ETV Bharat / technology

Hyundai Creta Launched: ବ୍ଲାକ୍‌ ବୋଲ୍ଡ ଲୁକ୍‌ ସହ ଲଞ୍ଚ ହେଲା Cretaର Knight Edition; ଦାମ 14.51 ଲକ୍ଷ - Hyundai Creta launched In India

author img

By ETV Bharat Tech Team

Published : Sep 6, 2024, 12:33 PM IST

Hyundai Creta Knight Edition: ସାଉଥ କୋରିଆ ଅଟୋମୋବାଇଲ କମ୍ପାନୀ ହୁଣ୍ଡାଇ (Hyundai) କ୍ରେଟା ନାଇଟ ଏଡିସନ ଲଞ୍ଚ କରିଛି । ବ୍ଲାକ ବୋଲ୍ଡ ଲୁକ୍‌ରେ ଏହି କାରଟି ବେଶ ଷ୍ଟାଇଲିସ ଲାଗୁଥିବା ବେଳେ ଏହାର ଦାମ ରହିଛି 14.51 ଲକ୍ଷ ଟଙ୍କା । କଣ ରହିଛି ଫିଚର୍ସ ଆସନ୍ତୁ ଜାଣିବା...

Hyundai Creta Knight Edition
Hyundai Creta Knight Edition (Hyundai)

ହାଇଦ୍ରାବାଦ: ଭାରତରେ ଲଞ୍ଚ ହୋଇଯାଇଛି ସାଉଥ କୋରିଆ ଅଟୋମୋବାଇଲ କମ୍ପାନୀ ହୁଣ୍ଡାଇ ନୂଆ କ୍ରେଟା କାର । ଭାରତୀୟ ଗ୍ରାହକଙ୍କ ଲାଗି ଆକୃଷ୍ଟ କରିବା ଲାଗି ଷ୍ଟାଇଲିସ ଲୁକ୍‌ର କାର ଆଣିଥାଏ ଏହି କମ୍ପାନୀ । ଏହି କାରରେ 21 ନୂଆ ପରିବର୍ତ୍ତନ କରାଯାଇଛି । ଫେଷ୍ଟିଭ ସିଜନକୁ ଆଖି ଆଗରେ ରଖି ଏହି SUVର ନୂଆ ଏଡିସନ ଲଞ୍ଚ ହୋଇଛି । ଯଦି ଆପଣ ଏକ ଷ୍ଟାଇଲିସ କାରର ଖୋଜରେ ଅଛନ୍ତି ତେବେ ଏହି କାରଟି ଆପଣଙ୍କ ପାଇଁ ହୋଇପାରେ ।

କଣ ରହିଛି ଫିଚର୍ସ ?

ନାଇଟ ଏଡିସନ କ୍ରେଟା SUV କଳା ରଙ୍ଗର ରହିଛି । ଏହାର କ୍ୟାବିନଠୁ ଆରମ୍ଭ କରି ସିଟ୍‌ ମଧ୍ୟ ବ୍ଲାକ ଲେଦର ରହିଛି । ସ୍ପୋର୍ଟି ମେଟାଲ ପେଡାଲ ସହିତ ଷ୍ଟିଅରିଂ ହ୍ବିଲ, ଗିଅର ବୁଟ୍‌ ସବୁକିଛି ଏହାର ଷ୍ଟାଇଲିସ ରହିଛି । 17 ଇଞ୍ଚର ବ୍ଲାକ ଆଲଏ ହ୍ବିଲ ରହିଛି । ଏହି କାରରେ ବ୍ଲାକ ମ୍ୟାଟ୍‌ ରଙ୍ଗର ଲୋଗୋ ମଧ୍ୟ ରହିଛି ।

କେମିତି ରହିଛି ଇଣ୍ଟିରିୟର:-

ହୁଣ୍ଡାଇ କ୍ରେଟା ନାଇଟ ଏଡିସନର ଇଣ୍ଟିରିୟର ବି ଏହି ଥିମ ରଖାଯାଇଛି । ଏହାର ଇଣ୍ଟିରିୟରକୁ ବ୍ଲାକ୍‌ ଥିମ ସହିତ ବ୍ରାସ ରଙ୍ଗ ମଧ୍ୟ ରହିଛି । ଯାହାକୁ ଷ୍ଟିଚିଂ, ଷ୍ଟିଅରିଂ ହ୍ବିଲ ଓ ମେଟାଲ ପେଡାଲରେ ଏହି ରଙ୍ଗ ଦେଖିବାକୁ ମିଳିବ ।

Hyundai Creta Knight Edition
Hyundai Creta Knight Edition (Hyundai)

ଇଞ୍ଜିନ କେତେ ଦମଦାର ?

SUVରେ 1.5 ଲିଟର କ୍ଷମତା ସହିତ ପେଟ୍ରୋଲ ଇଞ୍ଜିନ ଦିଆଯାଇଛି । ଏହାସହିତ 6-ସ୍ପିଡ ମ୍ୟାନୁଆଲ ଓ ଅଟୋମେଟିକ ଟ୍ରାନ୍ସମିସନ ମିଳିବ । ଦ୍ବିତୀୟ ଇଞ୍ଜିନ ବିକଳ୍ପ ଭାବରେ ଏଥିରେ 1.5 ଲିଟରର ସିଆରଡିଆଇ ଡିଜେଲ ଇଞ୍ଜିନ ମଧ୍ୟ ପ୍ରଦାନ କରାଯାଇଛି । Kinght Editionକୁ କେବଳ ଏସ ଓ ଏସଏକ୍ସ ଅପସନ ଭାରିଏଣ୍ଟସ ସହିତ ଉପଲବ୍ଧ କରାଯାଇଛି ।

କେତେ ରହିଛି ଦାମ ?

ହୁଣ୍ଡାଇ ପକ୍ଷରୁ କ୍ରେଟା ନାଇଟ ଏଡିସନର ପ୍ରାରମ୍ଭିକ ଏକ୍ସ ଶୋ'ରୁମ ମୂଲ୍ୟ 14.50 ଲକ୍ଷ ଟଙ୍କା ରଖାଯାଇଛି । ଏହି ମୂଲ୍ୟ ଏହାର ପେଟ୍ରୋଲ ଇଞ୍ଜିନ ଏସ ଅପସନାଲ ମ୍ୟାନୁଆଲ ଟ୍ରାନ୍ସମିସନ ପାଇଁ ରହିଛି । ପେଟ୍ରୋଲରେ ଏହାର S ଏଡିସନର ଟପ୍‌ ଭାରିଏଣ୍ଟର ଏକ୍ସ ଶୋ'ରୁମ ମୂଲ୍ୟ 18,88200 ଟଙ୍କା ରହିଛି । ସେହିପରି ଡିଜେଲ ଇଞ୍ଜିନ ଭାରିଏଣ୍ଟର ଏକ୍ସ ଶୋ'ରୁମ ମୂଲ୍ୟ 16.08 ଲକ୍ଷଠୁ ଆରମ୍ଭ କରି 20.15ଲକ୍ଷ ରହିଛି । ଯଦି କୌଣସି ଗ୍ରାହକ ଟାଇଟନ ଗ୍ରେ ମ୍ୟାଟ ରଙ୍ଗର କ୍ରେଟାକୁ କିଣିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଅତିରିକ୍ତ 5ହଜାର ଟଙ୍କା ଦେବାକୁ ପଡ଼ିବ ।

ପଢନ୍ତୁ ଅନ୍ୟ କିଛି ଖବର

3 ଇଞ୍ଜିନ ବିକଳ୍ପ ସହିତ ଲଞ୍ଚ ହେଲା Tata Curvv, ଜାଣନ୍ତୁ କେତେ ଦାମ ଓ କଣ ଖାସ

ବନ୍ୟା ଅଞ୍ଚଳ ପାଇଁ ବରଦାନ; ପାଣି ଭର୍ତ୍ତି ରାସ୍ତାରେ ବି ସହଜରେ ଗଡ଼ିବ ଏହି କାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.