କଳାହାଣ୍ଡି: ପୁଣି ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବତାସୀଗୁଡା ଗାଁରେ ଏକ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ। ତେବେ ପ୍ରେମିକା ଜଣକ ନାବାଳିକା ବୋଲି ଜଣାପଡିଥିବାବେଳେ ପ୍ରେମିକର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।
ସୂଚନା ମୁତାବକ ନାବାଳିକା ଜଣକ ମାତାଗଡ ଗାଁର ମାଧବୀ ପୂଜାରୀ। ତେବେ ମାଧବୀ ଓ ଜଣେ ଯୁବକଙ୍କ ଖୁଲନ୍ତା ମୃତଦେହ ଗାଁର ଆମ୍ବ ବଗିଚାରେ ଦେଖିବାକୁ ମିଳିଛି । ଏନେଇ ପୋଲିସ ସୂଚନା ପାଇବା ପରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତ ଏବଂ ପାରିପାର୍ଶ୍ବିକ ଅବସ୍ଥାଦେଖି ଉଭୟ ପ୍ରେମୀଯୁଗଳ ବୋଲି ଅନୁମାନ କରାଯାଉଛି । ଏହାସହ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ଏନେଇ ପୋଲିସ ତଦନ୍ତ ଜାରି ରହିଛି । ମୃତ ଯୁବକ ଜଣକ ପରିଚୟ ମିଳିନଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ