ETV Bharat / entertainment

ପୁଣି ସାଉଥରେ ଜଲୱା ଦେଖାଇବେ ସଞ୍ଜୁ ବାବା, ଜନ୍ମଦିନରେ ପ୍ରଥମ ଲୁକ ପୋଷ୍ଟର ସହ କଲେ ନୂଆ ଫିଲ୍ମର ଘୋଷଣା - Sanjay Dutt Birthday

author img

By ETV Bharat Odisha Team

Published : Jul 29, 2024, 6:36 PM IST

Sanjay Dutt First Look On KD The Devil: ଆଜି ୬୫ ବର୍ଷରେ ପାଦ ଥାପିଛନ୍ତି ସଞ୍ଜୟ ଦତ୍ତ । ତେବେ ତାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି । ତାଙ୍କର ଆଗାମୀ ଚଳଚ୍ଚିତ୍ର 'କେଡି ଦ ଡେଭିଲ୍'ର ଘୋଷଣା କରିବା ସହ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ କରିଛନ୍ତି ।

ପୁଣି ସାଉଥରେ ଜଲୱା ଦେଖାଇବେ ସଞ୍ଜୁ ବାବା, ଜନ୍ମଦିନରେ ପ୍ରଥମ ଲୁକ ପୋଷ୍ଟର ସହ କଲେ ନୂଆ ଫିଲ୍ମର ଘୋଷଣା
ପୁଣି ସାଉଥରେ ଜଲୱା ଦେଖାଇବେ ସଞ୍ଜୁ ବାବା, ଜନ୍ମଦିନରେ ପ୍ରଥମ ଲୁକ ପୋଷ୍ଟର ସହ କଲେ ନୂଆ ଫିଲ୍ମର ଘୋଷଣା (ETV Bharat Odisha)

ହାଇଦ୍ରାବାଦ: ଆଜି ଅର୍ଥାତ୍ ୨୯ ଜୁଲାଇରେ ବଲିଉଡର 'ଖଳନାୟକ' ସଞ୍ଜୟ ଦତ୍ତଙ୍କୁ ୬୫ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପରିବାର ସମେତ ସେଲିବ୍ରିଟି ଏବଂ ଫ୍ୟାନ୍ସ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ସମୟରେ ସଞ୍ଜୟ ଦତ୍ତ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କୁ ଏକ ଉପହାର ଦେଇଛନ୍ତି । ସଞ୍ଜୟ ଦତ୍ତ ବର୍ତ୍ତମାନ ବଲିଉଡ ଅପେକ୍ଷା ସାଉଥ ଚଳଚ୍ଚିତ୍ରରେ ଅଧିକ ସକ୍ରିୟ ଅଛନ୍ତି । ସଞ୍ଜୟ ଦତ୍ତ ଆଜି ତାଙ୍କର ଆଗାମୀ ଦକ୍ଷିଣ କନ୍ନଡ ଚଳଚ୍ଚିତ୍ର 'କେଡି-ଦ ଡେଭିଲ୍' ଘୋଷଣା କରିଛନ୍ତି । ସେ ଫିଲ୍ମରୁ ପ୍ରଥମ ଲୁକ୍ ପୋଷ୍ଟର ରିଲିଜ କରିଛନ୍ତି ।

ଫ୍ୟାନ୍ସଙ୍କୁ ଜନ୍ମଦିନ ଭେଟି

ସଞ୍ଜୟ ଦତ୍ତ ଫିଲ୍ମ 'KD'ର ପ୍ରଥମ ଲୁକ୍ ପୋଷ୍ଟରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ ତାଙ୍କ ଚରିତ୍ରର ନାମ ମଧ୍ୟ ପ୍ରକାଶ କରିଛନ୍ତି । ସଞ୍ଜୟ ଦତ୍ତଙ୍କ ଭୂମିକାର ନାମ ହେଉଛି 'ଧକ୍ ଦେବ'। ଏଥିରେ ସେ ଏକ ଅଜବ ଅବତାରରେ ନଜର ଆସିଛନ୍ତି । ସେ ଏହି ପୋଷ୍ଟର ସେୟାର କରି ଲେଖିଛନ୍ତି, 'ସୈତାନର ଗଣତନ୍ତ୍ରର ଦେବତା ଧକ ଦେବ କେ.ଡି.ର ଯୁଦ୍ଧ କ୍ଷେତ୍ରରେ ପାଦ ଦେଇଛି ଏବଂ ବର୍ତ୍ତମାନ ଏକ ଝଡ଼ ଆସିବାକୁ ଯାଉଛି ।' ଏହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମ ଦେଖିବାକୁ ଉତ୍ସାହିତ ହେବା ସହ ତାଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି ।

'KD'ରେ ଏହି ତାରକା ବି ଆସିବେ ନଜର

ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ନୋରା ଫତେହିଙ୍କ ପରି ଅଭିନେତ୍ରୀମାନେ ମଧ୍ୟ ସଞ୍ଜୟ ଦତ୍ତଙ୍କ ଆଗାମୀ ଚଳଚ୍ଚିତ୍ରରେ ନଜର ଆସିବେ । ଏହି ଚଳଚ୍ଚିତ୍ର 1970 ଦଶକର ବେଙ୍ଗାଲୁରୁରେ ଘଟିଥିବା ପ୍ରକୃତ ଘଟଣା ଉପରେ ଆଧାରିତ । ସଞ୍ଜୟ, ନୋରା ଏବଂ ଶିଳ୍ପାଙ୍କ ବ୍ୟତୀତ ଭି ରବିଚନ୍ଦ୍ରନ, ରମେଶ ଅରବିନ୍ଦ ଏବଂ ଧ୍ରୁଭ ସରଜା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଡିସେମ୍ବର ୨୦୨୪ ସୁଦ୍ଧା KD The Devil ପ୍ରେକ୍ଷାଳୟକୁ ଆସିପାରେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଆସୁଛି 'ମୁନ୍ନା ଭାଇ ୩'! ମୁନ୍ନା ଭାଇ ଏମବିବିଏସର ୨୦ବର୍ଷ ପୂର୍ତ୍ତିରେ ସଞ୍ଜୟ ଦେଲେ ହିଣ୍ଟ୍

ଏହି ଫିଲ୍ମରେ ବି ନଜର ଆସିପାରନ୍ତି ସଞ୍ଜୟ ଦତ୍ତ

ହାଉସଫୁଲ୍ ୫, ୱେଲକମ ଟୁ ଦ ଜଙ୍ଗଲ, ଡବଲ ଆଇସ୍ମାର୍ଟ, ଘୁଡଚଡି, ରାଜା ସାବ, ଜେଲ, ସନଅଫ ସର୍ଦ୍ଦାର ୨, ହେରା ପେରି ୪ରେ ନଜର ଆସିବେ ।

  • ହାଉସଫୁଲ୍ ୫- (ରିଲିଜ୍ ତାରିଖ- ଜୁନ୍ ୬, ୨୦୨୫)
  • ୱେଲକମ ଟୁ ଦ ଜଙ୍ଗଲ- (ରିଲିଜ୍ ତାରିଖ- ୨୦ ଡିସେମ୍ବର ୨୦୨୪)
  • ଡବଲ ଆଇସ୍ମାର୍ଟ- (ସାଉଥ) (ରିଲିଜ୍ ତାରିଖ- ୧୫ ଅଗଷ୍ଟ ୨୦୨୪)
  • ଘୁଡଚଡି- (ରିଲିଜ୍ ତାରିଖ-୯ ଅଗଷ୍ଟ ୨୦୨୪)
  • ରାଜା ସାବ (ସାଉଥ)- (ରିଲିଜ୍ ତାରିଖ-୧୩ ସେପ୍ଟେମ୍ବର ୨୦୨୪)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.