ETV Bharat / city

ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ - former speaker sarat kar passes away

ଆରପାରିରେ ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ସାହିତ୍ୟକ, ସ୍ତମ୍ଭକାର ଶରତ କର । ସେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଅଧିକ ପଢନ୍ତୁ...

ପରଲୋକରେ ବରିଷ୍ଠ ସାହିତ୍ୟକ, ସ୍ତମ୍ଭକାର ଶରତ କର
ପରଲୋକରେ ବରିଷ୍ଠ ସାହିତ୍ୟକ, ସ୍ତମ୍ଭକାର ଶରତ କର
author img

By

Published : Oct 12, 2020, 4:37 PM IST

Updated : Oct 12, 2020, 5:30 PM IST

ଭୁବନେଶ୍ବର: ବରିଷ୍ଠ ରାଜନେତା ତଥା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ 81 ବର୍ଷ ବୟସ ହୋଇଥିଲା । ସେ ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଥିଲେ । ତାଙ୍କ ମୃତ୍ୟୁ ଖବର ତାଙ୍କ ପୁଅ ସୁମନ ଜଣାଇଛନ୍ତି ।

ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସେ ଷଷ୍ଠ ବିଧାନସଭାରେ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । 1971- 1974, 1990- 1995 ଓ 2000- 2004 ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 1977-80ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକି ବଲ୍ଲଭ ପଟ୍ଟନାୟକଙ୍କୁ ଲୋକସଭା ନିର୍ବାଚନରେ ପରାସ୍ତ କରିଥିଲେ । ଓଡିଶା ବିଧାନସଭାରେ ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ଭାବରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ ।

ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ
ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ

ସେ ଓଡିଶାର ଦ୍ବାଦଶ ବିଧାନସଭାର 10 ମାର୍ଚ୍ଚ 2000 - 21 ମେ 2004 ପର୍ଯ୍ୟନ୍ତ ବାଚସ୍ପତି ଥିଲେ । ବିଜେଡି ନେତା ଶରତ କର ଏକାଧାରରେ ଜଣେ ସାହିତ୍ୟକ ଓ ସ୍ତମ୍ଭକାର ଭାବେ ବେଶ ପ୍ରସିଦ୍ଧ ଲାଭ କରିଥିଲେ । ତାଙ୍କ ରଚିତ ଦୃତ ବିଳମ୍ବିତ, ମନ୍ଥନ, ରାମାନ୍ଥନ, ଅନନ୍ୟା ଅନ୍ୟତମ ଅଟେ ।

ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ
ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରି ଟ୍ବିଟ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Oct 12, 2020, 5:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.