ମଣ୍ଡପରେ ପହଞ୍ଚି ସାରିଥିଲା ବର, କନ୍ୟାକୁ ବିବାହ ବୟସ ଛୁଇଁ ନଥିବାରୁ ଭାଙ୍ଗିଲା ବାହାଘର - ଭୁବନେଶ୍ବରରେ ବାଲ୍ୟ ବିବାହ
ବାଲ୍ୟ ବିବାହ ଅଭିଯୋଗରେ ରାଜଧାନୀ ସ୍ଥିତ ଡୁମୁଡୁମା ଗାର୍ଡେନ ମୁନ ମଣ୍ଡପରେ ବାହାଘର ଭାଙ୍ଗିଲା ଚାଇଲ୍ଡଲାଇନ । ଘରକୁ ଫେରିଲା ବର । ଅଧିକ ପଢନ୍ତୁ
ଭୁବନେଶ୍ବର: ମଣ୍ଡପରେ ପହଞ୍ଚି ସାରିଥିଲା ବର, କନ୍ୟାକୁ ବିବାହ ବୟସ ଛୁଇଁନଥିବାରୁ ଭାଙ୍ଗିଲା ବାହାଘର। ବାଲ୍ୟ ବିବାହ ଅଭିଯୋଗରେ ବାହାଘର ଭାଙ୍ଗିଲା ଚାଇଲ୍ଡଲାଇନ। ଶେଷରେ ଘରକୁ ଫେରିଛନ୍ତି ବର ଓ ବରଯାତ୍ରୀ । ଏକୌଣସି ଉପାନ୍ତ ଅଞ୍ଚଳ ନୁହଁ ବରଂ ରାଜଧାନୀ ସ୍ଥିତ ଡୁମୁଡୁମା ଗାର୍ଡେନ ମୁନ ମଣ୍ଡପରେ ବିବାହ ବନ୍ଦ କରି ନାବାଳିକାକୁ ଉଦ୍ଧାର କରିଛି ପୋଲିସ ଓ ଚାଇଲ୍ଡ ଲାଇନ।
ସୂଚନା ଅନୁଯାୟୀ, ଅଙ୍ଗନବାଡି ତଥ୍ୟ ଆଧାରରେ କନ୍ୟା ଜଣଙ୍କ ୨୦୦୫ରେ ଜନ୍ମ ହୋଇଥିବା ବେଳେ ଘର ଲୋକେ ୨୦୦୦ ଜନ୍ମ ବର୍ଷ ଥିବା ଝିଅର ଆଧାରକାର୍ଡ ଦେଖାଇ ବାହାଘର କରିବାକୁ ଅଡି ବସିଥିଲେ । ଏନେଇ ବିବାହ ଚାଲୁଥିବା ବେଳେ ଚାଇଲ୍ଡ ଲାଇନ ଖବର ପାଇଁ ମଣ୍ଡପରେ ପହଞ୍ଚି ବିବାହ ବନ୍ଦ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା । ଡୁମୁଡୁମା ହାଉସିଂ ବୋର୍ଡ କଲୋନିରେ ନାବାଳିକା ସହ ବରର ବାହାଘରକୁ ଭାଙ୍ଗିଥିଲା ପୋଲିସ ପ୍ରଶାସନ । ଏବେ ଚାଇଲ୍ଡ ଲାଇନର ତତ୍ତ୍ବାବଧାନରେ ରହିଛନ୍ତି ନାବାଳିକା ଜଣଙ୍କ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ