ETV Bharat / state

ସୁନା ପୁଅଙ୍କ ରାସ୍ତାରେ ଅର୍ଥ ସାଜିଛି ବାଧକ: ଅକ୍ଟୋବରରେ ବିଶ୍ବ ପାୱାର ଲିଫଟିଙ୍ଗ୍ ଚମ୍ପିଆନସିପ, କେମିତି ପ୍ରସ୍ତୁତି କରିବେ ଚିନ୍ତାରେ ଅତିଶ - SANTOSH SEEKS GOVT HELP

author img

By ETV Bharat Sports Team

Published : Jul 29, 2024, 7:55 PM IST

SANTOSH KUMAR BEJ SEEKS GOVT HELP: ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ବିଶ୍ୱ ପାୱାର ଲିଫଟିଙ୍ଗ ଚମ୍ପିଆନସିପରେ ଭାଗନେବେ ଓଡ଼ିଆ ପୁଅ ଅତିଶ କୁମାର ବେଜ । ପାୱାର ଲିଫଟିଙ୍ଗ ଚାମ୍ପିଆନ ସିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରିବେ ଅତିଶ । ହେଲେ ଅର୍ଥ ବାଧକ ସାଜିଛି ଥିବାବେଳେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ସେ । ଅଧିକ ପଢନ୍ତୁ

SANTOSH SEEKS GOVT HELP
SANTOSH SEEKS GOVT HELP (ETV Bharat Odisha)

ଭୁବନେଶ୍ବର: ଅଷ୍ଟ୍ରେଲିଆରେ ଚମକିବେ ଓଡ଼ିଆ ପୁଅ । ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱ ପାୱାର ଲିଫଟିଙ୍ଗ୍ ଚାମ୍ପିଆନସିପରେ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି ରାଜଧାନୀ ଭୁବନେଶ୍ୱରର ଅତିଶ କୁମାର ବେଜ । ଅଷ୍ଟ୍ରେଲିଆରେ ଚମକିବେ ଓଡ଼ିଆ ପୁଅ । ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱ ପାୱାର ଲିଫଟିଙ୍ଗ ଚାମ୍ପିଆନସିପରେ ସେ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି ରାଜଧାନୀ ଭୁବନେଶ୍ୱରର ଅତିଶ କୁମାର ବେଜ । ହେଲେ ପ୍ରସ୍ତୁତି ରାସ୍ତାରେ ବାଧା ସାଜିଛି ଅର୍ଥ ।

ଅଷ୍ଟ୍ରେଲିଆରେ ଚମକିବେ ଅତିଶ:

ପୂର୍ବରୁ ବିଭିନ୍ନ ପାୱାର ଲିଫଟିଙ୍ଗ ପ୍ରତିଯୋଗିତାରେ ସଫଳ ହୋଇଥିବା ବେଳେ ଅଷ୍ଟ୍ରେଲିଆରେ ମଧ୍ୟ ସଫଳ ହେବାକୁ ଲକ୍ଷ୍ୟ ରଖିଛନ୍ତି ସେ । ଏଥି ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ ସୁଦ୍ଧା ଏହି ବ୍ୟୟ ବହୁଳ ଖେଳକୁ ନେଇ ଅର୍ଥ ସାଜିଛି ବାଧକ । ସେ ଏବେ ଏକ ଜିମ୍ ସେଣ୍ଟରରେ ଟ୍ରେନର ଭାବେ କାର୍ଯ୍ୟ କରୁଛନ୍ତି । ଯାହା ଅର୍ଥ ଆସୁଛି ନିଜ କ୍ୟାରିୟର ପାଇଁ ଦେଶ ବିଦେଶ ଯାଇ ପାୱାର ଲିଫଟିଙ୍ଗ ପ୍ରଦର୍ଶନ କରୁଛନ୍ତି ।

ମଧ୍ୟପ୍ରଦେଶରେ ସ୍ବର୍ଣ୍ଣ ପଦକ ହାସଲ:

ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ପାୱାର ଲିଫଟିଙ୍ଗ ପ୍ରତିଯୋଗିତାରେ କମାଲ କରିଥିବା ଅତିଶ ନିକଟରେ ମଧ୍ୟପ୍ରଦେଶରେ ଅନୁଷ୍ଠିତ ହୋଇଥିବା ପାୱାର ଲିଫଟିଙ୍ଗ ଚାମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଆଗାମୀ ବିଶ୍ୱ ପାୱାରଲିଫଟିଙ୍ଗ ପ୍ରତିଯୋଗିତା ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ବ୍ୟୟବହୁଳ କ୍ରୀଡା ପାଇଁ ଅର୍ଥ ବାଧକ ସାଜୁଛି । ଯଦି ସରକାରୀ କିମ୍ବା ବେସରକାରୀ ସ୍ତରରେ କିଛି ସାହାଯ୍ୟ ସହଯୋଗ ମିଳିଲେ ଏହି ପ୍ରତିଯୋଗିତାରେ ମଧ୍ୟ ସଫଳ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିଛନ୍ତି ଅତିଶ ।

ଏହା ମଧ୍ୟ ପଢନ୍ତୁ....ଫିଡେ ଚେସ ବିଶ୍ୱକପରେ ଚମକିଲେ ଓଡିଆ ପୁଅ ସାତ୍ତ୍ବିକ, ଅଣ୍ଡର 8 ବିଭାଗରେ ଜିଣିଲେ ବ୍ରୋଞ୍ଜ - Odia Boy Satwik Swain Won Bronze

ସରକାରୀ ସହାୟତା ପାଇଁ ନିବେଦନ:

ପାୱାର ଲିଫଟିଙ୍ଗରେ ଦମଦାର ପ୍ରଦର୍ଶନ କରୁଥିବା ଅତିଶ ପେସାରେ ଜଣେ ଜିମ ଟ୍ରେନର । ଦୀର୍ଘ 10 ରୁ 12 ବର୍ଷ ହେବ ବିଭିନ୍ନ ପାୱାରଲିଫଟିଙ୍ଗ ପ୍ରତିଯୋଗିତା ଖେଳି ଏକାଧିକ ପଦକ ଜିତିଛନ୍ତି । ବିନା ସହାୟତାରେ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ଅତିଶଙ୍କୁ ଯଦି ସାହାଯ୍ୟ ସହଯୋଗ ମିଳନ୍ତା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି । ତେବେ ଏଭଳି ପ୍ରତ୍ୟେକ ଉଦୀୟମାନ କ୍ରୀଡ଼ାବିତର ସଫଳତା ପାଇଁ ପ୍ରୋତ୍ସାହନ ରାଶି ଏକ ପ୍ରେରଣା ସଦୃଶ । ଅତିଶଙ୍କ କ୍ଷେତ୍ରରେ ତାହା ହୋଇ ପାରିଲେ ସେ ଅଷ୍ଟ୍ରେଲିଆରେ ମଧ୍ୟ ଭଲ ପ୍ରଦର୍ଶନ କରି ମେଡାଲ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣି ପାରନ୍ତେ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.