ETV Bharat / entertainment

3 idiot-2: ଥ୍ରୀ ଇଡିଏଟ୍‌ ସିକ୍ବେଲକୁ ନେଇ ରାଗିଲେ ବେବୋ ! ଦେଖନ୍ତୁ ଭିଡିଓ

author img

By

Published : Mar 24, 2023, 3:32 PM IST

Updated : Mar 24, 2023, 4:14 PM IST

ଆମୀର ଖାନ, ଆର ମାଧବନ ଏବଂ ଶର୍ମନ ଯୋଶୀଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ 3 Idiots ସିକ୍ବେଲ ପାଇଁ କାମ ଆରମ୍ଭ ହୋଇଛି । ହେଲେ ଏକଥା ଜାଣିନାହାନ୍ତି ବଲିଉଡ ବେବୋ କରୀନା କପୁର । ଏନେଇ ଭିଡିଓ ସେୟାର ଏମିତି କହିଲେ । ଅଧିକ ପଢନ୍ତୁ,

3 ଇଡିଏଟ ସିକ୍ବେଲକୁ ନେଇ ରାଗିଲେ ବେବୋ!
3 ଇଡିଏଟ ସିକ୍ବେଲକୁ ନେଇ ରାଗିଲେ ବେବୋ!
ଥ୍ରୀ ଇଡିଏଟ୍‌ ସିକ୍ବେଲକୁ ନେଇ ରାଗିଲେ ବେବୋ !

ମୁମ୍ବାଇ: ପୁଣି ଥରେ ସିଲଭର ସ୍କ୍ରିନ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରିବେ ଥ୍ରୀ ଇଡିଅଟ୍‌ସ୍‌ । କାରଣ ସୁପରହିଟ୍‌ ଫିଲ୍ମ ଥ୍ରୀ ଇଡିଅଟ୍‌ର ସ୍ୱିକେଲ ନେଇ କାମ ଆରମ୍ଭ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ହେଲେ ଏହାକୁ ନେଇ ଅଜ୍ଞ ଥିବା କଥା କହିଛନ୍ତି ଅଭିନେତ୍ରୀ କରୀନା କପୁର । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଅସନ୍ତୋଷ ଜାହିର କରିଛନ୍ତି ବେବୋ । 3 Idiotsର ସିକ୍ବେଲ ଆସିବା ନେଇ ତାଙ୍କୁ ଜଣାନଥିବା କହିଛନ୍ତି ବେବୋ । ତାଙ୍କ ବିନା କିପରି ଏହା ସମ୍ଭବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବେବୋ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଅଭିନେତ୍ରୀ ଆମିର ଖାନ, ଆର ମାଧବନ ଏବଂ ଶର୍ମନ ଯୋଶୀଙ୍କୁ ଦୀର୍ଘ ସମୟ ପରେ ଏକାଠି ଦେଖିବାକୁ ମିଳିଥିଲା । ଏହି ଫଟୋ ସେୟାର୍ କରି ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ 3 Idiots-2 ର ଖୁସି ଖବର ପ୍ରଶଂସକଙ୍କୁ ଦେଇଛନ୍ତି । ଏହି ଫଟୋରେ 3 ଅଭିନେତା ଲାଲ୍ ସ୍ପୋର୍ଟସ୍ ଡ୍ରେସ୍‌ରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବାର ନଜର ଆସିଥିଲେ । କୁହାଯାଉଛି କି, ଏହି ସମ୍ମିଳନୀରେ 3 ଇଡିଅଟ୍ସର ସିକ୍ବେଲ୍ ବିଷୟରେ ଆଲୋଚନା ଚାଲିଥିଲା ।

ଏହି ଫଟୋ ସହ ଭିଡିଓ କରି କରୀନା କପୁର କହିଛନ୍ତି, "ମୁଁ ଛୁଟି କାଟିବା ବେଳେ ଜାଣିବାକୁ ପାଇଲି ଯେ ଏହି ତିନି ଜଣ କିଛି ପ୍ରେସ୍‌ମିଟ୍‌ କରିଥିଲେ । ମୁଁ ଜାଣିବାକୁ ପାଇଲି ଯେ, ଆମିର ଖାନ, ଆର ମାଧବନ ଏବଂ ଶର୍ମନ ଯୋଶୀ ମିଶିକି କିଛି କରିବାକୁ ଯାଉଛନ୍ତି । ସାମ୍ବାଦିକ ସମ୍ମିଳନୀକୁ ଦେଖିଲେ ଲାଗୁଛି ଏମାନେ କିଛି ସିକ୍ରେଟ୍‌ ରଖୁଛନ୍ତି । ମୋତେ ଲାଗୁଛି କି 3-idiots ସିକ୍ବେଲ ଆସୁଛି । ଏହି ସମ୍ମିଳନୀରେ ଏମାନେ ସଲମାନ୍‌ଙ୍କ ଫିଲ୍ମ ପ୍ରମୋସନ ତ କରୁନଥିବେ, ମୋତେ ଲାଗୁଛି କି 3-idiots ସିକ୍ବେଲ ବିଷୟରେ କହୁଛନ୍ତି। ତେବେ ମୋ ବିନା କିପରି ଫିଲ୍ମ ତିଆରି ହୋଇପାରିବ। ଏନେଇ ବମନ ସବୁ ଜାଣିଥିବେ ମୁଁ ତାଙ୍କୁ କଲ୍‌ କରି ବୁଝେ କଣ ଚାଲିଛି । ମୋତେ ଏହା ଲାଗୁଛି କି ଏମାନେ ଏହା ମୋତେ ଲୁଚାଇଛନ୍ତି ଏହା ବହୁତ ଆଶ୍ଚର୍ଯ୍ୟର କଥା ।"

ତେବେ କରୀନାଙ୍କ ଏହି ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ଯେ 3 Idiots ର ସିକ୍ବେଲ ଉପରେ କାମ ନିଶ୍ଚିତ ଭାବରେ କିଛି ଆରମ୍ଭ ହୋଇଛି । ହିନ୍ଦୀ ସିନେମାର ସବୁଠାରୁ ଲୋକପ୍ରିୟ ଫିଲ୍ମ ରହିଥିଲା 3 Idiots । ଏହି ଫିଲ୍ମରେ ଅଭିନେତା ଆମୀର ଖାନ, ଆର ମାଧବନ, କରୀନା କପୁର ଖାନ ଏବଂ ଶର୍ମାନ ଯୋଶୀ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିଥିଲେ । ଏଥିସହ ଫିଲ୍ମରେ ଅନେକ ଶିକ୍ଷଣୀୟ ଜିନିଷ ମଧ୍ୟ ରହିଥିଲା । 2009 ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ 3 ଇଡିଅଟ୍ସକୁ ରାଜକୁମାର ହିରାନୀ ନିର୍ଦ୍ଦେଶନା ଦେଇଥିଲେ । ଯିଏକି 'ମୁନ୍ନାଭାଇ ଏମବିବିଏସ୍', 'ଲଗେ ରହୋ ମୁନ୍ନାଭାଇ' ଏବଂ 'ପି.କେ' ଭଳି ହିଟ୍ ଫିଲ୍ମ ନିର୍ମାଣ କରିଥିଲେ । ଏହାରି ମଧ୍ୟରେ '3 Idiots-2' ଆସିବା ନେଇ ଚର୍ଚ୍ଚା ଜୋର ଧରିଛି ।

Last Updated : Mar 24, 2023, 4:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.