ETV Bharat / city

ବିଜେପି-ବିଜେଡି ମଧ୍ୟରେ ସମଦୂରତା ନୁାହିଁ, ସମର୍ପଣର ରାଜନୀତି ଚାଲିଛି କହିଲେ ନିଶିକାନ୍ତ

author img

By

Published : Aug 23, 2022, 7:32 PM IST

ଓଡ଼ିଶାରେ ବିପକ୍ଷ ନାହିଁ, ବିରୋଧୀ ନାହିଁ । ରାଜ୍ୟରେ ବିଜେଡି ଏବଂ ବିଜେପି ଏକ ମେଣ୍ଟରେ ଅଛନ୍ତି । ବିହାରରେ ନୀତିଶ କୁମାରଙ୍କ ଜେଡିୟୁ ଏନ୍‌ଡିଏ ହାତରୁ ଯିବା ପରେ ଏବେ ବିଜେପି ବିଜେଡି ସହାୟତା ଲୋଡ଼ିଥିବା ଅଭିଯୋଗ ହୋଇଛି । ବିଜେପି ଓ ବିଜେଡି ଉପରେ ବର୍ଷିଛି ଆପ୍‌ । ଅଧିକ ପଢ଼ନ୍ତୁ

BJD has alliance with BJP alleges AAP convenor Nishikant
ବିଜେପି ବିଜେଡି ମଧ୍ୟରେ ସମଦୂରତା ନୁାହିଁ, ସମର୍ପଣର ରାଜନୀତି ଚାଲିଛି କହିଲେ ନିଶିକାନ୍ତ

ଭୁବନେଶ୍ବର: ଓଡ଼ିଶାରେ ବିପକ୍ଷ ନାହିଁ, ବିରୋଧୀ ନାହିଁ । ରାଜ୍ୟରେ ବିଜେଡି ଏବଂ ବିଜେପି ଏକ ମେଣ୍ଟରେ ଅଛନ୍ତି (BJD has alliance with BJP ) । ବିହାରରେ ନୀତିଶ କୁମାରଙ୍କ ଜେଡିୟୁ ଏନ୍‌ଡିଏ ହାତରୁ ଯିବା ପରେ ଏବେ ବିଜେପି, ବିଜେଡି ସହାୟତା ଲୋଡ଼ିଛି । ବିଜେପି ଯେଉଁଭଳି ଭାବରେ କେନ୍ଦ୍ରୀୟ ଏଜେନ୍ସି ଇଡି, ସିବିଆଇର ଭୟ ଦେଖାଇଥିବାରୁ ନବୀନ ବାବୁ ବିଜେପି ପାଖରେ ଶରଣ ପଶିଛନ୍ତି । ସମ ଦୂରତା ନୁହେଁ ରାଜ୍ୟରେ ସମର୍ପଣର ରାଜନୀତି ଚାଲିଛି ବୋଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଆପ୍‌ ଆବାହକ( AAP convener Nishikant ) ନିଶିକାନ୍ତ ମହାପାତ୍ର ।

ଏହା ବି ପଢ଼ନ୍ତୁ BJDକୁ NDAରେ ସାମିଲ ହେବାକୁ ଅଠାୱାଲେଙ୍କ ନିବେଦନ

ଗତକାଲି (ସୋମବାର) କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଓଡ଼ିଶା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନ୍‌ଡିଏ ସହ ଯୋଡ଼ି ହେବାକୁ ପ୍ରସ୍ତାବ ଦେଇଥିଲେ । ଏହାପରେ ଆଜି ପ୍ରେସ୍‌ମିଟ୍‌ (Odisha AAP Press meet ) କରି ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଛି ଆପ୍‌ । ଆପ୍‌ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି, "ଆମେ ବାରମ୍ବାର କହି ଆସିଛୁ ରାଜ୍ୟରେ ବିଜେଡି ଓ ବିଜେପିର ମିଳିତ ସରକାର ଚାଲିଛି । ବିଜେଡିକୁ ରାମଦାସ ଅଠୱାଲେଙ୍କ ମାଧ୍ୟମରେ ଖୋଲା ନିମନ୍ତ୍ରଣ ଦିଆଯାଇଛି । ସେ ସ୍ପଷ୍ଟ କରିଛନ୍ତି ନବୀନ ସରକାର କେନ୍ଦ୍ର ସରକାରଙ୍କୁ ବାହାରେ ରହି ସମର୍ଥନ ଦେଇ ଆସିଛି । ୨୦୨୪ ମେଣ୍ଟ ପାଇଁ ନବୀନ ବାବୁଙ୍କୁ ରାମଦାସ ଅଠାୱାଲେ ପ୍ରସ୍ତାବ ଦେଇଛନ୍ତି । ତେଣୁ ବିଜେଡି ଓ ବିଜେପି ଏହି ଚୋରା ପିରତି ସର୍ବ ସାଧାରଣ କରିବା ଦରକାର । ଏହା ଲୋକ ଜାଣିବା ଦରକାର । ଏହାର ଜବାବ ଚାହୁଁଛନ୍ତି । ଓଡ଼ିଶାରେ ବିପକ୍ଷ ନାହିଁ ବିରୋଧ ନାହିଁ । ନବୀନ ବାବୁ ଓ ବିରୋଧୀ ମେଣ୍ଟରେ ରହିଛନ୍ତି । ଏଭଳି ସ୍ଥିତି ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଫୋକସ କରୁଥିବା ଆପ୍‌କୁ ରାଜ୍ୟବାସୀ ବିକଳ୍ପ ବିଷୟରେ ଚିନ୍ତା କରିବା ଆବଶ୍ୟକ ।"

ଓଡ଼ିଶା ଗସ୍ତ କରି କେନ୍ଦ୍ର ସାମାଜିକ ନ୍ୟାୟ ଓ ଶସକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱାଲେ କହିଥିଲେ, "ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାସ୍‌ ବେଳେ ଏନ୍‌ଡିଏ ସରକାରଙ୍କୁ ବିଜେଡି ବହୁ ସହଯୋଗ କରିଛି । ୨୦୨୪ ନିର୍ବାଚନ ବେଳକୁ ଏନଡିଏ ସହ ଯୋଡ଼ି ହେଲେ ବହୁ ଲାଭରେ ରହିବେ ନବୀନ । ଓଡ଼ିଶାକୁ ଅଧିକ ବଜେଟ ଦେଇ ପାରନ୍ତି ମୋଦି । ୨୦୨୪ରେ ଏନ୍‌ଡିଏ ୨୦୧୯ର ରେକର୍ଡ ଭାଙ୍ଗିବ।"

ସେପଟେ ନେଇ ନୀତିଶଙ୍କ ଦଳ ଜେଡିୟୁକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାମଦାସ ଅଠାୱାଲେ । ନୀତିଶ ଏନଡିଏ ଛାଡିଛନ୍ତି ସତ ହେଲେ ଏନ୍‌ଡିଏ ତାଙ୍କୁ ଛାଡ଼ିନି । ୨୦୨୪ ବେଳକୁ ସେ ପୁଣି ଫେରି ପାରନ୍ତି । ଯଦି ନ ଫେରିଲେ ତଥାପି ଏନଡିଏ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏନଡିଏ ୨୦୨୪ ନିର୍ବାଚନରେ ୩୫୦ରୁ ଅଧିକ ସିଟ୍‌ ପାଇବ ବୋଲି ରାମଦାସ ଅଠାୱାଲେ ଦୃଢ଼ୋକ୍ତି ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.