ETV Bharat / business

15 ଦିନ ପରେ କମିଲା ପେଟ୍ରୋଲ ଓ ଡିଜେଲ ଦାମ - petrol price

ତେଲ ମାର୍କେଟିଂ କମ୍ପାନୀ ଗୁରୁବାର ପେଟ୍ରୋଲ ଓ ଡିଜେଲ ଦାମରେ ହ୍ରାସ କରିଛି । 15 ଦିନର ବ୍ୟବଧାନ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ କମିଛି । ଅଧିକ ପଢନ୍ତୁ..

15 ଦିନ ପରେ କମିଲା ପେଟ୍ରୋଲ ଓ ଡିଜେଲ ଦାମ
15 ଦିନ ପରେ କମିଲା ପେଟ୍ରୋଲ ଓ ଡିଜେଲ ଦାମ
author img

By

Published : Apr 15, 2021, 6:36 PM IST

ନୂଆଦିଲ୍ଲୀ: 15 ଦିନର ବ୍ୟବଧାନ ପରେ ହ୍ରାସ ହୋଇଛି ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ । ସଂକ୍ରମଣ ବୃଦ୍ଧି ଯୋଗୁଁ କଟକଣା ଫେରିଥିବାରୁ କମିଛି ଇନ୍ଧନ ଚାହିଦା । ସେପଟେ ବୈଶ୍ବିକ ବଜାରରେ ନରମ ଅଶୋଧିତ ତୈଳ ଦାମ ହୋଇଥିବାରୁ ଏହାର ଫାଇଦା ଗ୍ରାହକଙ୍କୁ ଦେଇଛି ତେଲ ମାର୍କେଟିଂ କମ୍ପାନୀ ।

ତେଲ ମାର୍କେଟିଂ କମ୍ପାନୀ ଗୁରୁବାର ପେଟ୍ରୋଲ ଓ ଡିଜେଲ ଦାମରେ ହ୍ରାସ କରିଛି । ଲିଟର ପ୍ରତି ପେଟ୍ରୋଲ ଦାମ 16 ପଇସା , କୋଲକତା , ମୁମ୍ବାଇ ଓ ଚେନ୍ନାଇରେ 15 ପଇସା ଶସ୍ତା ହୋଇଛି । ସେହିଭଳି ଡିଜେଲ ଦାମ ଲିଟର ପ୍ରତି ଦିଲ୍ଲୀ ଓ କୋଲକତାରେ 14 ପଇସା ଖସିଛି । ଯେତେବେଳେ କି ମୁମ୍ବାଇରେ 15 ପଇସା ଓ ଚେନ୍ନାଇରେ 13 ପଇସା ଡିଜେଲ କମିଛି ।

ଇଣ୍ଡିଆନ ଅଏଲର ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକାତା , ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଦାମ ଗୁରୁବାର ହ୍ରାସ ହୋଇ ଲିଟର ପ୍ରତି କ୍ରମଶଃ 90.40 , 90.62 , 96.83 ଟଙ୍କା ଓ 92.43 ଟଙ୍କା ରହିଛି । ସେପଟେ ଦାମ ଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ଲିଟର ପ୍ରତି ଡିଜେଲ ଦାମ ଯଥାକ୍ରମେ 80.73 , 83.61, 87.81ଓ 85.75 ଟଙ୍କା ଅଛି ।

ଏହା ପୂର୍ବରୁ ଲଗାତାର 15 ଦିନ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଦାମରେ ସ୍ଥିର ରହିଥିଲା । ତେବେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମରେ 4 ଦିନ ଧରି ବୃଦ୍ଧି ଜାରି ପରେ ପେଟ୍ରୋଲ ଓ ଡିଜେଲ ଦାମ ରିଲିଫ ମିଳିବା ଆଶା କମ ରହିଛି ।

ବେଞ୍ଚମାର୍କ ଅଶୋଧିତ ତୈଳ ବ୍ରେଣ୍ଟ କ୍ରୁଡ ଦାମ ଏପ୍ରିଲ 9 ରେ ଅନ୍ତରାଷ୍ଟ୍ରୀୟ ଫ୍ୟୁଚର ଇଣ୍ଟକଣ୍ଟିନେଟାଲ ଏକ୍ସଚେଞ୍ଜ ବ୍ୟାରେଲ ପ୍ରତି 62.95 ଡଲାରର ବନ୍ଦ ହୋଇଛି । ଯାହା ବୃଦ୍ଧି ହୋଇ ଏବେ 66.69 ଡଲାର ହୋଇଛି । ଏହି 4 ଦିନରେ ଅଶୋଧିତ ତୈଳ ଦାମ ପ୍ରାୟ ବ୍ୟାରେଲ ପ୍ରତି 4 ଡଲାର ବୃଦ୍ଧି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.