ETV Bharat / briefs

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ନେଇ ପ୍ରଶାସନର ସ୍ୱତନ୍ତ୍ର ବୈଠକ ଆରମ୍ଭ - puri news

କୋହଳ ହୋଇପାରେ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପାଇଁ କରାଯାଇଥିବା ଏସଓପି | ଦର୍ଶନ ନେଇ ଗଠିତ ଏସଓପି ସମ୍ବନ୍ଧରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଆଜି ଗୁରୁତ୍ୱପୂର୍ଣ ବୈଠକ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଶନି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନର ସ୍ୱତନ୍ତ୍ର ବୈଠକ ଆରମ୍ଭ

author img

By

Published : Sep 8, 2021, 2:07 PM IST

ପୁରୀ: କୋହଳ ହୋଇପାରେ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପାଇଁ କରାଯାଇଥିବା ଏସଓପି | ଦର୍ଶନ ନେଇ ଗଠିତ ଏସଓପି ସମ୍ବନ୍ଧରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଛତିଶା ନିଯୋଗ ସଦସ୍ୟ , ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି । ରାଜ୍ୟରେ ଶନିବାର ଓ ରବିବାର ସଟଡାଉନ ହଟିଥିବା ବେଳେ ଶ୍ରୀମନ୍ଦିରରେ କିନ୍ତୁ ଶନି ଓ ରବିବାର ଦର୍ଶନ ବନ୍ଦ ରହିଥିବାରୁ ଅନେକ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି।

ଶନି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନର ସ୍ୱତନ୍ତ୍ର ବୈଠକ ଆରମ୍ଭ

ଏହାର ସମୀକ୍ଷା କରଯାଇ କୋହଳ କରିବାକୁ ଭକ୍ତ ଓ ସେବାୟତଙ୍କ ତରଫରୁ ମତ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ଶନି ଓ ରବିବାର ଖୋଲିବା ନେଇ ନିଷ୍ପତ୍ତି ହୋଇପାରେ | ସେହିଭଳି ମନ୍ଦିର ମଧ୍ୟରେ ମହାପ୍ରସାଦ ସେବନ ଉପରେ ବିଚାର ନିମର୍ଶ କରାଯିବା ସହ ବର୍ତ୍ତମାନର ଦର୍ଶନ ବ୍ୟବସ୍ଥାରେ ଆଲୋଚନା କରାଯାଇ ବିଭିନ୍ନ କଟକଣାକୁ କୋହଳ କରାଯିବାର ରହିଛି ଯଥେଷ୍ଠ ସମ୍ଭାବନା ରହିଛି । ଭିଡ଼ିଓ କନଫରେସିଂରେ ଏହି ବୈଠକ ଚାଲିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.