ETV Bharat / bharat

ଆଶ୍ଚର୍ଯ୍ୟ ! ଟଙ୍କା ଲୋଭରେ ଡିମ୍ବାଣୁ ବିକ୍ରି କରୁଥିଲେ ମହିଳା, ଥାନାରେ ଅଭିଯୋଗ କଲେ ସ୍ବାମୀ

author img

By

Published : Jan 19, 2023, 1:22 PM IST

ନକଲି ଆଧାରକାର୍ଡରେ ଡାକ୍ତରଖାନାରେ ଡିମ୍ବାଣୁ ବିକ୍ରି କରି ମାଲେମାଲ ହେଉଥିଲେ ମହିଳା । ଥାନାରେ ଅଭିଯୋଗ କଲେ ସ୍ବାମୀ । ଅଧିକ ପଢନ୍ତୁ

sperm donor wife
sperm donor wife

ଗାନ୍ଧୀନଗର: ଟଙ୍କା ରୋଜଗାର ପାଇଁ ନକଲି ଆଧାରକାର୍ଡ କରିଥିଲେ ମହିଳା । ଡିମ୍ବାଣୁ ବିକ୍ରି କରି ରୋଜଗାର କରୁଥିଲେ ଟଙ୍କା । ସ୍ବାମୀଙ୍କ ଜାଲ ଦସ୍ତଖତରେ ନିଜ ଡିମ୍ବାଣୁ କରୁଥିଲେ ବିକ୍ରି । ଏନେଇ ସ୍ବାମୀ ଖବର ପାଇବା ପରେ ଥାନାରେ ଅଭିଯୋଗ କରିଥିଲେ । ସ୍ତ୍ରୀ ଓ ଶାଶୁଙ୍କ ବିରୋଧରେ ଅଭିଯୋଗ ପରେ ମଧ୍ୟ ପୋଲିସ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରିନଥିବା ସୂଚନା ମିଳିଛି ।

ଅଭିଯୋଗକାରୀ ଜଣଙ୍କ ବିବାହର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତାଙ୍କ ପତ୍ନୀ ସହ ଭଲ ସମ୍ପର୍କ ରହିଥିଲା । କିନ୍ତୁ ପରମୁହୁର୍ତ୍ତରେ ଶାଶୁ ଶ୍ବଶୁରଙ୍କୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଅନେକ ସମୟ ଧରି ବଚସା ହେଉଥିବା ବେଳେ ଏକଥା ମହିଳାଙ୍କ ବାପା ଘର ଲୋକେ ଜାଣିବାକୁ ପାଇଥିଲେ । ଏହାପରେ ମହିଳା ଜଣଙ୍କ ଏକ ଭଡା ଘର ନେଇ ନିଜ ବାପା ଘର ନିକଟରେ ରହିବାକୁ ଜିଦ ଧରିଥିଲେ । ଶେଷରେ ମହିଳା ଓ ତାଙ୍କ ସ୍ବାମୀ ଭଡା ଘରେ ରହୁଥିଲେ । ମହିଳାଙ୍କ ସ୍ବାମୀ ଯାହା ରୋଜଗାର କରୁଥିଲେ ବାପା ମାଆଙ୍କୁ ଦେବା ପରିବର୍ତ୍ତେ ସ୍ତ୍ରୀକୁ ଦେଉଥିଲେ । କିନ୍ତୁ ସେହି ଟଙ୍କା ସେ ଜୁଆ ଖେଳରେ ଖର୍ଚ୍ଚ କରୁଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା ।

ଏହାପରେ ଯୁବକ ଜଣଙ୍କ ସ୍ତ୍ରୀକୁ ଛାଡି ପୁଣି ନିଜ ବାପା ମାଆଙ୍କ ନିକଟକୁ ଫେରିଯାଇଥିଲେ । ଏନେଇ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ବିରୋଧରେ ଆମ୍ରାଓ୍ବାଡି ଥାନାରେ ଅଭିଯୋଗ କରିଥିଲେ । ପରେ କଥା ଯାଇ ପହଞ୍ଚିଥିଲା କୋର୍ଟରେ । କୋର୍ଟରେ ବିଚାର ପରେ ପୁଣି ଉଭୟେ ଏକାଠି ରହିବା ନେଇ ସ୍ଥିର ହୋଇଥିଲା । କିନ୍ତୁ ପରମୁହୁର୍ତ୍ତରେ ଅଭିଯୋଗକାରୀ ଜଣଙ୍କ ଜାଣିବାକୁ ପାଇଥିଲେ ଯେ, ଯେ 2019 ରୁ 2022 ପର୍ଯ୍ୟନ୍ତ ତାଙ୍କ ପତ୍ନୀ ଏକ ଏଜେଣ୍ଟ ମାଧ୍ୟମରେ ଡିମ୍ବାଣୁ ବିକ୍ରି କରୁଛନ୍ତି । ଅହମ୍ମଦାବାଦ ସହରର ବିଭିନ୍ନ ଡାକ୍ତରଖାନାରେ ମହିଳା ଡିମ୍ବାଣୁ ଦାନ କରିଥିବା ତାଙ୍କ ସ୍ବାମୀ ଜାଣିପାରିଥିଲେ । ଯେତେବେଳେ ଅଭିଯୋଗକାରୀ ତାଙ୍କ ପତ୍ନୀଙ୍କୁ ଏନେଇ ପଚାରିଥିଲେ ସେତେବେଳେ ସେ ଉତକ୍ଷିପ୍ତ ହୋଇ ତାଙ୍କ ମାଆଙ୍କୁ ଡାକିଲେ ।

ଏହାପରେ ଉଭୟ ମାଆ ଓ ଝିଅ ମିଶି ଯୁବକଙ୍କୁ ପୋଲିସ ସମ୍ମୁଖରେ ଏନେଇ କିଛି ନକହିବାକୁ ଧମକ ଦେଇଥିଲେ । ଘର କଥା ଘରେ ରହିବାକୁ ଦିଅ ବୋଲି କହିଥିଲେ । ଯଦି ଘର କଥା ବାହାରକୁ ଯାଏ ତେବେ ପରିଣତି ଭଲ ହେବ ନାହିଁ ବୋଲି ଧମକ ଦେଇଥିଲେ । ଏଥି ସହ ତାଙ୍କୁ ମାଡ ମଧ୍ୟ ମାରିଥିଲେ । କିନ୍ତୁ ଯୁବକ ଜଣଙ୍କ କିଛିଦିନ ଚୁପ ରହିବା ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକାରୀଙ୍କ ପତ୍ନୀ ଏକ ନୂତନ ଆଧାର କାର୍ଡ କରି ଡିମ୍ବାଣୁ ବିକ୍ରି କରୁଥିଲେ । ଏନେଇ ତାଙ୍କ ସ୍ବାମୀ ଜାଣିବା ପରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ଶେଷରେ ଭୟଭିତ ହୋଇ ସ୍ତ୍ରୀ ଓ ଶାଶୁ ତାଙ୍କୁ ହତ୍ୟା ଧମକ ଦେଇଥିବା ସେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.