହୁଛୁ । ଯେଉଁମାନେ ଓଡିଶାକୁ ୨୪ ବର୍ଷ ଧରି ନେଳିଆ କରି ପକେଇଥିଲେ ତାଙ୍କର କ'ଣ ନୈତିକ ଅଧିକାର ଅଛି ରଙ୍ଗ କଥା କହିବା ପାଇଁ । ୨୪ ବର୍ଷରେ ସେମାନେ ରହିଲେ ଓଡ଼ିଶାର ଖଣିକୁ ଆଗକୁ ନେଇ ପାରିଲେ ନାହିଁ । ଗୋଶାଳା ସରକାରଙ୍କ ନିୟମ ଭିତରେ ଆସୁଛି । ସମସ୍ତ ବିଧାୟକମାନଙ୍କୁ ଅନୁରୋଧ କରିଛୁ ସମସ୍ତେ ଗୋଶାଳା କରନ୍ତୁ । ୯୦ ପ୍ରତିଶତ ସବସିଡ ମଧ୍ୟ ଏହା ପାଇଁ ଦିଆଯାଉଛି । ଗୋ ସୁରକ୍ଷା ପାଇଁ ଆମେ କାମ କରିବୁ । ୫ ବର୍ଷ ପାଇଁ ଆହୁରି ଯୋଜନା ହେବ । ୨୦୦ ଗୋଶାଳା ନୂଆ କରିବୁ । ପ୍ରତି ଗାଈ ପିଛା ୫୪ ଟଙ୍କା ଦୈନିକ ଖର୍ଚ୍ଚ ରହୁଛି ।"

ଏହା ମଧ୍ୟ ପଢ଼ନ୍ତୁ...JOB: 'ଜଙ୍ଗଲ ବିଭାଗରେ ୨ ହଜାର ଚାକିରୀ, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି' - Forest Department Review

ଆରମ୍ଭ ହେବ ଓମଫେଡ ଭେଣ୍ଡିଂ ମେସିନ:

ଅନ୍ୟପଟେ ଭୁବନେଶ୍ୱରରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓମଫେଡ ଭେଣ୍ଡିଂ ମେସିନ । ଡିଜିଟାଲ ପେମେଂଟ ମାଧ୍ୟମରେ ଗ୍ରାହକ ପାଇପାରିବେ ଓମ୍ଫେଡ଼ର ସମସ୍ତ ସାମଗ୍ରୀ । ପ୍ରାଥମିକ ଭାବେ ଜନପଥରେ ଏହି ଭେଣ୍ଡିଂ ମେସିନ ବସେଇବାକୁ ଯୋଜନା କରିଛି ଓମ୍ପଫେଡ । ବିଏମସି ସହ ଏ ନେଇ ଆଲୋଚନା ହୋଇଛି । ସ୍ଥାନ, ଇଲେକ୍ଟ୍ରି ସହ ଅନ୍ୟାନ୍ୟ ସବୁ କିଛି ସୁବିଧାକୁ ଆଲୋଚନାକୁ ନେଇ ଏହି ଯୋଜନାର ଶୁଭାରମ୍ଭ କରାଯିବ । ପରବର୍ତୀ ସମୟରେ ୨୦ଟି ଭେଣ୍ଡିଂ ମେସିନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବସାଇବା ନେଇ ସୂଚନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ଓମଫେଡର ମ୍ୟାନେଜିଂ ଡାଇରେକ୍ଟର ବିଜୟ ଅମୃତା କୁଲାଙ୍ଗେ । ଲୋକସେବା ଭବନରେ ପ୍ରଥମ ଥର ପାଇଁ ଆୟୋଜିତ ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ମୌସୁମୀ ବୈଠକରେ ଏହାର ଡେମୋ ପ୍ରଦର୍ଶିତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...CM Kisan Yojana: ଅନ୍ନଦାତାଙ୍କୁ ନୂଆଖାଇ ଭେଟି, ସିଏମ କିଷାନ ଯୋଜନା ଶୁଭାରମ୍ଭ, ଚାଷୀଙ୍କ ଖାତାକୁ ଗଲା 925 କୋଟି - Nuakhai Gift For Farmers

ବୈଠକରେ ଏମାନେ ଥିଲେ ଉପସ୍ଥିତ:

ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ମୌସୁମୀ ବୈଠକ ହୋଇଥିବା ବେଳେ ବିଭିନ୍ନ ରାଜ୍ୟର ଉଦ୍ୟୋଗୀମାନେ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଂଜନ ସିଂ, ଗୋପାଳନ ଓ ସଂଖ୍ୟା ଲଘୁ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଜର୍ଜ କୁରିଅନ, ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.