ETV Bharat / city

କୋରୋନା ଯୋଦ୍ଧା ଜ୍ୟୋସ୍ନାରାଣୀ, ଘର ଘର ବୁଲି ବାଣ୍ଟୁଛନ୍ତି ମାସ୍କ

author img

By

Published : Apr 16, 2020, 12:10 PM IST

Updated : Apr 16, 2020, 1:11 PM IST

ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର ୬୧ ବର୍ଷୀୟ ଜ୍ୟୋସ୍ନାରାଣୀ ମହାନ୍ତି । ନିଜ ହାତରେ ମାସ୍କ ପ୍ରସ୍ତୁତ କରିବା ସହ ନିଜ ସାହି ଲୋଙ୍କ ଘର ଘର ବୁଲି ଏହାକୁ ବାଣ୍ଟୁଛନ୍ତି । ଅଧିକ ପରଢନ୍ତୁ...

corona
କୋରୋନା ଯୋଦ୍ଧା ଜ୍ୟୋସ୍ନାରାଣୀ

ଭୁବନନେଶ୍ବର: ସାରା ବିଶ୍ବରେ ଏବେ କୋରୋନା ଭାଇରସ ବ୍ୟାପିଥିବାବେଳେ, ଏଥିରେ ଗଲାଣି ଲକ୍ଷାଧିକ ଲୋକଙ୍କ ଜୀବନ । ଏଥିରେ ଭାରତରେ ମଧ୍ୟ ଅନେକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ଅନେକ ଜୀବନ ହାରିଲେଣି । କୋରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିଶେଧକ କାର୍ଯ୍ୟ କରାଯାଉଥିବା ବେଳେ,ବିଭିନ୍ନ ସ୍ଵେଚ୍ଛାସେବୀ ସଂଘଠନ, ସମାଜସେବୀ ମାନେ କୋରୋନା ମହାମାରୀ ରୋକିବା ପାଇଁ ବିଭିନ୍ନ ଉପାୟରେ ସହଯୋଗର ହାତବଢାଉଛନ୍ତି ।

କୋରୋନା ଯୋଦ୍ଧା ଜ୍ୟୋସ୍ନାରାଣୀ, ଘର ଘର ବୁଲି ବାଣ୍ଟୁଛନ୍ତି ମାସ୍କ

ହେଲେ କିଛି ଏମିତି ବ୍ୟକ୍ତି ବିଶେଷ ରହିଛନ୍ତି, ଯେଉଁମାନେ ସ୍ଵଇଚ୍ଛାରେ ଆଗେଇ ଆସିଛନ୍ତି ସହଯୋଗ କରିବା ପାଇଁ ,ଏହିଭଳି ଜଣେ ୬୧ ବର୍ଷୀୟ ମହିଳା ନିଜକୁ କୋରୋନା ଯୁଦ୍ଧରେ ସାମିଲ କରିଛନ୍ତି । ଲକଡାଉନ ସମୟରେ ନିଜ ସାହିର ଲୋକଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର 61 ବର୍ଷୀୟା ଜ୍ୟୋସ୍ନା ରାଣୀ ମହାନ୍ତି । ଖାଲି ତିଆରି କରୁ ନାହାନ୍ତି ପରିଣତ ବୟସରେ ଘର ଘର ବୁଲି ବାଣ୍ଟୁଛନ୍ତି ମଧ୍ୟ । ଲକ୍ଷ୍ମୀସାଗରରେ ରହୁଥୁବା ଜ୍ୟୋସ୍ନାଙ୍କୁ କାମରେ ସାହାଯ୍ୟ କରନ୍ତି ତାଙ୍କର ପୁରା ପରିବାର।

ଏହାବ୍ୟତୀତ ଜ୍ୟୋସ୍ନାରାଣୀଙ୍କ ଘରେ ଭଡାନେଇ ରହୁଥିବା ଲୋକଙ୍କ ଘରଭଡା ବି ଛାଡ କରିଛନ୍ତି । ସୂଚନା ଅନୁସାରେ ଘରଭଡା ବାବଦରେ ୨୫ ହଜାର ଟଙ୍କା ଛାଡକରିଛନ୍ତି ଜ୍ୟୋସ୍ନାରାଣୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Apr 16, 2020, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.