ETV Bharat / health

ଏସବୁ ବାସନରେ ରାନ୍ଧୁନାହାନ୍ତି ତ ଖାଦ୍ୟ ? ହୋଇପାରେ ହାନିକାରକ - Best Utensils for Cooking

author img

By ETV Bharat Health Team

Published : Aug 25, 2024, 1:06 PM IST

Which Cookware Is Safest for Your Daily Cooking: ଯଦି ଆପଣ ବି ସୁସ୍ଥ ରହିବାକୁ ଚାହାଁନ୍ତି, ତାହେଲେ ଷ୍ଟେନଲେସ୍ ଷ୍ଟିଲ ବାସନ, ନଚେତ୍ ମାଟି କିମ୍ବା ଲୁହା ବାସନରେ ଖାଦ୍ୟ ରାନ୍ଧନ୍ତୁ । କାରଣ ଆଜିକାଲି ଅନେକ ଲୋକ ଆଲୁମିନିୟମ, ଷ୍ଟିଲ, ନିନଷ୍ଟିକ କୁକୱେୟାର ଆଦି ବିଭିନ୍ନ ପ୍ରକାରର ବାସନ ବ୍ୟବହାର କରୁଛନ୍ତି । ଯାହା ଆପଣଙ୍କ ସ୍ବାସ୍ଥ୍ୟପ୍ରତି ଘାତକ ହୋଇପାରେ । କେଉଁ ବାସନରେ ରୋଷେଇ କରିବା ହୋଇପାରେ ହାନିକାରକ ? କେଉଁ ବାସନ ସୁରକ୍ଷିତ ? ପଢନ୍ତୁ ଏହି ଖବରରେ

ଏସବୁ ବାସନରେ ରାନ୍ଧୁନାହାନ୍ତି ତ ଖାଦ୍ୟ ? ହୋଇପାରେ ହାନିକାରକ
ଏସବୁ ବାସନରେ ରାନ୍ଧୁନାହାନ୍ତି ତ ଖାଦ୍ୟ ? ହୋଇପାରେ ହାନିକାରକ (Etv Bharat)

ହାଇଦ୍ରାବାଦ: ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ବାସନ ମିଳେ । କାହାର ରଙ୍ଗ ତ ଆଉ କାହାର ଡିଜାଇନ ଲୋକଙ୍କୁ ଆକର୍ଷିତ କରେ । ଏମିତି ସମସ୍ତେ ନିଜ ନିଜ ପସନ୍ଦର ବାସନରେ ଖାଦ୍ୟ ରାନ୍ଧିବା ଓ ଖାଇବାକୁ ଭଲ ପାଆନ୍ତି । କିଛି ଆଲୁମିନିୟମ ବାସନରେ ରୋଷେଇ କରନ୍ତି ତ ଆଉ କିଛି ଷ୍ଟେନଲେସ୍ ଷ୍ଟିଲ କିମ୍ବା ନନଷ୍ଟିକ ବାସନ ପସନ୍ଦ କରନ୍ତି । ବିଭିନ୍ନ ରଙ୍ଗର ଓ ବିଭିନ୍ନ ଡିଜାଇନର ବାସନ ବ୍ୟବହାର କରିବାକୁ ଲୋକେ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି ।

ଯଦି ଗାଁ କଥା କହିବା, ତାହେଲେ ଆଜି ବି ସେଠାରେ ଲୋକମାନେ ରୋଷେଇ ପାଇଁ ମାଟିପାତ୍ର ବା ମାଟି ତିଆରି ହାଣ୍ଡି, କଡେଇ ଅଧିକ ପସନ୍ଦ କରନ୍ତି । ତେବେ କେବେ ଭାବିଛନ୍ତି କି, ଆପଣ ଯେଉଁ ଧାତୁ ନିର୍ମିତ ବାସନ ବ୍ୟବହାର କରୁଛନ୍ତି ତାହା ସ୍ବାସ୍ଥ୍ୟ ପ୍ରତି କେତେ ହିତକର ? କାରଣ ଏପରି ଅନେକ ବାସନ ରହିଛି, ଯେଉଁଥିରେ ଖାଦ୍ୟ ଖାଇବା ଏବଂ ରାନ୍ଧିବା ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ତେଣୁ ସୁସ୍ଥ ରହିବାକୁ କେବଳ ଭଲ ଖାଦ୍ୟ ନୁହେଁ, ସୁରକ୍ଷିତ ବାସନରେ ମଧ୍ୟ ଜରୁରୀ । କାରଣ ଅଧିକାଂଶ ଧାତୁ ବା ମେଟାଲ ବାସନରେ ବିଷାକ୍ତ କେମିକାଲ ରହିଥାଏ, ଯାହା ଖାଦ୍ୟ ଭିତରକୁ ଯାଇ ଦୂଷିତ କରେ । ତେଣୁ କେଉଁ ବାସନର ରୋଷେଇ କରିବା ସୁରକ୍ଷିତ, ତାହା ଜାଣିବା ଜରୁରୀ ।

ଏସବୁ ବାସନରେ ରାନ୍ଧୁନାହାନ୍ତି ତ ଖାଦ୍ୟ ? ହୋଇପାରେ ହାନିକାରକ
ଏସବୁ ବାସନରେ ରାନ୍ଧୁନାହାନ୍ତି ତ ଖାଦ୍ୟ ? ହୋଇପାରେ ହାନିକାରକ (ETV Bharat)

ଯଦି ଦେଖାଯାଏ, ଆଜିକାଲି ଆମର ରୋଷେଇ ଘର, ହାଇ-ଟେକ ଜାଗାରେ ବଦଳି ଗଲାଣି । ଯେଉଁଠି ପାରମ୍ପରିକ ମାଟି, ଷ୍ଟିଲ ବାସନ ସ୍ଥାନରେ ନନ-ଷ୍ଟିକ ବାସନ ଜାଗା ନେଲାଣି । କାରଣ ଏହି ବାସନରେ ଖାଦ୍ୟ ଲାଗିନଥାଏ କି ପୋଡିନଥାଏ । ହେଲେ ଏହା ସ୍ବାସ୍ଥ୍ୟ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ । ନିକଟରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ଓ ରାଷ୍ଟ୍ରୀୟ ପୋଷଣ ସଂସ୍ଥାନ (NIN) ଭାରତୀୟଙ୍କ ପାଇଁ ଆହାର ସମନ୍ଧୀୟ ଗାଇଡଲାଇନ ଜାରି କରିଛି, ଯେଉଁଥିରେ ମାଟିପାତ୍ରକୁ ଅଧିକ ସୁରକ୍ଷିତ ବୋଲି ଦାବି କରାଯାଇଛି ।

ମାଟିପାତ୍ର:

ଖାଦ୍ୟ ରାନ୍ଧିବା ପାଇଁ ମାଟିପାତ୍ର ସବୁଠୁ ସୁରକ୍ଷିତ ଅଟେ । ଏହି ବାସନରେ ରୋଷେଇ କଲେ ଖୁବ୍ କମ୍ ତେଲ ଦରକାର ପଡିଥାଏ । ଏହା ପରିବେଶ ଅନୁକୂଳ ସହିତ ଖାଦ୍ୟର ପୌଷ୍ଟିକତାକୁ ବି ବଜାୟ ରଖେ । ମାଟି ବାସନ ଖାଦ୍ୟରେ ଉତ୍ତାପ ସଂଚାର କରିଥାଏ, ଯଦ୍ବାରା ପୋଷକତତ୍ତ୍ବ ସୁରକ୍ଷିତ ରହିଥାଏ ।

ମେଟାଲ ବାସନ:

ଆମେ ବିଭିନ୍ନ ପ୍ରକାରର ବାସନ ବ୍ୟବହାର କରୁଛେ, ଯାହା ଅଲଗା ଅଲଗା ମେଟାଲରେ ନିର୍ମିତ । ଏଥିରୁ କିଛି ବାସନ ଯେମିତି- ଆଲୁମିନିୟମ, ଲୁହା, ପିତ୍ତଳ କିମ୍ବା ତମ୍ବାରେ ଖାଦ୍ୟ ରାନ୍ଧିବା କିମ୍ବା ରଖିବା ଦ୍ବାରା ଏହା ଖାଦ୍ୟରେ ମିଶିଯାଇଥାଏ । ଆଲୁମିନିୟମ, ଲୁହା, ପିତ୍ତଳ ଓ ତମ୍ବା ବାସନରେ ଆଚାର, ଚଟଣୀ, ସାମ୍ବର ଓ ସସ୍ ଭଳି ଖାଦ୍ୟ ସଂରକ୍ଷଣ କଲେ ଏହା ସୁରକ୍ଷିତ ରହିଥାଏ ।

ଷ୍ଟେନଲେସ୍ ଷ୍ଟିଲ ବାସନ:

ଯଦି ଠିକ୍ ଭାବେ ବ୍ୟବହାର କରାଯାଏ, ତାହେଲେ ଷ୍ଟେନଲେସ୍ ଷ୍ଟିଲ ବାସନ ମଧ୍ୟ ଖାଦ୍ୟ ରାନ୍ଧିବା ପାଇଁ ସୁରକ୍ଷିତ । ଏହାର ସ୍ଥାୟିତ୍ବ, କଳଙ୍କି ନଲାଗିବା ଆଦି ବିଭିନ୍ନ ଫାଇଦା କାରଣରୁ ସାରା ବିଶ୍ବରେ ରୋଷେଇଘରେ ଏହି ବାସନ ବ୍ୟାପକ ବ୍ୟବହାର କରାଯାଉଛି । ଏହା ଅମ୍ଲଯୁକ୍ତ କିମ୍ବା କ୍ଷାର ଖାଦ୍ୟ ପଦାର୍ଥ ସହିତ ମିଶେ ନାହିଁ କିମ୍ବା ପ୍ରତିକ୍ରିୟା କରେନାହିଁ । ଏହାର ଅର୍ଥ ଯଦି ଏହି ବାସନରେ ଖାଦ୍ୟ ରଖାଯାଏ, ତାହେଲେ ଖାଦ୍ୟରେ ମେଟାଲର ସ୍ବାଦ କିମ୍ବା ହାନିକାରକ ପଦାର୍ଥ ମିଶିବାର ସମ୍ଭାବନା ନଥାଏ ।

ଟେଫଲନ କୋଟେଡ ନନଷ୍ଟିକ ପ୍ୟାନ:

ଟେଫଲନ କୋଟେଡ ନନଷ୍ଟିକ ପ୍ୟାନ 170 ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରାରେ ଗରମ ହେଲେ ବିପଦପୂର୍ଣ୍ଣ ହୋଇପାରେ । ଏହା ସେତେବେଳେ ହୋଇଥାଏ, ଯେବେ ଖାଲି ପ୍ୟାନକୁ ଦୀର୍ଘ ସମୟ ଯାଏଁ ନିଆଁ ଉପରେ ରଖାଯାଏ । ଏହାଦ୍ବାରା କୋଟିଙ୍ଗସ୍ ବିଷାକ୍ତ ଧୂଆଁ ସୃଷ୍ଟି କରିଥାଏ । ତେଣୁ ଏହି ନନଷ୍ଟିକ ବାସନ ବ୍ୟବହାର ବେଳେ ଏହାର ୟୁଜ ଏବଂ କ୍ଲିନିଂ ଇନଷ୍ଟ୍ରକସନ କଡାକଡି ପାଳନ କରିବା ଉଚିତ୍ । ବାସନର କୋଟିଙ୍ଗ ଖରାପ ହୋଇଯିବା ପରେ ଏହାକୁ ଆଦୌ ବ୍ୟବହାର କରିବା ଠିକ୍ ନୁହେଁ ବରଂ ଫିଙ୍ଗିଦେବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ: ଡାକ୍ତରଙ୍କ ଚେତାବନୀ; ଦାନ୍ତ ପ୍ରତି କରନ୍ତୁ ନାହିଁ ଅବହେଳା, ନଚେତ ସମୟ ପୂର୍ବରୁ ଝଡ଼ିପଡ଼ିବ ସବୁ ଦାନ୍ତ - Tips For Dental Care

ଗ୍ରାନଇଟ୍ ଷ୍ଟୋନ ବାସନ:

ଆଜିକାଲି ମିଳୁଥିବା ଗ୍ରାନଇଟ୍ ଷ୍ଟୋନ ବାସନ ପୂର୍ବ ପିଢି ବ୍ୟବହାର କରୁଥିବା ବାସନ ତୁଳନାରେ ହାଲୁକା ଅଟେ । ଏଥିରେ ଉଭୟ ସମୟ ଓ ଶକ୍ତି ବଞ୍ଚିଥାଏ । ଏଥିରେ ଦୀର୍ଘ ସମୟ ଯାଏଁ ଉତ୍ତାପ ରହେ । ଏମିତି ଗ୍ୟାସ୍ କିମ୍ବା ହିଟର ବନ୍ଦ ହେବ ପରେ ବି ଉତ୍ତାପ ରହିଥାଏ । ଏହା ହାଲୁକା, ଦୀର୍ଘସ୍ଥାୟୀ ଏବଂ ସଫା କରିବା ପାଇଁ ମଧ୍ୟ ସହଜ । ଗ୍ରାନାଇଟ ବାସନରେ କମ୍ ଓ ମଧ୍ୟମ ଆଞ୍ଚରେ ଖାଦ୍ୟ ରାନ୍ଧିବା ଉଚିତ୍ । ବାସନ ଟେଫଲନ କୋଟିଙ୍ଗ ନଥିଲେ ଏହାକୁ ସୁରକ୍ଷିତ ବିଚାର କରାଯାଏ ।

ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି ତାହେଲେ ଷ୍ଟେନଲେସ୍ ଷ୍ଟିଲ, ଆଇରନ ବାସନ କିମ୍ବା ମାଟିପାତ୍ରରେ ଖାଦ୍ୟ ରାନ୍ଧନ୍ତୁ ଓ ଖାଆନ୍ତୁ । ଆଲୁମିନିୟମ, ସେରାମିକ, ନନଷ୍ଟିକ ବାସନ କମ୍ ବ୍ୟବାହର କରିବାକୁ ଚେଷ୍ଟା କରନ୍ତୁ ।

Disclaimer- ଏହି ଲେଖାଟି କେବଳ ସାଧାରଣ ସୂଚନା ଉପରେ ଆଧାରିତ । ଅଧିକ ସୂଚନା ପାଇଁ ସବୁବେଳେ ନିଜ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.